ETV Bharat / state

ବଡ଼ମ୍ବା ଧନେଶ୍ୱର ମୃତ୍ୟ ଘଟଣା, 6 ବନ କର୍ମଚାରୀ ଗିରଫ - ଧନେଶ୍ବର ବେହେରା

ବଡ଼ମ୍ବା ରେଞ୍ଜ ଅଫିସରେ ଅଭିଯୁକ୍ତ ଧନେଶ୍ବର ମୃତ୍ୟ ଘଟଣା ଏବେ ରାଜ୍ୟର ଚର୍ଚ୍ଚିତ ଖବର ପାଲଟିଛି । ଏହି ଘଟଣାରେ ବଡମ୍ବା ରେଞ୍ଜର ସୁବ୍ରତ ବେହେରା ସମେତ ୬ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆଠଗଡ଼ ପୋଲିସ । ଅଧିକ ପଢନ୍ତୁ

ଆଠଗଡ  SDPO  ବିଜୟ କୁମାର ବିଶି
ଆଠଗଡ SDPO ବିଜୟ କୁମାର ବିଶି
author img

By

Published : Feb 8, 2023, 9:25 PM IST

ବଡ଼ମ୍ବା ଧନେଶ୍ୱର ମୃତ୍ୟ ଘଟଣା, 6 ବନକର୍ମଚାରୀ ଗିରଫ

କଟକ: ବନ ବିଭାଗ ହେପାଜତରେ ଧନେଶ୍ଵର ବେହେରା ମୃତ୍ୟୁ ଘଟଣା । ବଡମ୍ବା ରେଞ୍ଜର ସୁବ୍ରତ ବେହେରା ସମେତ ୬ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଆଠଗଡ଼ SDPO ବିଜୟ କୁମାର ବିଶି । ବଡ଼ମ୍ବା ରେଞ୍ଜ ଅଫିସରେ ଅଭିଯୁକ୍ତ ଧନେଶ୍ବର ମୃତ୍ୟ ଘଟଣା ଏବେ ରାଜ୍ୟର ଚର୍ଚ୍ଚିତ ଖବର ପାଲଟିଛି । କେଉଁ କାରଣରୁ ଅଭିଯୁକ୍ତ ଧନେଶ୍ବର ମୃତ୍ୟ ଘଟିଥିଲା ତାହା ଏବେ ସନ୍ଦେହ ଘେରରେ ରହିଛି । ଏହି ଘଟଣାରେ ଏବେ ୬ ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଆଠଗଡ଼ SDPO । ଗିରଫ ୬ ଜଣ ବନ କର୍ମଚାରୀ ହେଉଛନ୍ତି ରେଞ୍ଜର ସୁବ୍ରତ ବେହେରା, ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାଏକ ମାଝି, କୁନା ବେହେରା ଏବଂ ପ୍ରଭାତ ପ୍ରଧାନ ।

ଗତ ଫେବୃଆରୀ ୫ ତାରିଖ ଦିନ ରାତିରେ ହାତୀକୁ ଶିକାର କରିଥିବା ସନ୍ଦେହ କରି ବଡମ୍ବା ସାତଗୋଛିଆ ଗାଁର ଧନେଶ୍ଵର ବେହେରାଙ୍କୁ ଏକ ପେଟ୍ରୋଲ ପମ୍ପ ନିକଟରୁ ଉଠାଇଆଣିଥିଲା ବଡମ୍ବା ବନ ବିଭାଗ । ହାତୀକୁ ହତ୍ୟା କରିଥିବା ସନ୍ଦେହରେ ବଡମ୍ବା ରେଞ୍ଜରେ ଅଭିଯୁକ୍ତକୁ ପଚରାଉଚରା କରାଯାଇଥିଲା । ଏହି ସମୟରେ ତାଙ୍କର ବନବିଭାଗ ହେପାଜତରେ ସନ୍ଦେହଜନକ ଭାବରେ ମୃତ୍ୟୁ ଘଟିଥିଲା । ତେବେ ପଚରାଉଚରା ବେଳେ ମାଡ ମାରିବାରୁ ଅଭିଯୁକ୍ତ ଧନେଶ୍ବରଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ପକ୍ଷରୁ ବଡମ୍ବା ଥାନାରେ ଅଭିଯୋଗ ହୋଇଥିଲା । ଉକ୍ତ ଘଟଣାରେ ଦୁଇଦିନ ହେବ ପୋଲିସ ୧୪ଜଣ ବନ ବିଭାଗ ଅଧିକାରୀଙ୍କୁ ଆଠଗଡ଼ ଥାନାରେ ଅଟକ ରଖି ପଚରାଉଚରା କରିଥିଲା ।

ଆଜି(ବୁଧବାର) 6 ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କଟକ ଗ୍ରାମାଞ୍ଚଳ ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଠଗଡ଼ SDPO ବିଜୟ କୁମାର ବିଶି । ସେପଟେ ଗୋଟିଏ ପକ୍ଷରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଧନେଶ୍ଵର ବେହେରାଙ୍କ ମୃତ୍ୟକୁ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ଅଭିଯୁକ୍ତ ଧନେଶ୍ବରଙ୍କ ମୃତ୍ୟୁକୁ ନେଇ ଏବେବି କାରଣ ଅସ୍ପଷ୍ଟ ରହିଛି । କେମିତି ଧନେଶ୍ବରଙ୍କର ମୃତ୍ୟ ଘଟିଲା ସେନେଇ ସନ୍ଦେହ ଘେରରେ ରହିଛି ପୋଲିସ । ଅଭିଯୁକ୍ତ ଧନେଶ୍ବରଙ୍କ ମୃତ୍ୟୁ ଥାର୍ଡ ଡିଗ୍ରୀ ନାଁ ଆଉ କେଉଁ କାରଣରୁ ହୋଇଛି ତାହା ଏଯାବତ ଜଣା ପଡ଼ିନାହିଁ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.