ETV Bharat / state

ଚୌଦ୍ବାରରେ ଫୁଟିଲା ଗୁଳି: ଲୁଟିଲେ ଟଙ୍କା-ସୁନାଗହଣା, ଢେଙ୍କାନାଳ ଡିଏଫ୍ଓଙ୍କ ଡ୍ରାଇଭର ଗୁରୁତର - ଚୌଦ୍ବାର ରାଇସ ମିଲ ଛକ

ଚୌଦ୍ବାର ରାଇସ ମିଲ ଛକର ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ଦୁର୍ବୃତ୍ତମାନେ ଗୁଳି ଚଳାଇ ଟଙ୍କା ଓ ସୁନାଗହଣା ଲୁଟ କରିଛନ୍ତି । ଏହି ଘଟଣାରେ ଜଣେ ଗୁରୁତର ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 25, 2019, 9:35 AM IST

କଟକ: ଚୌଦ୍ବାର ରାଇସ ମିଲ ଛକର ୫୫ ନମ୍ବର ଜାତୀୟ ରାଜପଥ ନିକଟରୁ ଗୁଳି ଚଳାଇ ଟଙ୍କା ଓ ସୁନାଗହଣା ଲୁଟ ହୋଇଛି । ଏହି ଘଟଣାରେ ଦୁର୍ବୃତ୍ତମାନେ ଲାଲା ଲଳିତ ମୋହନ ସିଂହଙ୍କ ଉପରକୁ ଗୁଳି ଚଳାଇବାରୁ ସେ ଗୁରୁତର ଆହତ ହୋଇଛନ୍ତି । ଗୁରୁଡିଝାଟିଆ ଥାନା ଓ ଚୌଦ୍ବାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଲଳିତଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଲଳିତଙ୍କ ଘର ଢେଙ୍କାନାଳ ଟାଉନରେ ହୋଇଥିବାବେଳେ ସେ ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ଡ୍ରାଇଭର ଭାବରେ କାର୍ଯ୍ୟ କରୁଛନ୍ତି ।

