ETV Bharat / state

କୁଆଖାଇ ନଦୀରେ ବୁଡ଼ି ୨ ମୃତ୍ୟୁ, ୨ ନିଖୋଜ

author img

By

Published : Jul 11, 2023, 10:51 PM IST

ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଧବଳାହାର ନିକଟସ୍ଥ କୁଆ ଖାଇ ନଦୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ । 2ଜଣ ନିଖୋଜ। ଘଟଣା ସ୍ଥଳରେ ବାଲିଅନ୍ତା ଅଗ୍ନିଶମ ଏବଂ ବାଲିଅନ୍ତା ପୋଲିସ ପହଞ୍ଚି ଖୋଜାଖୋଜି ଅରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

କୁଆଖାଇ ନଦୀରେ ବୁଡ଼ି ୨ ମୃତ୍ୟୁ ୨ ନିଖୋଜ
କୁଆଖାଇ ନଦୀରେ ବୁଡ଼ି ୨ ମୃତ୍ୟୁ ୨ ନିଖୋଜ

ନିଆଳି: କୁଆଖାଇ ନଦୀରେ ବୁଡ଼ି ୨ ମୃତ୍ୟୁ ୨ ନିଖୋଜ । ନିଖୋଜଙ୍କ ମିଳୁନି ପତ୍ତା । ଘଟଣାସ୍ଥରେ ପୋଲିସ ପହଞ୍ଚି ଆରମ୍ଭ କରିଛି ଅନୁସନ୍ଧାନ । ତେବେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଧୀନ ଧବଳାହାର ନିକଟସ୍ଥ କୁଆ ଖାଇ ନଦୀରେ । ଘଟଣା ସ୍ଥଳରେ ବାଲିଅନ୍ତା ଅଗ୍ନିଶମ ଏବଂ ବାଲିଅନ୍ତା ପୋଲିସ ପହଞ୍ଚି ଖୋଜାଖୋଜି କରୁଛନ୍ତି । ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ସେମାନଙ୍କ ଘର ଭୁବନେଶ୍ୱର ହୋଇଥିବା ସୂଚନା ମିଳୁଛି ।

ଅଧି୍କ ପଢ଼ନ୍ତୁ: ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ 5 ଛାତ୍ର, 3 ମୃତ ଓ ଜଣେ ଗୁରୁତର

ସୂଚନା ଅନୁଯାୟୀ, ରାଜଧାନୀ ଉପକଣ୍ଠରେ ବାଲିଅନ୍ତା ବ୍ଲକର ବଇଁଚୁଆ ପଞ୍ଚାୟତ ଧବାଳହାର ନିକଟରେ ଥିବା କୁଆଖାଇ ନଦୀରେ ଆଜି ୪ ଜଣ ଯୁବକ ଗଧୋଇଲା ବେଳେ ବୁଡି ଯାଇଛନ୍ତି । ସୂଚନା ଅନୁସାରେ ଦୁଇ ଜଣଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି ଏବଂ ଅନ୍ଯ ଦୁଇ ଜଣଙ୍କୁ ବାଲିଅନ୍ତା ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜା ଖୋଜି ଜାରି ରଖିଛନ୍ତି।‌ ଦୁଇ ଜଣଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି କିନ୍ତୁ ପରିଚୟ ମିଳିନାହିଁ ଏବଂ ଅନ୍ଯ ଦୁଇ ଜଣଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅନ୍ଧାର ପାଇଁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଥିବା ଅଗ୍ନୀଶମ ବିଭାଗ କରିଛି ।

ଏହା ବି ପଢନ୍ତୁ: କେନାଲ ଗାଧୋଇବା ହେଲା କାଳ, ଦୁଇ ନାବାଳକ ମୃତ

ତେବେ ଗତକିଛି ଦିନ ତଳେ କେନାଲରେ ବୁଡି ଦୁଇ ବାଳକଙ୍କ ମୃତ୍ୟୁ ଘଟିଥିଲା । ଅନୁଗୋଳ ତାଳଚେର ଗୁରୁଜାଙ୍ଗ ଗାଁର ଦକ୍ଷିଣ କେନାଲରେ ଘଟିଥିଲା ଏହି ଅଘଟଣ । କେନାଲରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଦୁଇ ହାଇସ୍କୁଲ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ ଗୁରୁଜାଙ୍ଗ ଗ୍ରାମ ନିକଟସ୍ଥ କେନାଲକୁ ସେହି ଗାଁର ଓମପ୍ରକାଶ ପାଣି ଓ ସୌମ୍ୟ ରଞ୍ଜନ ପାଣି ଅନ୍ୟ ଜଣେ ନାବାଳକ ଗାଧେଇବାକୁ ଯାଇଥିଲେ । ତେବେ ଅସାବଧାନତା ବଶତଃ ଉଭୟ ଗଭୀର ପାଣିକୁ ଚାଲି ଯାଇଥିଲେ । ପାଣିରେ ବୁଡି ଯାଉଥିବା ଦେଖି ସାଙ୍ଗରେ ଥିବା ଅନ୍ୟ ଜଣେ ନାବାଳକ ଡାକ ପକେଇଥିଲେ । ଆଖପାଖରେ ଥିବା ଲୋକ ଦୌଡ଼ି ଆସି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ବହୁ ସମୟ ଖୋଜାଖୋଜି ପରେ ଉଭୟଙ୍କୁ ଉଦ୍ଧାର କରି ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.