ETV Bharat / state

SCBରେ ଫ୍ୟାନ ଖସିବା ଘଟଣା, ଆଖି ବୁଜିଲେ ରୋଗୀ - ରୋଗୀଙ୍କ ଉପରେ ଖସି ପଡିଥିଲା ଫ୍ୟାନ

ଏସସିବି ଛାତରୁ ଫ୍ୟାନ ଖସିବା ଘଟଣାରେ ଗୁରୁତର ଆହତ ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁବରଣ କରିଥିବା ରୋଗୀ ଜଣକ ହେଉଛନ୍ତି ପାର୍ବତୀ ଦାସ । ଅଧିକ ପଢନ୍ତୁ...

SCBରେ ରୋଗୀଙ୍କ ଉପରେ ଖସି ପଡିଥିଲା ଫ୍ୟାନ
SCBରେ ରୋଗୀଙ୍କ ଉପରେ ଖସି ପଡିଥିଲା ଫ୍ୟାନ
author img

By

Published : Mar 16, 2021, 9:20 AM IST

କଟକ: ଏସସିବି ଛାତରୁ ଫ୍ୟାନ ଖସିବା ଘଟଣାରେ ଗୁରୁତର ଆହତ ରୋଗୀଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁବରଣ କରିଥିବା ରୋଗୀ ଜଣକ ହେଉଛନ୍ତି ପାର୍ବତୀ ଦାସ । ଗତ 8 ତାରିଖରେ ସର୍ଜରୀ ବିଭାଗରେ ଚିକିତ୍ସାଧିନ ଥିବା ୮୦ ବର୍ଷୀୟ ବୃଦ୍ଧା ମହିଳାଙ୍କ ଉପରେ ଖସି ପଡିଥିଲା ଫ୍ୟାନ ଫଳରେ ଗୁରୁତର ଅବସ୍ଥାରେ ଆଜି(ମଙ୍ଗଳବାର) ଆଇସିୟୁରେ ଭର୍ତ୍ତି ହୋଇଥିଲେ।

ଭଲ ଚିକିତ୍ସା ପାଇଁ ରୋଗୀ ଭର୍ତ୍ତି ହୋଇଥିଲେ ବଡ଼ ମେଡିକାଲରେ ମାତ୍ର ଛାତ ସିଲିଂରୁ ଚଳନ୍ତା ଫ୍ୟାନ ରୋଗୀ ଉପରେ ଖସି ପଡିଥିଲା । ବଡ ମେଡିକାଲରେ ସୁସ୍ଥ ହେବା ପରିବର୍ତ୍ତେ ଆଖି ବୁଜିଛନ୍ତି ମହିଳା । ରୋଗୀ ଜଣଙ୍କ ହେଲେ ଯାଜପୁର ବରି ଅଞ୍ଚଳର ବାସିନ୍ଦା । ସେହିପରି ତାଙ୍କ ନିକଟରେ ରହିଥିବା ଏକ ଗର୍ଭବତୀ ରୋଗୀ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ତେବେ ଖସି ଯାଇଥିବା ଫ୍ୟାନ ଖରାପ ସମ୍ପର୍କରେ ପୂର୍ବରୁ ମେଡିକାଲ କର୍ତ୍ତୃପକ୍ଷଙ୍କ ଠାରୁ ୱାର୍ଡରେ ରହୁଥିବା ନର୍ସ ଯାଏଁ ସମସ୍ତଙ୍କୁ ଅବଗତ କରିଥିଲେ ଆହତଙ୍କ ସମ୍ପର୍କୀୟ ମାତ୍ର ଅଭିଯୋଗର କେହି କର୍ଣ୍ଣପାତ ନ କରିଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.