ETV Bharat / state

ରେଭେନ୍ସାରେ ଯୋଡ଼ି ହେଲା ଆଉ ଏକ ସ୍ଵତନ୍ତ୍ରତା, ସ୍ମାର୍ଟ କ୍ଲାସ ରୁମ୍ ଉଦଘାଟିତ

author img

By

Published : Aug 10, 2023, 1:41 PM IST

କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସ୍ୱର୍ଗତ ମନୋରମା ମହାପାତ୍ରଙ୍କ ନାମରେ ନାମିତ ସ୍ମାର୍ଟ କ୍ଲାସ ରୁମ୍ ଉଦ୍ଘାଟିତ ସହ ଖେଳ କସରତ ପାଇଁ ଇଣ୍ଡୋର ହଲ ଲୋକାର୍ପଣ କରାଯାଇଛି । ଅଧିକ ପଢନ୍ତୁ

revenshaw university
revenshaw university
revenshaw university

କଟକ: ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରାନ୍ତି ଦିବସ ପାଳନ ହୋଇଯାଇଛି । ଏହି ଦିନରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ବରେ ଇଂରେଜ ସରକାର ବିରୋଧରେ ଭାରତ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଥିଲା । ଏହି ଅପୂର୍ବ ଦିନକୁ ମନେ ରଖିବା ପାଇଁ ସାରା ଦେଶ କ୍ରାନ୍ତି ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସ୍ୱର୍ଗତ ମନୋରମା ମହାପାତ୍ରଙ୍କ ନାମରେ ନାମିତ ସ୍ମାର୍ଟ କ୍ଲାସ ରୁମ୍ ଉଦ୍ଘାଟିତ ହୋଇଯାଇଛି । ଏଥି ସହିତ ଏକ ଖେଳ କସରତ ପାଇଁ ଇଣ୍ଡୋର ହଲ ଲୋକାର୍ପଣ କରାଯାଇଛି ।

ତେବେ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମନୋରମା ମହାପାତ୍ର ସ୍ମାରକୀ ହଲକୁ ଉଦ୍ଘାଟନ କରିଥିଲେ । ଏନେଇ ସେ କହିଥିଲେ ଯେ,ଏହା ଏକ ପବିତ୍ର ଦିନ । 1942 ମସିହା ଅଗଷ୍ଟ ୯ ତାରିଖରେ ମହାତ୍ମା ଗାନ୍ଧୀଙ୍କ ଆହ୍ଵାନ କ୍ରମେ ଦେଶ ବ୍ୟାପି କ୍ରାନ୍ତି ଦିବସ ପାଳନ କରାଯାଇଥିଲା । ଓଡ଼ିଶା ମଧ୍ୟ ଏହି କ୍ରାନ୍ତି ଦିବସରେ ସାମିଲ ହୋଇ ବହୁ ସଂଗ୍ରାମୀ ମାନଙ୍କୁ ଆତ୍ମବଳୀ ଦେବାକୁ ପଡ଼ିଥିଲା । ଦେଶର ସ୍ଵାଧୀନତା ସଂଗ୍ରାମ ଇତିହାସରେ ରେଭେନ୍ସା ଶିକ୍ଷାନୁଷ୍ଠାନର ଅବଦାନ ଅବିସ୍ମରଣୀୟ । ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକଙ୍କ ଭଳି ବହୁ ସଂଗ୍ରାମୀଙ୍କୁ ଏହି ଶିକ୍ଷାନୁଷ୍ଠାନ ଜନ୍ମ ଦେଇଛି ବୋଲି କହିଥିଲେ ।

ସେହିପରି 1942 ମସିହା ଅଗଷ୍ଟ 9 ତାରିଖ ଦିନ ସ୍ବର୍ଗତ ବିଜୁ ପଟ୍ଟନାୟକ ଏଠାରୁ ସାଇକେଲ ଯୋଗେ ପେଶ୍ୱାର ଯାତ୍ରା କରିଥିଲେ । ଯାହା ଆମ ପାଇଁ ସ୍ମରଣୀୟ ହୋଇ ରହିବ । ନବୀନ ପଟ୍ଟନାୟକ ସରକାର ସମୟରେ ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ଘଟିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ଠାରୁ କୌଣସି ଗୁଣରେ କମ୍ ନୁହେଁ । ଏହାର ଦ୍ଵିତୀୟ କ୍ୟାମ୍ପସ ସମ୍ପୂର୍ଣ୍ଣ ହୋଇଯାଇଛି । ମନୋରମା ମହାପାତ୍ରଙ୍କ ଭଳି ସାହ୍ୟିତିକ ଓ ସମାଜ ସେବୀଙ୍କ ନାମରେ ଏକ ହଲର ନାମିତ କରାଯାଇଥିବାରୁ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ -ନବରଙ୍ଗପୁରରେ ଅଗଷ୍ଟ କ୍ରାନ୍ତି ଦିବସ ପାଳନ, ବ୍ରିଟିଶ ଅମଳର ଜେଲକୁ ଜାତୀୟ ସ୍ମାରକୀର ମାନ୍ୟତା ଦେବାକୁ ଦାବି

ଅନ୍ୟପଟେ ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଆକାଶ ଦାସ ନାୟକ ଓ ଚୌଦ୍ୱାର କଟକ ବିଧାୟକ ସୌଭିକ୍ ବିଶ୍ଵାଳ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ରେଭେନ୍ସାର ପୁରାତନ ଛାତ୍ରଛାତ୍ରୀ ମାନଙ୍କର ପରାମର୍ଶରେ ରେଭେନ୍ସା ଏକ ଆଦର୍ଶ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇପାରିବ । ପ୍ରତ୍ୟେକ ଛାତ୍ରଛାତ୍ରୀ ମାନେ ଏହି ଶିକ୍ଷାନୁଷ୍ଠାନକୁ ନେଇ ନିଜକୁ ଗର୍ବ ଓ ଗୌରବ ମନେ କରନ୍ତି । ମନୋରମା ମହାପାତ୍ରଙ୍କ ନୀତି ଆଦର୍ଶକୁ ଅନୁକରଣ କରିପାରିଲେ ଏହି ହଲଟିର ନାମକରଣର ଯଥାର୍ଥତା ହୋଇ ରହିବ ବୋଲି କହିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.