ETV Bharat / state

SHG ମହିଳାଙ୍କ ମୁହଁରେ ହସ, ORMAS ସହ ହେଲା ଚୁକ୍ତି - ଓରମାସ

ଓରମାସ (ORMAS) ମାଧ୍ୟମରେ ବିଭିନ୍ନ କମ୍ପାନୀ ସହ ଚୁକ୍ତି ସ୍ବାକ୍ଷର କରିଛନ୍ତି ଏସଏସଜି ଗୋଷ୍ଠୀ । ଅଧିକ ପଢନ୍ତୁ

self help group signed agreement with Ormas
SHG ମହିଳାଙ୍କ ମୁହଁରେ ହସ, ORMAS ସହ ହେଲା ଚୁକ୍ତି
author img

By

Published : Feb 2, 2023, 8:41 AM IST

SHG ମହିଳାଙ୍କ ମୁହଁରେ ହସ, ORMAS ସହ ହେଲା ଚୁକ୍ତି

କଟକ: ସଶକ୍ତ ହେବେ ମହିଳା । ସେମାନଙ୍କ ହାତ ତିଆରି ସାମଗ୍ରୀର ବିକ୍ରି ମଧ୍ୟ ବଢିବ । ଉତ୍ପାଦକ ଗୋଷ୍ଠୀ ମାନଙ୍କୁ ଉନ୍ନତ ଜ୍ଞାନକୌଶଳ, ଉତ୍ପାଦ ବିକାଶ ସହ ବିକ୍ରି ବ୍ୟବସ୍ଥାରେ ବ୍ରାଣ୍ଡର ଉନ୍ନତିକରଣ କରିବା ଆଦି ବିଭିନ୍ନ କ୍ଷେତ୍ରରେ ଆଉ ପାଦେ ଆଗେଇବେ ମହିଳାମାନେ। ଏଥିପାଇଁ ଓରମାସ (ORMAS) ମାଧ୍ୟମରେ ବିଭିନ୍ନ କମ୍ପାନୀ ସହ ଚୁକ୍ତି ସ୍ବାକ୍ଷର କରିଛନ୍ତି ମହିଳା ଉତ୍ପାଦିକା ଗୋଷ୍ଠି ।

ଏନେଇ କଟକରେ ଅନୁଷ୍ଠିତ ଏକ ଉପଭୋକ୍ତା-ବିକ୍ରେତା ସମାବେଶରେ ଯୋଗ ଦେଇଥିଲେ ମିଶନ ଶକ୍ତିର ବହୁ ମହିଳା ଓ କମ୍ପାନୀ ଅଧିକାରୀ । SHG ହେବ SME ଅର୍ଥାତ ସ୍ୱୟଂ ସହାୟକ ଗୋଷ୍ଠୀ ହେବ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ । ଏଥିପାଇଁ ମାର୍କେଟିଂର ବଡ ସହଯୋଗ ରହିବ । ଆଉ ଗ୍ରାମୀଣ ବଜାର ସହ ଯୋଡି ହେବ ସହରାଞ୍ଚଳର ବଜାର । ଖାଲି ସେତିକି ନୁହେଁ ଉନ୍ନତ ଜ୍ଞାନ କୌଶଳର ବିକାଶ ସହ, ବ୍ରାଣ୍ଡିଙ୍ଗ ବ୍ୟବସ୍ଥାର ଉନ୍ନତିକରଣ କରାଯିବ । ଓରମାସ ଦ୍ୱାରା କଟକରେ ଅନୁଷ୍ଠିତ ଉପଭୋକ୍ତା-ବିକ୍ରେତା ସମାବେଶରେ ଏହା ମୁଖ୍ୟ ଲକ୍ଷ୍ୟ ରଖାଯାଇଛି ।

ଏହା ବି ପଢନ୍ତୁ...ବାଘଛାଲ ଡିଲ ବେଳେ ମାଡି ବସିଲା ପୋଲିସ, ୮ ଗିରଫ

ମୁଖ୍ୟତଃ ଉପଯୁକ୍ତ ମୂଲ୍ୟ, ଉତ୍ପାଦର ବିକାଶ, ଅଧିକ ବ୍ୟବସାୟ ସୃଷ୍ଟି ଆଦି ଏହି ସମାବେଶର ରହିଛି ମୂଳ ଲକ୍ଷ୍ୟ । ଏହାଛଡା ଘରୋଇ ଓ ବାହ୍ୟ ବଜାରରୁ ଆସିଥିବା ଗ୍ରାମୀଣ ଉପଭୋକ୍ତା ଓ ବିକ୍ରେତା ମଧ୍ୟରେ ସିଧାସଳଖ ଯୋଗାଯୋଗ ସ୍ଥାପନ କରାଯାଇ ମହିଳାମାନଙ୍କୁ ଅଧିକ ସଶକ୍ତ କରାଯାଇପାରିବ ସେ ନେଇ ସମାବେଶରେ ମତ ପ୍ରକାଶ ପାଇଥିଲା । ଏହାଛଡା ଗ୍ରାମାଞ୍ଚଳର ପ୍ରସ୍ତୁତ ଦ୍ରବ୍ୟକୁ ସହରାଞ୍ଚଳରେ ବିକ୍ରୟ ନିମନ୍ତେ ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱରୋପ କରାଯାଇଥିବା ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ପୁନମ ଟି ଗୁହା କହିଛନ୍ତି ।

ଏହି ସମାବେଶରେ କଟକ ଜିଲ୍ଲାର ବହୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନଶକ୍ତିର ମହିଳା ଉତ୍ପଦିକାମାନେ ଯୋଗ ଦେଇଥିଲେ । ଏହାସହ ଅନେକ କମ୍ପାନୀ ବି ଯୋଗ ଦେଇଥିଲେ ଏହି ସମାବେଶରେ । ବିଶେଶକରି ITC, ସାବତ ଏକ୍ସପୋର୍ଟସ, ଓଡିତ ଟ୍ରଷ୍ଟ ଭଳି ବହୁ ନାମୀ ଶିଳ୍ପଦ୍ୟୋଗୀଙ୍କ ସହ MOU ସ୍ବାକ୍ଷର କରିଥିଲେ ବହୁ ମହିଳା ଉତ୍ପାଦିକା ଗୋଷ୍ଠୀ । ଆଉ ଏହାର ମାଧ୍ୟମ ଥିଲା ଓରମାସ । ନିଜ ପ୍ରସ୍ତୁତ ସାମଗ୍ରୀକୁ ଏହି କମ୍ପାନୀ ଜରିଆରେ ରାଜ୍ୟ ତଥା ରାଜ୍ୟ ବାହାରେ ଏପରିକି ଅନ୍ତର୍ଜାତୀୟ ସ୍ତରରେ ଉତ୍ପାଦିତ ସାମଗ୍ରୀକୁ ପହଞ୍ଚାଇ ସଶକ୍ତ ଓ ସ୍ୱାବଲମ୍ବୀ ହେବା ଏହାର ଉଦ୍ଦେଶ୍ୟ ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.