ETV Bharat / state

ଧବଳେଶ୍ବର ପୀଠରେ ୧୪୪ ଧାରା, ଝୁଲା ପୋଲ ଦେଇ ଯାତାୟାତ ବନ୍ଦ

author img

By

Published : Oct 31, 2022, 8:19 PM IST

ଧବଳେଶ୍ବର ପୀଠ ରେ ୧୪୪ ଧାରା ଲାଗୁ କରିଛି ଜିଲ୍ଲା ପ୍ରଶାସନ । ଝୁଲା ପୋଲର ଯାଞ୍ଚ ଏବଂ ମରାମତି ପାଇଁ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ । ଅଧିକ ପଢନ୍ତୁ

ଧବଳେଶ୍ବର ପୀଠରେ ୧୪୪ ଧାରା, ଝୁଲା ପୋଲ ଦେଇ ଯାତାୟାତ ବନ୍ଦ
ଧବଳେଶ୍ବର ପୀଠରେ ୧୪୪ ଧାରା, ଝୁଲା ପୋଲ ଦେଇ ଯାତାୟାତ ବନ୍ଦ

କଟକ: ବିଳମ୍ବରେ ହେଲେବି ଚେତିଛି ଜିଲ୍ଲା ପ୍ରଶାସନ । ଗୁଜୁରାଟ ମୋର୍ବିରେ ଝୁଲା ପୋଲ ଅଘଟଣ ପରେ ଚେତିଲା ଜିଲ୍ଲା ପ୍ରଶାସନ । ଧବଳେଶ୍ବର ପୀଠ ରେ ୧୪୪ ଧାରା ଲାଗୁ କରିଛି ଜିଲ୍ଲା ପ୍ରଶାସନ । ଝୁଲା ପୋଲର ଯାଞ୍ଚ ଏବଂ ମରାମତି ପାଇଁ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ ।

ଆଜିଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଏହି ୧୪୪ ଧାରା ଲାଗୁ କରାଯାଇଛି । ଗତକାଲି ଗୁଜୁରାଟରେ ଝୁଲା ପୋଲ ଅଘଟଣ ପରେ ଧବଳେଶ୍ବର ପୀଠ ରେ ଥିବା ଝୁଲା ପୋଲ ଉପରେ କଡା ନଜର ରଖିଛି ପ୍ରଶାସନ । କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ - ଗୁଜୁରାଟରେ ଅଘଟଣ ଚେତିଲା ଓଡ଼ିଶା, ମରାମତି ହେବ ଧବଳେଶ୍ବର ଝୁଲାପୋଲ

ତେବେ ଧବଳେଶ୍ବର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲ ଦୁର୍ବଳ ହୋଇପଡିଛି । ତେଣୁ ଅଧିକ ଲୋକ ଯାତାୟାତ ଉପରେ କଟକଣା ଲାଗୁ କରାଯାଇଛି । ପୂର୍ବରୁ 600 ଲୋକ ଯିବାର ଅନୁମତି ଥିବା ବେଳେ ବର୍ତ୍ତମାନ ଏହାର କ୍ଷମତା କମାଇ 200 ରଖାଯାଇଥିଲା । ଯେହେତୁ ଝୁଲା ପୋଲ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ଓ ଏହାର କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ସେ ଦିଗରୁ ପ୍ରଶାସନ ସଜାଗ ରହିଛି । ତେବେ ଏହାର ଯାଞ୍ଚ ପାଇଁ ଏଡିଏମଙ୍କ ନେତୃତ୍ବରେ ଏକ ଟିମ ଆଜି ଧବଳେଶ୍ବର ଗସ୍ତ କରିଥିଲେ ।

ଇଟିଭି ଭାରତ , କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.