ETV Bharat / state

ପ୍ରତାରଣା କରି କଏଦୀ ସାଜିଥିଲା ପ୍ରେମିକ, ପଶ୍ଚାତାପ ପରେ ଜେଲରେ ହେଲା ବିବାହ - କଟକରେ ସ୍ୱତନ୍ତ୍ର ଜେଲ ବିବାହ

ନିଜ ପ୍ରେମିକା ସହ ପ୍ରତାରଣା କରିବା ଓ ପ୍ରେମିକା ଅନ୍ତସ୍ୱତା ଥିବା ବେଳେ ନିଜର ପିତୃ ପରିଚୟ ଦେବାକୁ ପଛଘୁଞ୍ଚା ଦେଇଥିବା ପ୍ରେମିକ ଆଜି ଶେଷରେ ନିଜ ପ୍ରେମିକାକୁ ସ୍ତ୍ରୀ ଭାବେ ଗ୍ରହଣ କରିଛି। ପ୍ରେମିକାର ଅଭିଯୋଗ ପରେ କଟକ ଚୌଦ୍ୱାର ଜେଲରେ ଅଭିଯୁକ୍ତ ଭାବେ ଦିନ କାଟୁଥିବା ପ୍ରେମିକ ଆଜି ଜେଲରେ ନିଜ ଶିଶୁପୁତ୍ର ଆଗରେ ନିଜ ଅଭିଯୋଗକାରିଣୀ ପ୍ରେମିକାକୁ ବିବାହ କରିଛି। ଅଧିକ ପଢନ୍ତୁ...

କଟକରେ ସ୍ୱତନ୍ତ୍ର ଜେଲ ବିବାହ, ପରିଚୟ ପାଇଲା ନବଜାତକ

author img

By

Published : Feb 26, 2021, 9:58 AM IST

Updated : Feb 26, 2021, 5:30 PM IST

କଟକ: ପ୍ରଥମେ ପ୍ରେମ। ପ୍ରେମରୁ ସଂପର୍କ। ସମ୍ପର୍କ ଅତି ନିବିଡ଼ ହେବା ପରେ ପ୍ରେମିକା ସାଜିଥିଲେ ଗର୍ଭବତୀ। ମାତ୍ର 7 ମାସ ଗର୍ଭବତୀ ପ୍ରେମିକାର ଶିଶୁକୁ ପିତୃ ପରିଚୟ ଦେବାକୁ ପଛଘୁଞ୍ଚା ଦେଇଥିଲା ପ୍ରେମିକ। ଏପରି ଘଟଣା ଘଟିଥିଲା କଟକ ଜିଲ୍ଲା ଗୁରୁଡିଝାଟିଆ ଅଞ୍ଚଳର ରାଜେଶ ସିଂ ଓ ସେହି ଅଞ୍ଚଳର ମଞ୍ଜୁ ଚତାରଙ୍କ ମଧ୍ୟରେ। ଶେଷରେ ବାଧ୍ୟ ହୋଇ ପ୍ରେମିକା ନେଇଥିଲେ ଆଇନର ଆଶ୍ରୟ।

