ETV Bharat / state

ସମାନ କାମକୁ ସମାନ ଦରମା ଦାବି, ସତ୍ୟାଗ୍ରହରେ ବସିବେ କ୍ରୀଡା ଶିକ୍ଷକ - ଶା କ୍ରୀଡା ଶିକ୍ଷକ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଗତକାଲି ଫୁଲନଖରାସ୍ଥିତ ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା କ୍ରୀଡା ଶିକ୍ଷକ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ । ସମାନ କାମକୁ ସମାନ ଦରମା ନେଇ ହୋଇଛି ଦାବି । ଅଧିକ ପଢନ୍ତୁ

ସମାନ କାମକୁ ସମାନ ଦରମା ଦାବି
ସମାନ କାମକୁ ସମାନ ଦରମା ଦାବି
author img

By ETV Bharat Odisha Team

Published : Sep 7, 2023, 2:09 PM IST

ସମାନ କାମକୁ ସମାନ ଦରମା ଦାବି

ନିଆଳି: ସମାନ କାମକୁ ସମାନ ଦରମା ଦାବି । ଏନେଇ ଗତକାଲି ଫୁଲନଖରାସ୍ଥିତ ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା କ୍ରୀଡା ଶିକ୍ଷକ ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୧୩ ମସିହାରେ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ନିଯୁକ୍ତି ପାଇଥିବା ୨୩୦୦ ଶିକ୍ଷକ ସେମାନଙ୍କ ଦାବି ଜଣାଇଥିଲେ।

ତେବେ ସରକାର କ୍ରୀଡା ହବ୍ ଓ କ୍ରୀଡ଼ା ଉପରେ ଗୁରୁତ୍ଵ ଦେଉଥିବା ବେଳେ ୨୦୧୩ ରୁ ୨୦୧୮ ମସିହା ଭିତରେ କ୍ରୀଡ଼ା ଶିକ୍ଷକ ମହାସଂଘ ବିଭିନ୍ନ ଦାବି କରିଆସୁଛି । ସେଥି ମଧ୍ୟରୁ ସରକାର କିଛି ଅଂଶରେ ପୂରଣ କରିଥିବା ବେଳେ ଅଦ୍ୟାବଧି ୫୪୫୨ ଟଙ୍କା ଦରମା ନେଇ ପରିବାର ଭରଣ ପୋଷଣ କରିବା ବହୁ କଷ୍ଟ ଦାୟକ ବୋଲି କ୍ରୀଡା ଶିକ୍ଷକ ସମ୍ମିଳନୀରେ ଅଭିଯୋଗ କରିଥିଲେ । ସେହିପରି 2018 ନୂତନ ଶିକ୍ଷାନୀତିରେ କ୍ରୀଡ଼ା ଶିକ୍ଷକ ମାନଙ୍କୁ କ୍ୟାଡର୍ ଭୁକ୍ତ କରାଯାଇ ଚାକିରି ନିୟମିତ କରାଯିବ ବୋଲି ସରକାର ମିଥ୍ୟା ପ୍ରତିଶୃତି ଦେଉଛନ୍ତି । ସମାନ କାମ କରି ଚାକିରି ନିୟମିତ ହୋଇଥିବା ଜଣେ କ୍ରୀଡା ଶିକ୍ଷକ ମାସକୁ ୪୫ ହଜାର ଟଙ୍କା ଦରମା ପାଉଥିବା ବେଳେ ଆମକୁ ମାତ୍ର ୫୪୫୨ ଟଙ୍କା ଦିଆଯାଉଛି ବୋଲି ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଆଦିବାସୀ ମାନ୍ୟତା ଦାବି, କଳା ଦିବସ ପାଳନ କଲା ଓଡ଼ିଶା କୁଡୁମୀ ସେନା

ତେବେ କ୍ରୀଡାକୁ ପ୍ରାଥମିକ ସ୍ତରରେ ବାଧ୍ୟତାମୂଳକ କରାଯାଉ। ଏହା ଦ୍ଵାରା ଶିଶୁର ମାନସିକ ଓ ବୌଦ୍ଧିକ ବିକାଶ ସାଧନ ହୋଇପାରିବ। କ୍ରୀଡା ପ୍ରଶିକ୍ଷକ ଓ ପ୍ରଶିକ୍ଷିକା ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ । ତାଲିମ୍ ପ୍ରାପ୍ତ କ୍ରୀଡା ପ୍ରଶିକ୍ଷକ ଓ ପ୍ରଶିକ୍ଷିକା ମାନଙ୍କୁ କ୍ୟାଡର୍ ଭୁକ୍ତ କରି ଅଣତାଲିମ ପ୍ରାପ୍ତ ପ୍ରଶିକ୍ଷକ ଓ ପ୍ରଶିକ୍ଷିକାମାନଙ୍କୁ ସ୍ଵଳ୍ପ ମିଆଦି ତାଲିମ ଦିଆଯାଇ କ୍ୟାଡର୍ ଭୁକ୍ତ କରାଯିବା ନେଇ ଦାବି ହୋଇଛି ।

ତେବେ ଯଦି ଦାବିଗୁଡିକ ସରକାର ଆଗାମୀ ୧୦ ଦିନ ଭିତରେ ପୂରଣ ନ କରନ୍ତି ତାହେଲେ ଆସନ୍ତା ବିଧାନସଭା ଅଧିବେଶନ ସମୟରେ ଗାନ୍ଧୀମାର୍ଗରେ ଗାନ୍ଧିଜୀଙ୍କ ପଥ ଅନୁସରଣ କରି ସତ୍ୟାଗ୍ରହରେ ବସିବୁ ବୋଲି ମହାସଂଘ ଚେତାବନୀ ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ କ୍ରୀଡା ଶିକ୍ଷକ ମହାସଂଘର ସଭାପତି ବସନ୍ତ କୁମାର ଷଣ୍ଢ ,ସମ୍ପାଦକ ତ୍ରିଲୋଚନ ଜେନା,କାର୍ଯ୍ୟକାରୀ ସଭାପତି ଶଙ୍କର ପ୍ରସାଦ ମହାପାତ୍ର,ଉପସଭାପତି ମନୋଜ ଚୌଧୁରୀ ପ୍ରମୂଖ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.