ETV Bharat / state

ବ୍ୟାକୁଳ ହେଉଛି ମନ, ପ୍ରବଚନ ଦେବାକୁ ଅନୁମତି ମାଗିଲେ ସାରଥି

ପୁଣିଥରେ ସଭା ସମିତି କରି ନିଜ ଭକ୍ତଙ୍କୁ ପ୍ରବଚନ ଦେବାକୁ ବ୍ୟଗ୍ର ହେଲେଣି ସନ୍ତୋଷ ରାଉଳ ଓରଫ ତଥାକଥିତ ସାରଥି ବାବା । ଏଥିପାଇଁ ସେ ଅନୁମତି ମାଗିଛନ୍ତି ।

author img

By

Published : Aug 31, 2019, 2:49 AM IST

ଡିଜାଇନ ଫଟୋ

କଟକ: ପ୍ରବଚନ ଦେବାକୁ ପୁଣି ମନ ବଳାଇଲେଣି ମାନ୍ୟବର । ସଭା ସମିତି କରି ନିଜ ଭକ୍ତଙ୍କୁ ପ୍ରବଚନ ଦେବାକୁ ବ୍ୟଗ୍ର ହେଲେଣି ସନ୍ତୋଷ ରାଉଳ ଓରଫ ତଥା କଥିତ ସାରଥି ବାବା । ଏଥିପାଇଁ ଅନୁମତି ଦେବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି ଭଣ୍ଡ ସାରଥି ।

ଜେଲରୁ ମୁକୁଳଇବା ସମୟରେ କୋର୍ଟ ତାଙ୍କ ପାଇଁ କିଛି ସର୍ତ୍ତ ରଖିଥିଲେ । ଯେଉଁଥିରେ ଜେଲରୁ ମୁକୁଳିବା ପରେ ସାରଥି କୌଣସି ସ୍ଥାନରେ ପ୍ରବଚନ ଦେଇପାରିବେ ନାହିଁ ବୋଲି କୁହାଯାଇଥିଲା । ଏହାସହ କେନ୍ଦ୍ରାପଡାର ବାରିମୂଳ ଆଶ୍ରମକୁ ଯିବା ଓ ଭକ୍ତଙ୍କୁ ଏକଜୁଟ କରିବା ଉପରେ ମଧ୍ୟ ହାଇକୋର୍ଟ କଟକଣା ଲଗାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏପରିକି ସାରଥି ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବିନା ଅନୁମତିରେ ରାଜ୍ୟ ବାହାରକୁ ଯିବା ଉପରେ ମଧ୍ୟ କୋର୍ଟ କଟକଣା ଲଗାଇଛନ୍ତି । ତେଣୁ ହାଇକୋର୍ଟ ଜାମିନ ପ୍ରଦାନ ସମୟରେ ଯେଉଁ ସର୍ତ୍ତ ସବୁ ରଖିଥିଲେ ତାହା ଉପରେ କୋହଳ କରିବାକୁ ଶୁକ୍ରବାର କୋର୍ଟରେ ପ୍ରାର୍ଥନା କରିଛନ୍ତି ସାରଥି ।

ଜେଲରୁ ମୁକୁଳିବା ପରେ ତାଙ୍କର ଆର୍ଥିକ ସଙ୍କଟ ଦେଖାଦେଇଛି । ଖାସକରି ପ୍ରବଚନ ତାଙ୍କର ଏକମାତ୍ର ରୋଜଗାର ପନ୍ଥା ହୋଇଥିବାବେଳେ ଏଥିପାଇଁ ଅନୁମତି ନମିଳିବା କାରଣରୁ ସାରଥିଙ୍କ ଚଳଣିରେ ଆର୍ଥିକ ସମସ୍ୟା ହେଉଛି । ସେହିପରି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ତାଙ୍କୁ କୌଣସି ସମୟରେ ବାହାର ରାଜ୍ୟକୁ ଚିକିତ୍ସା ପାଇଁ ଯିବାକୁ ପଡିପାରେ । ଏସବୁ ପାଇଁ ଆବଶ୍ୟକ ପଡ଼ିଲେ ଅନୁମତି ଦେବାକୁ କୋର୍ଟରେ ପ୍ରାର୍ଥନା କରିଛନ୍ତି ସାରଥି ।

ସୂଚନାଯୋଗ୍ୟ ଜୁଲାଇ 25ରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇ ଜେଲରୁ ମୁକୁଳିଥିଲେ ସାରଥି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ସର୍ତ୍ତ କୋହଳ କରିବାକୁ ହାଇକୋର୍ଟ ରେ ଦ୍ୱାରସ୍ଥ ହେଲେ ସନ୍ତୋଷ ରାଉଳ ଓରଫ ତଥା କଥିତ ସାରଥି ବାବା।ହାଇକୋର୍ଟ ଜାମିନ ପ୍ରଦାନ ସମୟରେ ଯେଉଁ ଯେଉଁ ସର୍ତ୍ତ ରଖିଥିଲେ ତାହା ଉପରେ କୋହଳ କରିବାକୁ ଆଜି କୋର୍ଟ ରେ ପାର୍ଥନା କରିଛନ୍ତି।ବିଶେଷକରି ପ୍ରବଚନ ଦେବାକୁ ଅନୁମତି ଲୋଡିଛନ୍ତି ତଥା କଥିତ ସାରଥି।ପ୍ରବଚନ ଥିଲା ତାଙ୍କର ଏକ ମାତ୍ର ରୋଜଗାର ପନ୍ଥା। ପ୍ରବଚନ ବନ୍ଦ ହେବା କାରଣରୁ,ତାଙ୍କ ଚଳଣି ରେ ସମସ୍ୟା ହେଉଛି।ତେଣୁ ତାଙ୍କୁ ପ୍ରବଚନ ଦେବାକୁ ଅନୁମତି ଦିଆଯାଉ ବୋଲି ଆଜି କୋର୍ଟ ଙ୍କ ନିକଟରେ ପାର୍ଥନା କରିଛନ୍ତି।ସେହିପରି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନ ଥିବାରୁ, ତାଙ୍କୁ କୌଣସି ସମୟରେ ରାଜ୍ୟ ବାହାରକୁ ଚିକିତ୍ସା ପାଈଁ ଯିବାକୁ ପଡିପାରେ।ସେଥିପାଇଁ ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରକୁ ଚିକିତ୍ସା ପାଈଁ ଅନୁମତି ଦେବାକୁ ଆଜି କୋର୍ଟ ରେ ପାର୍ଥନା କରିଛନ୍ତି।
ସୂଚନାଯୋଗ୍ୟ ଗତ ମାସ ଜୁଲାଇ 25 ରେ ହାଇକୋର୍ଟ ରୁ ସର୍ତମୂଳକ ଜାମିନ ପାଇ ଜେଲ ରୁ ମୁକୁଳିଥିଲେ ସାରଥି।
Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.