ETV Bharat / state

ସରକାରୀ ବିଏଡ଼ କଲେଜ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଦାବି - demands for opening of govt BED college

ରାଜ୍ୟରେ ବନ୍ଦ ହୋଇଥିବା ସମସ୍ତ ବିଇଡି କଲେଜକୁ ଖୋଲିବା ସହ ସେଲ୍ଫ ଫାଇନାସିଂ ଭିତ୍ତିରେ ବିଇଡି ପାଠ୍ୟକ୍ରମ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଛି ସମତା ମଞ୍ଚ । ଏନେଇ କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ...

ସରକାରୀ ବିଏଡ଼ କଲେଜ ବନ୍ଦ ନିଷ୍ପତି ପ୍ରତ୍ୟାହାର ଦାବି

author img

By

Published : Oct 30, 2020, 2:12 PM IST

କଟକ: ସେଲ୍ଫ ଫାଇନାସିଂ ଭିତ୍ତିରେ ବିଇଡି ପାଠ୍ୟକ୍ରମକୁ ବିରୋଧ । ବନ୍ଦ ଥିବା ରାଜ୍ୟର 14ଟି ବିଇଡି କଲେଜକୁ ତୁରନ୍ତ ଖୋଲିବା ସହ ସେଲ୍ଫ ଫାଇନସିଂ ଭିତ୍ତିରେ ବିଇଡ ପାଠ୍ୟକ୍ରମ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଛି ସମତା ମଞ୍ଚ । ଏନେଇ ସଂଗଠନ ପକ୍ଷରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ସରକାରୀ ବିଏଡ଼ କଲେଜ ବନ୍ଦ ନିଷ୍ପତି ପ୍ରତ୍ୟାହାର ଦାବି

ସୂଚନାଯୋଗ୍ୟ, ଚଳିତ ବର୍ଷ ରାଜ୍ୟ ସରକାର ଉପଯୁକ୍ତ ଭିତ୍ତିଭୂମି ନ ଥିବା ସହ ବିଭିନ୍ନ କାରଣ ଦର୍ଶାଇ ରାଜ୍ୟର 14ଟି ସରକାରୀ ବିଇଡି କଲେଜକୁ ବନ୍ଦ କରିଛନ୍ତି । ସେହିପରି ସେଲ୍ଫ ଫାଇନାସିଂ ଭିତ୍ତିରେ ବର୍ଷକୁ 45 ହଜାର ଟଙ୍କା ନାମ ଲେଖା ଫିସ ଥିବା ବିଇଡି ପାଠ୍ୟକ୍ରମକୁ 12 ଟି ସାଧାରଣ ଡିଗ୍ରୀ କଲେଜରେ ଖୋଲାଯାଇଛି ।

ଏଭଳି ନିଷ୍ପତ୍ତି ଦ୍ବାରା ଆଗାମୀ ଦିନରେ ରାଜ୍ୟରେ ଉପଯୁକ୍ତ ଯୋଗ୍ୟତା ପ୍ରାପ୍ତ ଶିକ୍ଷକଙ୍କ ଅଭାବ ଦେଖାଦେବ । ଶିକ୍ଷାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେବା ସହ ଶିକ୍ଷାର ଗୁଣବତ୍ତା ମଧ୍ୟ ହ୍ରାସ ପାଇବ । ଯାହାଫଳରେ ଅନେକ ଗରୀବ ମେଧାବୀ ଛାତ୍ରଛାତ୍ରୀମାନେ ଏହି ଶିକ୍ଷାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରିଛି ସମତା ମଞ୍ଚ । ଏଣୁ ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସଙ୍ଗଠନ ଦାବି କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.