ETV Bharat / state

ସିଲଭରସିଟିରେ ବାଟବଣା ମହାପ୍ରୟାଣ ଯୋଜନା - Mahaprayana yojna failed in silver city cuttack

ସିଲଭରସିଟିରେ ଜରାଜୀର୍ଣ୍ଣ ଅବସ୍ଥାରେ ମହାପ୍ରୟାଣ ଯୋଜନା । ବିଶେଷକରି ଶିଶୁ ଭବନ ଓ ସିଟି ମେଡିକାଲରେ ଏହି ଯାନ ବର୍ତ୍ତମାନ କୋମାରେ । ଦେଖନ୍ତୁ ରାଜ୍ୟ ସରକାରଙ୍କ ମହାପ୍ରୟାଣ ଯୋଜନାର ସଙ୍ଗୀନ ସ୍ଥିତି ନେଇ ସ୍ବତନ୍ତ୍ର ରିପୋର୍ଟ...

State govt Mahaprayana yojna failed in silver city cuttack
ସିଲଭରସିଟିରେ ବାଟବଣା ମହାପ୍ରୟାଣ ଯୋଜନା
author img

By

Published : Feb 22, 2020, 6:35 PM IST

କଟକ: ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି ରାଜ୍ୟ ସରକାର । ହେଲେ ଏହାରି ଭିତରେ ଏମିତି ଅନେକ ଯୋଜନା ରହିଛି ଯାହା ବର୍ତ୍ତମାନ କୋମାରେ । ଏହାର ଜ୍ଵଳନ୍ତ ଉଦାହରଣ ହେଲା ରାଜ୍ୟ ସରକାରଙ୍କ ମହାପ୍ରୟାଣ ଯୋଜନା । ଦାନ ମାଝୀ ମୃତଦେହ ବୋହିବା ଘଟଣା ପରେ ରାଜ୍ୟରେ ଆରମ୍ଭ ହୋଇଥିଲା ଏହି ଯୋଜନା । ହେଲେ ବର୍ତ୍ତମାନର ସ୍ଥିତି ବେଶ ସଙ୍ଗୀନ । ଏହି ସଙ୍ଗୀନ ସ୍ଥିତି କୌଣସି ଉପାନ୍ତ ଜିଲ୍ଲାରେ ନୁହେଁ ସିଲଭରସିଟି କଟକରେ ଦେଖିବାକୁ ମିଳିଛି । ଯାହାର ବାସ୍ତବ ଦୃଶ୍ୟ ଆପଣ ନିଜେ ଦେଖିଲେ ସ୍ବତଃ ଜାଣିପାରିବେ ।

ସିଲଭରସିଟିରେ ବାଟବଣା ମହାପ୍ରୟାଣ ଯୋଜନା

ସିଲଭରସିଟିରେ ଫେଲ ମାରିଛି ମହାପ୍ରୟାଣ ଯୋଜନା । ଜରାଜୀର୍ଣ୍ଣ ହୋଇପଡିଛି ମହାପ୍ରୟାଣ ଯାନ । ବିଶେଷକରି ଶିଶୁ ଭବନ ଓ ସିଟି ମେଡିକାଲରେ ଏହି ଯାନ ବର୍ତ୍ତମାନ କୋମାରେ । କେଉଁଟି ଗାଡି ଅଛି ତ ଚାଳକ ନାହାନ୍ତି, ତ ଆଉ କେଉଁଠି ଖତ ଖାଉଛି ଗାଡି । ସିଧାସଳଖ କହିବାକୁ ଗଲେ, ମହାପ୍ରୟାଣ ଯୋଜନା ସତେ ଯେମିତି ମୁହଁ ମାଡି ପଡିଛି । ଆଉ ଯାହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡୁଛି । କେବଳ ସେତିକି ନୁହେଁ ଏହି ଯୋଜନାର ଅଚଳାବସ୍ଥା ଯୋଗୁଁ ଗରିବ ଶ୍ରେଣୀର ଲୋକମାନେ ବିଶେଷ ପ୍ରଭାବିତ ହେଉଛନ୍ତି । ସରକାରୀ ଯୋଜନା ପ୍ରତି ଏଭଳି ଅବହେଳାକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଛନ୍ତି କଟକବାସୀ । ଆଉ ସହରବାସୀଙ୍କ ଏହି କଥାକୁ ସମ୍ମତି ଜଣାଇଛନ୍ତି ପୂର୍ବତନ ସିଏମସି କର୍ପୋରେଟର ଅରୁଣ ସେଠୀ ।

ଆମ ଢୋଲପିଟା ବ୍ୟବସ୍ଥାରେ ସରକାର ଅନେକ ସଫଳ ଯୋଜନାର ଡିଣ୍ଡିମ ପିଟୁଥିବା ବେଳେ, ଏହି ଯୋଜନା ଏବେ ବାଟବଣା । ଏହାସହ ଯେଉଁପରି ଭାବରେ 5'ଟି' ସଚିବ ଭିକେ ପାଣ୍ଡିଆନ ରାଜ୍ୟ ତମାମ ଭ୍ରମଣ କରୁଛନ୍ତି ଯଦି ଏହି ମହାପ୍ରୟାଣ ଯୋଜନା ପ୍ରତି ଟିକେ ଦୃଷ୍ଟି ଦିଅନ୍ତେ ହୁଏତ ଅଣ୍ଟା ସଳଖି ଠିଆ ହୋଇପାରନ୍ତା । ଅପରପକ୍ଷେ ସ୍ବାସ୍ଥ୍ୟ ସେବାରେ ଜଡିତ ଏହି ଗୁରୁତ୍ବପୂର୍ଣ୍ଣ ଯୋଜନାର ବ୍ୟବହାର କିପରି ସଠିକ୍‌ ଭାବେ ହେବ ଏନେଇ ଉଚ୍ଚପଦସ୍ତ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି କହିଛନ୍ତି କଟକ ସିଡିଏମଓ ସତ୍ୟବ୍ରତ ଛୋଟରାୟ ।

ଦାନମାଝି ମୃତଦେହ ବୋହିବା ଘଟଣା ପରେ ମେଡିକାଲରୁ ବିନା ମୂଲ୍ୟରେ ମୃତଦେହ ବୋହିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ମହାପ୍ରୟାଣ ଯୋଜନା । କିନ୍ତୁ ବର୍ତ୍ତମାନର ସଙ୍ଗୀନ ସ୍ଥିତି ସୁଧାରିବାରେ ରାଜ୍ୟ ସରକାର କେବେ ସଫଳ ହେବେ ତାହାକୁ ଅପେକ୍ଷା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.