କଟକ: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ସୃଷ୍ଟି ହୋଇଛି ବିଭ୍ରାଟ ଆଶଙ୍କା । ଏଥିପାଇଁ ରାଜ୍ୟର କେତେକ ସମ୍ବେଦନଶୀଳ ଏସଓଏସସି ପରୀକ୍ଷା କେନ୍ଦ୍ରମାନଙ୍କରେ 144 ଧାରା ଲାଗୁ କରିବା ପାଇଁ ଲେଖାଯାଇଛି ଚିଠି । ଏନେଇ ଜିଲ୍ଲା ଏସପିଙ୍କୁ ବୋର୍ଡ କର୍ତ୍ତୃପକ୍ଷ ଓ ଜିଲ୍ଲା ଶିକ୍ଷାଧିକାରୀ ଚିଠି ଲେଖି ଜଣାଇଛନ୍ତି ।
ସୂଚନା ଅନୁଯାୟୀ ରାଜ୍ୟରେ ପ୍ରାୟ 1000ଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ରହିଥିବା ବେଳେ କଟକସ୍ଥିତ ଚମ୍ପେଶ୍ବର ଜି.ପି. ହାଇ ସ୍କୁଲ, କେ.ଏମ. ବିଦ୍ୟାପୀଠ, ଏସ.ଏସ.କେ ବିଦ୍ୟାପୀଠ, ଏ.ଏନ. ହାଇ ସ୍କୁଲ ଓ କଟକ ସଦରସ୍ଥିତ ଆଚାର୍ଯ୍ୟ ହରିହର ବିଦ୍ୟାପୀଠରେ ଆଗାମୀ 4ଟି ପରୀକ୍ଷାରେ ଅଧିକ ସଂଖ୍ୟକ ପୋଲିସ ଫୋର୍ସ ନିୟୋଜିତ କରିବାକୁ ଚିଠିରେ ଲେଖାଯାଇଛି ।
ପରୀକ୍ଷାର ପ୍ରଥମ ଦିନରେ ଏହି ଉପରୋକ୍ତ କେନ୍ଦ୍ରମାନଙ୍କରେ ସିସିଟିଭି କ୍ୟାମେରାକୁ ନେଇ ସାମାନ୍ୟ ଛାତ୍ର ଅସନ୍ତୋଷ ଦେଖାଯାଇଥିବା ବେଳେ ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