ETV Bharat / state

ଆସନ୍ତାକାଲି ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ, ୧୬୭ଟି ବୁଥରେ ହେବ ଭୋଟ ଗ୍ରହଣ

25ଟି ସଦସ୍ୟ ପଦବୀ ପାଇଁ ବିଭିନ୍ନ ବାର ଆସୋସିଏସନରୁ 96 ଜଣ ଆଇନଜୀବୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା । ଅଧିକା ପଢନ୍ତୁ

author img

By

Published : Apr 14, 2023, 7:50 AM IST

state bar council election
state bar council election
state bar council election

କଟକ: ଆସନ୍ତାକାଲି(ଏପ୍ରିଲ 15) ତାରିଖରେ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ । ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ବାର କାଉନସିଲ ପକ୍ଷରୁ ସମସ୍ତ ବ୍ୟବସ୍ଥା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ପରିଷଦର ମୋଟ 25ଟି ସଦସ୍ୟ ପଦବୀ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ନିର୍ବାଚନ ପ୍ରକ୍ରିୟାରେ ରାଜ୍ୟର ସମୁଦାୟ 34908 ଜଣ ଆଇନଜୀବୀ ଭୋଟ ଦେବେ । ସେହିପରି 25ଟି ସଦସ୍ୟ ପଦବୀ ପାଇଁ ବିଭିନ୍ନ ବାର ଆସୋସିଏସନରୁ 96 ଜଣ ଆଇନଜୀବୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି ।

ତେବେ ପରିଷଦ ସହ ଅନୁବନ୍ଧିତ 182ଟି ବାର ଆସୋସିଏସନ ଥିବାବେଳେ ଭୋଟ ଗ୍ରହଣ ପାଇଁ ସାରା ରାଜ୍ୟରେ 167ଟି ବୁଥର ବ୍ୟବସ୍ଥା କରାଯାଇଥିବା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ଜଷ୍ଟିସ ପ୍ରମଥ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେହିପରି ସକାଳ 10ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ 5ଟା ପର୍ଯ୍ୟନ୍ତ ଜାରି ରହିବ ମତଦାନ ପ୍ରକ୍ରିୟା । ଏହି ନିର୍ବାଚନରେ ପ୍ରିଫରେନସିଆଲ ଭୋଟ ବ୍ୟବସ୍ଥା ହୋଇଥିବାରୁ ପ୍ରତ୍ୟେକ ଆଇନଜୀବୀ 25ଟି ଭୋଟ ଦେଇପାରିବେ । ତେବେ ଜଣେ ଭୋଟର ସର୍ବନିମ୍ନ 5ଟି ଭୋଟ ନ ଦେଲେ ବାଲାଟ ନାକଚ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଷ୍ଟିସ ପ୍ରମଥ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସେହିପରି ପ୍ରିଫରେନସିଆଲ ଭୋଟ ହୋଇଥିବାରୁ ବିଧାନସଭାର କର୍ମଚାରୀମାନେ ଭୋଟ ଗଣତି ପ୍ରକ୍ରିୟାରେ ସାମିଲ ହେବେ । ଆସନ୍ତା 21 ତାରିଖରୁ ଭୋଟ ଗଣତି ଆରମ୍ଭ ହେବାକୁ ଥିବାବେଳେ ପ୍ରାୟ 2 ମାସ ଧରି ଗଣତି ଜାରି ରହିବ ବୋଲି ଜଷ୍ଟିସ ପଟ୍ଟନାୟକ କହିଛନ୍ତି । ତେବେ ୨୦୧୩ ମସିହା ପର ଠାରୁ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ହୋଇନଥିଲା । ପ୍ରାୟ ୯ ବର୍ଷ ବ୍ୟବଧାନ ପରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ସେନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଏଥିସହ ଭୋଟରମାନେ ନିଜର ପରିଚୟ ପତ୍ର ସାଙ୍ଗରେ ଆଣି ବୁଥ ଭିତରକୁ ପ୍ରବେଶ କରିପାରିବା ନେଇ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-Vedanta Land Acquisition: ରାଜ୍ୟ ସରକାରଙ୍କୁ ସମ୍ବିତ ପାତ୍ରଙ୍କ କଡା ସମାଲୋଚନା

ଅନ୍ୟପଟେ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ହାତରେ ଥିବାରୁ ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଆଶାୟୀ ପ୍ରାର୍ଥୀମାନେ ରାଜ୍ୟର ସମସ୍ତ ସ୍ଥାନକୁ ଯାଇ ନିଜ ସମର୍ଥନ ସାଉଁଟି ବାରେ ଲାଗି ପଡିଛନ୍ତି । ପ୍ରବଳ ଖରା ଯୋଗୁଁ ଦିନ ସମୟରେ ପ୍ରଚାର କରିବାରେ ବାଧା ଉପୁଜି ଥିବାରୁ ସେଥିପାଇଁ ଆଶାୟୀ ମାନେ ଅପରାହ୍ନରୁ ମଧ୍ୟ ରାତ୍ରି ପର୍ଯ୍ୟନ୍ତ କ୍ୟାମ୍ପେନିଂ କରୁଥିବାର ଜଣାପଡିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.