ETV Bharat / state

ଶିଶୁ ପ୍ରତିଭା ଖୋଜିବ ଓଷ୍ଟା, ରାଜ୍ୟର କୋଣ ଅନୁକୋଣରୁ ଆସିବେ ଛାତ୍ରଛାତ୍ରୀ

author img

By

Published : Dec 19, 2022, 9:32 AM IST

ଶିଶୁ ହସିଲେ ଦୁନିଆ ହସିବ । ଏମିତି ଏକ କାର୍ଯ୍ୟକ୍ରମ କରିବାକୁ ଯାଉଛି ଓଷ୍ଟା । OSSTAର ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ଆସନ୍ତା ଡିସେମ୍ବର 26 ତାରିଖରୁ 29ତାରିଖ ଚାରି ଦିନ ଧରି ସହିଦ ଭବନରେ ଅନୁଷ୍ଠିତ ହେବ । ଅଧିକ ପଢ଼ନ୍ତୁ

ଓଷ୍ଟାର ସାମ୍ବାଦିକ ସମ୍ମିଳନୀ
ଓଷ୍ଟାର ସାମ୍ବାଦିକ ସମ୍ମିଳନୀ
ଓଷ୍ଟାର ସାମ୍ବାଦିକ ସମ୍ମିଳନୀ

କଟକ: ଶିଶୁ ହସିଲେ ଦୁନିଆ ହସିବ । ଏମିତି ଏକ କାର୍ଯ୍ୟକ୍ରମ କରିବାକୁ ଯାଉଛି ଓଷ୍ଟା । OSSTAର ରାଜ୍ୟସ୍ତରୀୟ ଶିଶୁ ଉତ୍ସବ ଆସନ୍ତା ଡିସେମ୍ବର 26 ତାରିଖରୁ 29ତାରିଖ ଚାରି ଦିନ ଧରି ସହିଦ ଭବନରେ ଅନୁଷ୍ଠିତ ହେବ । ଦୀର୍ଘ 41 ବର୍ଷ ଧରି ଶିଶୁମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ସମ୍ମାନ ଜଣାଇବା ଏବଂ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ ।

ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିବର୍ଷ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଥାଏ । ତେବେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟସ୍ତରରେ ତର୍କ, ସଙ୍ଗୀତ, ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗିତା ହୋଇଥାଏ । ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ OSSTA ପକ୍ଷରୁ ସମ୍ବନ୍ଧିତ କରାଯିବା ସହିତ ଶିକ୍ଷାଭ୍ରମଣରେ ନେବାର କାର୍ଯ୍ୟକ୍ରମ ରହିଛି ବୋଲି OSSTA ପକ୍ଷରୁ କୁହାଯାଇଛି । ଏହି ଅବସରରେ ଚଳିତ ଶିକ୍ଷାବର୍ଷ ମାଟ୍ରିକ ସମ୍ମିଟିଭ 2 ପାଇଁ OSSTA ତରଫରୁ ଟେଷ୍ଟପେପରର ଉନ୍ମୋଚନ କରାଯାଇଥିଲା । ଦୀର୍ଘ ବର୍ଷ ଧରି ଶିକ୍ଷାମାନ ବୃଦ୍ଧି ସହିତ ଛାତ୍ରଛାତ୍ରୀଙ୍କ ପାଇଁ OSSTA ଟେଷ୍ଟପେପର ବହୁତ ଉପାଦେୟ ହୋଇଛି ବୋଲି କହିଛନ୍ତି ସଂଘର ସମ୍ପାଦକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.