ETV Bharat / state

ବେକରେ ପଶିଲା ଲୁହା ରଡ଼, SCBରେ ହେଲା ସଫଳ ଅସ୍ତ୍ରୋପଚାର

ବେକରେ ପଶିଲା ଲୁହା ରଡ଼ । କଟକ ଏସସିବି ମେଡିକାଲରେ ସଫଳ ଅସ୍ତ୍ରୋପଚାର ପରେ ନବ ଜୀବନ ପାଇଲେ ପୀଡିତ । ଅଧିକ ପଢନ୍ତୁ

author img

By

Published : Feb 23, 2023, 1:23 PM IST

ବେକରେ ପଶିଲା ଲୁହା ରଡ଼
ବେକରେ ପଶିଲା ଲୁହା ରଡ଼
ବେକରେ ପଶିଲା ଲୁହା ରଡ଼

କଟକ: ବେକରେ ପଶିଲା ଲୁହା ରଡ଼ । ଲମ୍ବା ରଡ଼ ବେକରେ ପଶି ପାଟି ଦେଇ ବାହାରି ଗଲା । ହେଲେ ଏତେ ବଡ ଦୁର୍ଘଟଣା ସତ୍ତ୍ବେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲା ପୀଡିତଙ୍କ ଜୀବନ । ଜଗତସିଂହପୁର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ଆହତ ବ୍ୟକ୍ତି ଏବେ କଟକ ଏସସିବିରେ ଚିକିତ୍ସାଧୀନ ଅଛନ୍ତି । ଏସସିବିରେ ସଫଳ ଅସ୍ତ୍ରୋପଚାର କରାଯାଇ ତାଙ୍କ ବେକରୁ ରଡକୁ ବାହାର କରାଯାଇଛି ଏବଂ ସେ ନୂଆ ଜୀବନ ପାଇଛନ୍ତି । ଦୁର୍ଘଟଣାରେ ପୀଡିତ ଏହି ବ୍ୟକ୍ତି ହେଉଛନ୍ତି ଜଗତସିଂହପୁର ଜୟଶୈଳ ଅଞ୍ଚଳର ସଞ୍ଜୀବ ସାମନ୍ତରାୟ ।

ଡାକ୍ତରଙ୍କ କହିବାନୁସାରେ ଦୁର୍ଘଟଣାର ଶିକାର ହେବା ଦ୍ୱାରା ସଞ୍ଜୀବଙ୍କ ମୁହଁରେ ଏକ ଲୁହା ରଡ୍ ପଶି ଯାଇଥିଲା । ରଡଟି ଗଳା ପାର୍ଶ୍ବରେ ପ୍ରବେଶ କରି ପାଟି ଦେଇ ବାହାରି ଯାଇଥିଲା । ଇଏନ୍‌ଟି ବିଭାଗର ମୁଖ୍ୟ ପ୍ରଫେସର ସୁବ୍ରତ ବେହେରାଙ୍କ ତତ୍ତ୍ଵାବଧାନରେ ଅସ୍ତ୍ରୋପଚାର କରାଯାଇ ଉକ୍ତ ଲୁହା ରଡ୍‌କୁ ତାଙ୍କ ବେକରୁ କଢ଼ାଯାଇଛି । ଆହତ ବ୍ୟକ୍ତି ବର୍ତ୍ତମାନ ସମ୍ପୂର୍ଣ୍ଣ ବିପଦମୁକ୍ତ ଥିବା ଡାକ୍ତର ଜଣାଇଛନ୍ତି ।

ଗତ ସୋମବାର ଦିନ ରାତ୍ରି ସମୟରେ ସଞ୍ଜୀବ ଏପରି ବଡ଼ ଧରଣର ଦୁର୍ଘଟଣାର ଶିକାର ହୋଇଥିଲେ । କୌଣସି କାର୍ଯ୍ୟ ପାଇଁ ଯାଉଥିବା ବେଳେ ରାସ୍ତାରେ ହୋଇଥିବା ବଡ଼ ଗର୍ତ୍ତରେ ଖସି ପଡିଥିଲେ ସଞ୍ଜୀବ । ସେହି ଗର୍ତ୍ତରେ ଥିବା ଏକ ଲମ୍ବା ଲୁହା ରଡ଼ ତାଙ୍କର ବେକରେ ପଶି ଯାଇଥିଲା । ପରିବାର ଲୋକେ ପରେ ପ୍ରଥମେ ଜିଲ୍ଲା ସଦର ମହକୁମା ମେଡିକାଲ ନେଇଥିଲେ । ହେଲେ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା ।

ଏହାପରେ ଏସସିବିର ଟ୍ରମା କାଜୁଆଲିଟିକୁ ନିଆଯାଇ ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। । ପ୍ରାଥମିକ ଚିକିତ୍ସା ପରେ ଏହାର ପରଦିନ ସଞ୍ଜୀବଙ୍କର ଇଏନ୍‌ଟି ବିଭାଗରେ ସଫଳ ଅସ୍ତ୍ରୋପଚାର ହୋଇଥିଲା । ଅସ୍ତ୍ରୋପଚାର ପରେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ବିପଦମୁକ୍ତ ରହିଛନ୍ତି । ଏବେ ତାଙ୍କର ନିୟମିତ ଚେକ୍ ଅପ୍ ଜାରି ରହିଛି । ଧୀରେ ଧୀରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିବା ସୂଚନା ଦେଇଛନ୍ତି ଇଏନଟି ମୁଖ୍ୟ ପ୍ରଫେସର ସୁବ୍ରତ ବେହେରା ।

ତେବେ ବେକରେ ରଡ଼ ପଶିବା ଭଳି ଘଟଣା ଅତ୍ୟନ୍ତ ବିରଳ । ରୋଗୀଟି ମାନସିକ ସ୍ତରରେ ବିଚଳିତ ନହେବାରୁ ସେ ଏହି ବଡ଼ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏସସିବି ଏଭଳି ଚିକିତ୍ସା କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଥିବା ଇଏନଟି ବିଭାଗ ଡାକ୍ତର କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.