ପ୍ରତାରଣା କରି କଏଦୀ ସାଜିଥିଲା ପ୍ରେମିକ, ପଶ୍ଚାତାପ ପରେ ଜେଲରେ ହେଲା ବିବାହ

ପୋଲିସ ଶେଷରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି ପଠାଇ ଦେଇଥିଲା ଜେଲ। ଜେଲରେ 7ମାସ ହେବ ଜୀବନ ବିତାଉଥିବା ପ୍ରେମିକ ଶେଷରେ ପ୍ରେମିକାର ଜନ୍ମିତ ଶିଶୁପୁତ୍ରକୁ ନିଜର ସ୍ୱୀକାର କରିବା ସହିତ ନିଜ ପ୍ରେମିକାକୁ ବିବାହ କରିବାକୁ ସହମତି ପ୍ରକାଶ କରିଥିଲେ। ଏଥିନେଇ ମାନ୍ୟବର କୋର୍ଟରେ ଆପିଲ କରିବା ସ୍ପେଶାଲ ପୋକ୍ସୋ କୋର୍ଟ ବିବାହ ପାଇଁ ଅନୁମତି ଦେଇଥିଲେ। ଯାହାକୁ ନେଇ ଶେଷରେ ଜେଲରେ ଉଭୟ ବିବାହ କରିଛନ୍ତି। ବିବାହକୁ ନେଇ ମଞ୍ଜୁ ବେଶ ଖୁସୀ ଅନୁଭବ କରୁଛନ୍ତି। ମାତ୍ର ବିବାହ ପରେ ମଧ୍ୟ ଜେଲରେ ଥିବା ରାଜେଶ ଖୁବଶୀଘ୍ର ଫେରିବେ ବୋଲି ଆଶା ବାନ୍ଧିଛନ୍ତି ମଞ୍ଜୁ।

ଉଭୟଙ୍କ ବାହାଘର ପାଇଁ ଜେଲରେ ହୋଇଥିଲା ସ୍ୱତନ୍ତ୍ର ଆୟୋଜନ। ମାନ୍ୟବର ପୋସ୍କୋ କୋର୍ଟଙ୍କ ନିର୍ଦ୍ଧେଶ କ୍ରମେ ଉଦ୍ଧାର ଫାଉଣ୍ଡେସନ ଜେଲରେ ଉଭୟଙ୍କ ବାହାଘର ଆୟୋଜନ କରିଥିଲା। ଉଭୟ ପରିବାରଙ୍କ ଉପସ୍ଥିତିରେ ନିଜ ଧାର୍ମିକ ନୀତିନିୟମ ଅନୁଯାୟୀ ଜେଲରେ ବିବାହ ହୋଇଛି। ବିବାହ ସରିଛି ମାତ୍ର ବିବାହ ପରେ ମଧ୍ୟ ଜେଲରେ ରହିବାକୁ ପଡିଛି ରାଜେଶଙ୍କୁ। ତେବେ କୋର୍ଟଙ୍କ ପରବର୍ତ୍ତୀ ନିଷ୍ପତ୍ତି ପରେ ରାଜେଶ ଜେଲରୁ ମୁକୁଳିବେ ବୋଲି କହିଛନ୍ତି ଜେଲ ଡ଼ିଆଇଜି। ଅନ୍ୟପଟେ ଦୁଇ ପରିବାରଙ୍କୁ ମିଳାଇବା ସହିତ ଉଭୟଙ୍କୁ ବିବାହ ବନ୍ଧନରେ ବାନ୍ଧିପାରିଥିବା ଉଦ୍ଧାର ଫାଉଣ୍ଡେସନ ସଦସ୍ୟ ମାନେ ମଧ୍ୟ ଏହି ବାହାଘରକୁ ନେଇ ବେଶ ଖୁସି ଅନୁଭବ କରିଛନ୍ତି।

ଜେଲରେ ଅନୁଷ୍ଠିତ ଏହି ବିବାହ ଜଣେ ପୀଡିତା ଓ ଜଣେ ବିଚାରଧୀନ କଏଦୀଙ୍କୁ କରାଇଛି ମିଳନ । କୁହାଯାଇ ପାରିବ ଏହି ମିଳନ ଏବେ ଯୁଗ ଯୁଗର । ମଞ୍ଜୁ ଓ ରାଜେଶ ସବୁ ଦିନ ପାଇଁ ସାଜିଲେ ଦମ୍ପତି । ତେବେ ଏହି ଘଟଣା ସମାଜକୁ ଏକ ସୁବାର୍ତା ପ୍ରଦାନ କରିବ ବୋଲି ରହିଛି ଆଶା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 26, 2021, 5:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.