ETV Bharat / state

ସାରୁଆ ଜମି କେଳେଙ୍କାରୀ, ଜାନୁଆରୀ 8 ଯାଏଁ ନିହାର ରଞ୍ଜନ ଭୂୟାଁଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା

ହାଇକୋର୍ଟରେ ଓଡ଼ିଶା ଇନଫ୍ରା ଟେକ ପ୍ରାଇଭେଟ ଲିମିଟେଡ଼ର ଅନ୍ୟତମ ନିର୍ଦ୍ଦେଶକ ନିହାର ରଞ୍ଜନ ଭୂୟାଁଙ୍କ ଆବେଦନର ଶୁଣାଣି ହୋଇଛି । ଜାନୁଆରୀ ୮ତାରିଖ ପର୍ଯ୍ୟନ୍ତ ନିହାର ଭୂୟାଁଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଛି ।

author img

By

Published : Nov 23, 2020, 7:16 PM IST

ସାରୁଆ ଜମି କେଳେଙ୍କାରୀ, ନିହାର ରଞ୍ଜନ ଭୂୟାଁକୁ ମିଳିବ ଜାନୁଆରୀ 8 ଯାଏଁ ଅନ୍ତରୀଣ ସୁରକ୍ଷା

କଟକ: ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗରେ ସୋମବାର ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ର ଅନ୍ୟତମ ନିର୍ଦ୍ଦେଶକ ନିହାର ରଞ୍ଜନ ଭୂୟାଁଙ୍କ ଆବେଦନର ଶୁଣାଣି କରିଛନ୍ତି ହାଇକୋର୍ଟ । ଏଥିରେ ନିହାରଙ୍କୁ ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜାନୁଆରୀ ୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି ।

ଜାନୁଆରୀ ୮ତାରିଖ ପର୍ଯ୍ୟନ୍ତ ନିହାର ଭୂୟାଁଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଛି । ହାଇକୋର୍ଟ ପୂର୍ବରୁ ଶୁଣାଣି କରି ଆଜି ପର୍ଯ୍ୟନ୍ତ ନିହାର ଭୂୟାଁଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ୨୨ ଜଣ କ୍ଷତିଗ୍ରସ୍ତ ଏହି ଜମି ହଡ଼ପ ଘଟଣାରେ କ୍ଷତି ସହିଥିବା ବେଳେ ଗତ ଶୁଣାଣି ସମୟରେ ୭ ଜଣ କ୍ଷତିଗ୍ରସ୍ତ ଅଦାଲତରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ । କମ୍ପାନୀର ଜଣେ ଡ୍ରାଇଭର ରବିନ୍ଦ୍ର ସେଠୀଙ୍କୁ ମୋହରା କରି ଏହି ଜମି ହଡ଼ପ କରିଥିବା ବେଳେ ରବିନ୍ଦ୍ର ଏହି ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି । ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗରେ ହାଇକୋର୍ଟ ଗତ ୨୦ ତାରିଖରେ ଅନ୍ୟ ଏକ ଆବେଦନର ରାୟ ପ୍ରକାଶ କରି ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଆବେଦନକୁ ଆଗ୍ରାହ୍ୟ କରିଛନ୍ତି । ଉଭୟଙ୍କ ଅନ୍ତରୀଣ ସୁରକ୍ଷାକୁ ପ୍ରତ୍ୟାହାର କରି ନେଇଛନ୍ତି ହାଇକୋର୍ଟ ।

ତଦନ୍ତର ବର୍ତ୍ତମାନ ସ୍ଥିତିରେ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଥିଲେ ଅଦାଲତ । ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ପୁର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଏହି ମୂଳ ମାମଲା ଦାଏର କରିଥିବା ବେଳେ ମାମଲାକୁ ପ୍ରତ୍ୟାହାର କରି ନେବାକୁ ହାଇକୋର୍ଟରେ ସେ ଆବେଦନ କରିଥିଲେ । କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଏହି ମାମଲାର ତଦନ୍ତ କରୁଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.