ETV Bharat / state

ମହ ମହ ବାସୁଛି ବାଲିଯାତ୍ରା, ବିକ୍ରି ହେଉଛି ସୁଗନ୍ଧିତ କ୍ୟାଣ୍ଡେଲ - ବାଲିଯାତ୍ରାରେ ବିକ୍ରି ହେଉଛି ସେଣ୍ଟେଡ କ୍ୟାଣ୍ଡେଲ

ବାଲିଯାତ୍ରାରେ ବିକ୍ରି ହେଉଛି ସୁଗନ୍ଧିତ କ୍ୟାଣ୍ଡେଲ । ଓରମାସ ଷ୍ଟଲରେ ବିକ୍ରି କରୁଛନ୍ତି ଯୁବ ଉଦ୍ୟୋଗୀ ତନିସା ମଲ୍ଲ। ଅଧିକ ପଢନ୍ତୁ

ମହ ମହ ବାସୁଛି ବାଲିଯାତ୍ରା
ମହ ମହ ବାସୁଛି ବାଲିଯାତ୍ରା
author img

By

Published : Nov 17, 2022, 2:48 PM IST

କଟକ: ମହାନଦୀ ପଠାରେ ଜମୁଛି ଐତିହାସିକ ବାଲିଯାତ୍ରା, ସକାଳ ହେଉ ଅବା ରାତି ଦର୍ଶକଙ୍କ ଜମୁଛି ଖଚାଖଚ୍‌ ଭିଡ । ରାତି ଯେତେ ହେଉଛି ଦର୍ଶକଙ୍କ ଭିଡରେ ସେତେ କମ୍ପି ଉଠୁଛି ବାଲିଯାତ୍ରା ପଡିଆ । ବୁଲା ବୁଲି କରିବା ସହ ଦୋଳି ଓ ପନ ପସନ୍ଦର ଖାଦ୍ୟ ଖାଇ ମଜା ନେଉଛନ୍ତି ଦର୍ଶକ । ବାଲିଯାତ୍ରାରେ ଓରମାସ ତରଫରୁ ବିଭିନ୍ନ ପ୍ରକାର ଷ୍ଟଲ୍‌ ଖୋଲା ଯାଇଥିବାବେଳେ, ଏହାରି ମଧ୍ୟରେ ନଜରକୁ ଆସିଥିଲା ସୁଗନ୍ଧିତ କ୍ୟାଣ୍ଡେଲ ।

ମହ ମହ ବାସୁଛି ବାଲିଯାତ୍ରା, ବିକ୍ରି ହେଉଛି ସୁଗନ୍ଧିତ କ୍ୟାଣ୍ଡେଲ

ବାଲିଯାତ୍ରାରେ ଓରମାସ ତରଫରୁ ପ୍ରଥମ ଥର ପାଇଁ ଏହି ସୁଗନ୍ଧିତ କ୍ୟାଣ୍ଡେଲ ବିକ୍ରି ହେଉଛି । ଫଳରେ କ୍ୟାଣ୍ଡେଲ ମହକରେ ବାସି ଉଠୁଛି ବାଲିଯାତ୍ରା ପଡିଆ । ଜଣେ ଉଚ୍ଚଶିକ୍ଷିତା ଯୁବତୀ ଓରମାସ ଷ୍ଟଲ୍‌ରେ ଏହାକୁ ବିକ୍ରି କରୁଛନ୍ତି । ଏହି ସୁଗନ୍ଧିତ କ୍ୟାଣ୍ଡେଲର ମୂଲ୍ୟ ୫୦ ଟଙ୍କାରୁ ୪୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ବିଭିନ୍ନ ଡିଜାଇନ ସହ ରଙ୍ଗବେରଙ୍ଗର କ୍ୟାଣ୍ଡେଲ ବିକ୍ରି କରୁଛନ୍ତି ଯୁବ ଉଦ୍ୟୋଗୀ ତନିସା ମଲ୍ଲ । ଯାହା ଦେଖିବାକୁ ଆକର୍ଷୀୟ ହୋଇଥିବାବେଳେ, ଗ୍ରାହକମାନଙ୍କ ମଧ୍ୟ ଭିଡ ଜମୁଛି ତନିସାଙ୍କ ଷ୍ଟଲ୍‌ ନିକଟରେ । ବର୍ତ୍ତମାନ ଏବି ଯୁବ ଉଦ୍ୟୋଗୀ ତନିସା ମଲ୍ଲ ପିଜି ଅଧ୍ୟୟନ କରୁଥିବାବେଳେ ଅନଲାଇନ ମାଧ୍ୟମରେ ଏହି କ୍ୟାଣ୍ଡେଲ ତିଆରି କରି ବିକ୍ରି କରିବା ଆରମ୍ଭ କରିଥିଲେ ।

ବିଶେଷକରି କୋଭିଡ ସମୟରେ ଆରମ୍ଭ ହୋଇଥିଲା ଏହି କ୍ୟାଣ୍ଡେଲ ତିଆରି କରିବା ପାଇଁ ପ୍ରୟାସ । ଚଳିତବର୍ଷ ପ୍ରଥମ କରି ବାଲିଯାତ୍ରାରେ ସେ ବ୍ୟବସାୟ କରିବାକୁ ଆସିଛନ୍ତି । ଗ୍ରାହକ ବହୁ ମାତ୍ରାରେ ଏହାକୁ ପସନ୍ଦ କରୁଥିବା ସେ କହିଛନ୍ତି । ଏହି କ୍ୟାଣ୍ଡେଲରେ ଅନେକ ଭେରାଇଟ୍‌ ରହିଛି । ଯାହା ଅଧିକ ସମୟ ଜଳିବା ସହ ଅତି ମନୋରମ ସୁଗନ୍ଧ ମଧ୍ୟ ରହିଛି । ତେବେ ଏହି ସୁଗନ୍ଧ କ୍ୟାଣ୍ଡେଲକୁ କିଣିବା ପାଇଁ ଗ୍ରାହକମାନେ ମଧ୍ୟ ବେସ ଇଚ୍ଛୁକ ବୋଲି କହିଛନ୍ତି ତନିସା ମଲ୍ଲ ।

ଏହା ମଧ୍ୟ ପଢନ୍ତୁ-Baliyatra 2022: ଜମୁଛି ଅତର ବ୍ୟବସାୟ, ଷ୍ଟଲରେ ଲାଗୁଛି ଗ୍ରାହକଙ୍କ ଭିଡ

ଏନେଇ ଯୁବ ଉଦ୍ୟୋଗୀ ତନିସା ମଲ୍ଲ କହିଛନ୍ତି, ''ମୁଁ କୋଭିଡ ସମୟରେ କ୍ୟାଣ୍ଡେଲ କିପରି ତିଆରି ହେବ ସେ ବିଷୟରେ ଜ୍ଞାନ ଆହୋରଣ କରିଥିଲି, ଏହା ପରେ କ୍ୟାଣ୍ଡେଲ ତିଆରି କରିବା ଆରମ୍ଭ କଲି, ବିଭିନ୍ନ ଭେରାଇଟର ତିଆରି କରି ମୁଁ ଆଜି ବାଲିଯାତ୍ରା ପଡିଆରେ ଏହାକୁ ବିକ୍ରି କରୁଛି, ଲୋକମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି, ସେଣ୍ଟେଡ ଓ ଅନ ସେଣ୍ଟେଡ ମଧ୍ୟ ବିକ୍ରି କରୁଛି ।''

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.