ସୂଚନା ଅନୁସାରେ, ବନବିଭାଗ କର୍ମଚାରୀ ଲାଲା ଲଳିତ ମୋହନ ତାଙ୍କ ପରିବାର ସହ ଏକ ସୁଇଫ୍ଟ କାରରେ ଢେଙ୍କାନାଳ ଫେରୁଥିଲେ । ମହାନଦୀର ମଧୂସୁଦନ ସେତୁ ଓ ୫୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାରେ ଦୁଇଜଣ ଦୁର୍ବୃତ୍ତ ତାଙ୍କ କାର ଆଗରେ ବାଇକ ଅଟକାଇଥିଲେ । ଏହାପରେ ଡ୍ରାଇଭରଙ୍କୁ ମୁଣ୍ଡକୁ ବନ୍ଧୁକରେ ପିଟି ଗାଡି ଚାବି ନେଇ ନେଇଯାଇଥିଲେ । ଏହା ପରେ ଅନ୍ୟ ଦୁର୍ବୃତ୍ତମାନେ ଗାଡିରେ ବସିଥିବା ମହିଳାମାନଙ୍କ ଠାରୁ ସୁନାଗହଣା ସହ ଟଙ୍କାବ୍ୟାଗ ଲୁଟିନେଇଥିଲା । ଏହାକୁ ବିରୋଧ କରିବାରୁ ଲାଲା ଲଳିତ ମୋହନ ସିଂହଙ୍କ ମୁଣ୍ଡକୁ ଜଣେ ଦୁର୍ବୃତ୍ତ ଗୁଳି ମାରିଥିଲା । ଏହାପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ । ଏହାପରେ ପୋଲିସ ସେଠାରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି କଟକ ଡାକ୍ତରଖାନାରେ ଭର୍ତ୍ତି କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହି ଲୁଟ ଓ ଗୁଳିମାଡ ସ୍ଥାନୀୟ ଅଞ୍ଚଳର ପ୍ରଥମ ଘଟଣା ବୋଲି ଜଣାପଡିଛି। ମହାନଦୀରେ ମଧୂସୁଦନ ସେତୁ ହେବାପରେ ଏ ଅଞ୍ଚଳରେ ରାହାଜାନି ବୃଦ୍ଧି ପାଇବାରେ ଲାଗିଛି । ତେଣୁ ସେ ଅଞ୍ଚଳରେ ରାତ୍ରି ପାଟ୍ରୋଲିଂ ପାଇଁ ଜୋରଦାର କରିବାକୁ ଲୋକେ ଦାବି କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:୫୫ ନମ୍ବର ଜାତୀୟ ରାଜପଥ ଚୈଦ୍ବାର ରାଇସ ମିଲ ଛକ ନିକଟରେ ଏକ ଚଳନ୍ତା କାରକୁ ଅଟକାଇ ଗୁଳିମାଡ କରି ମହିଳାଙ୍କ ଠାରୁ ସୁନାଗହଣା ଲୁଟିନେବା ସହ ବ୍ଯାଗ ଓ ଟଙ୍କା ପଇସା ଛଡାଇ ନେଇଛନ୍ତି ଦୁର୍ବୃତ୍ତ।ତେବେ ଦୁର୍ବୁତ୍ତ ଙ୍କ ଗୁଳି ମାଡରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଙ୍କ ଡ୍ରାଇଭର ଗୁରୁତର ଆହାତ ହୋଇଛନ୍ତି।ଗୁରୁତର ହୋଇଥିବା ବ୍ୟକ୍ତି ହେଲେ ଲାଲା ଲଳିତ ମୋହନ ସିଂହ ତାଙ୍କ ଘର ଢେଙ୍କାନାଳ ଟାଉନରେ।
ଗୁଳିକାଣ୍ଡ ଖବରପାଇ ଗୁରୁଡିଝାଟିଆ ଥାନା ଓ ଚୈଦ୍ବାର ଥାନା ପୋଲିସ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶ୍ରୀ ସିଂହ କୁ କଟକ ବଡ ଡାକ୍ତରଖାନା ରେ ଭର୍ତି କରିଛନ୍ତି।
ମିଳିଥିବା ସୂଚନା ମୁତାବକ ବନବିଭାଗ କର୍ମଚାରୀ ଲାଲା ଲଳିତ ମୋହନ ତାଙ୍କ ପରିବାର ସହ ଏକ ସୁଇଫଟ କାରରେ ଯୋଗେ ଗତକାଲି ଯାଜପୁର ବିରଜା ପରେ ପୁରୀ ଦର୍ଶନ ସାରି ଢେଙ୍କାନାଳ ଘରକୁ ଫେରୁଥିବା ବେଳେ କଟକ ମହାନଦୀ ରେ ନିର୍ମିତ ମଧୂସୁଦନ ସେତୁ ଦେଇ ୫୫ ନମ୍ବର ଜାତୀଯ ରାଜପଥକୁ ସଂଯୋକ କରୁଥିବା ରାସ୍ତାରେ ଯାଉଥିବା ସମୟରେ ରାଇସମିଲ ଛକ ନିକଟରେ ଏକ ହମ୍ପସ ଥିବାରୁ ଗାଡିର ବେଗ କମ ଥିବାରୁ ହଠାତ ପଛରୁ ଦୁଇଜଣ ଦୁର୍ବୁତ୍ତ ଏକ ବାଇକରେ ଆସି କାର ଆଗରେ ଗାଡି ରଖି ଦେଇଥିଲେ।।ଭୟଭୀତ ହୋଇ ଶ୍ରୀ ସିଂହ ଗାଡିକୁ ଅଟକାଇ ଦେଇଥିଲେ ଦୁର୍ବୁତ୍ତ ଙ୍କ ମଧ୍ୟରୁ ଜଣେ ଆସି କାର ଡ୍ରାଇଭରଙ୍କୁ ବନ୍ଧୁକ ରେ ପିଟି ଦେଇ ଗାଡି ଚାବି ନେଇଯାଇଥିଲେ।ପରେ ଅନ୍ଯ ଏକ ବାଇକରେ ଦୁଇଜଣ ଦୁର୍ବୁତ୍ତ କାର ପଛ ଡୋର ଖୋଲି ପଛରେ ବସିଥିବା ମହିଳାଙ୍କ ଠାରୁ ସୁନାଗହଣା ଲୁଟି ନେବା ସହ ଟଙ୍କା ବ୍ଯାଗ ଝାମ୍ପି ନେଇ ଯାଇଥିଲେ।ରାହାଜାନି ସମୟରେ ଶ୍ରୀ ସିଂହ ଏହାକୁ ବିରୋଧ କରିବାରୁ ଦୁର୍ବୁତ୍ତ ମାନେ ଶ୍ରୀ ସିଂହଙ୍କ କାନମୁଣ୍ଡାରେ ବନ୍ଧୁକ ଲଗାଇ ଫୁଟାଇଥିଲେ ଫଳରେ ଗୁଳୁଟି ତାଙ୍କ ମୁଣ୍ଡରେ ବାଜି ବାହାରି ଯାଇଛି।ଏବଂ ଦୁର୍ବୁତ୍ତ ମାନେ ସେଠାରୁ ଫେରାର ହୋଇ ଯାଇଥିଲେ।ତେବେ ଏ ଅଞ୍ଚଳରେ ଏହା ପ୍ରଥମ ଘଟଣା ବୋଲି ଜଣାପଡିଛି। ଦୁର୍ବୁତ୍ତ ମାନେ ରାହାଜାନି କରି ଫେରାର ହେଉଯାଉଥିବା ବେଳେ ପ୍ରଥମ ଥର ଗୁଳିମାଡ କରିଛନ୍ତି।ବର୍ତ୍ତମାନ ଶ୍ରୀ ସିଂହ କଟକ ବଡ ଡାକ୍ତରଖାନାରେ ଜୀବନ ସହ ସଂଘର୍ଷ କରୁଛନ୍ତି।ତେବେ ମହାନଦୀରେ ମଧୂସୁଦନ ସେତୁ ହେବାପରେ ଏ ଅଞ୍ଚଳରେ ରାହାଜାନି ବୃଦ୍ଧି ପାଇବାରେ ଲାଗିଛି ପୋଲିସ ପ୍ରଶାସନ ରାତି ସମୟରେ ପେଟ୍ରୋଲଂ କରିବାକୁ ସାଧାରଣରେ ଦାବୀ ହୋଇଛି ।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.