ETV Bharat / state

ସ୍କୁଲ ଫି ହ୍ରାସ ପ୍ରସଙ୍ଗ: ଏମଓୟୁକୁ ଗ୍ରହଣ କଲେ ହାଇକୋର୍ଟ - ସ୍କୁଲ ଫି ହ୍ରାସ ପ୍ରସଙ୍ଗ

ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ଦାୟର କରାଯାଇଥିବା ଏମଓୟୁକୁ ହାଇକୋର୍ଟ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

School fees issue: High court accepted MOU applied by Odisha govt.
ସ୍କୁଲ ଫି ହ୍ରାସ ପ୍ରସଙ୍ଗ: ଏମଓୟୁକୁ ଗ୍ରହଣ କଲେ ହାଇକୋର୍ଟ
author img

By

Published : Jan 10, 2021, 6:11 PM IST

କଟକ: ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟର କରାଯାଇଥିବା ଏମଓୟୁକୁ ହାଇକୋର୍ଟ ଗ୍ରହଣ କରିଛନ୍ତି । ଏଥିସହ ସମସ୍ତ ମାମଲା ଓ ଏଣ୍ଟରଭେନିଙ୍ଗ ମାମଲାର ପରିସମାପ୍ତି ଘଟାଇଛନ୍ତି କୋର୍ଟ ।

ଏହି ଏମଓୟୁ ସରକାର ଓ 14ଟି ସ୍କୁଲ କର୍ତ୍ତୃପକ୍ଷ ଏବଂ ଅଭିଭାବକ ସଂଘ ମଧ୍ୟରେ ହୋଇଥିଲା । ତେବେ ଏହି ଏମଓୟୁରେ ଅରାଜି ରହିଥିବା ସ୍କୁଲ ଆଇନଗତ ପଦକ୍ଷେପ ନେଇପାରିବେ ଏବଂ ୧୯୯୬ ମସିହା ଏନଓସି ସର୍ତ୍ତାବଳୀକୁ ମାନୁ ନଥିବା ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି କୋର୍ଟ କହିଛନ୍ତି ।

ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ସରକାର କରିଥିବା ଏମଓୟୁ ଅନୁଯାୟୀ, ବାର୍ଷିକ ୬ ହଜାର ଫି ଦେଉଥିବା ଛାତ୍ରଛାତ୍ରୀଙ୍କର କୌଣସି ଛାଡ଼ ହେବନାହିଁ । ୬ ହଜାରରୁ ୧୨ ହଜାର ପର୍ଯ୍ୟନ୍ତ ୭.୫ ପ୍ରତିଶତ, ୧୨ ହଜାରରୁ ୨୪ ହଜାର ପର୍ଯ୍ୟନ୍ତ ୧୨ ପ୍ରତିଶତ, ୨୪ ହଜାରରୁ ୪୮ ହଜାର ପର୍ଯ୍ୟନ୍ତ ୧୫ ପ୍ରତିଶତ, ୪୮ ହଜାରରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ, ୭୨ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଓ ୧ ଲକ୍ଷରୁ ଅଧିକ ଫି ଥିଲେ ୨୬ ପ୍ରତିଶତ ଫି କମାଇଦେବାକୁ ସରକାର ଚୁକ୍ତି କରିବା ସହ ଗତ ସେପ୍ଟେମ୍ବର ୨୯ ତାରିଖରେ ଏନେଇ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.