ETV Bharat / state

ରେଭେନ୍ସାରେ ଗୁଣାତ୍ମକ ଶିକ୍ଷା ଲୋପ ପାଇବ: ରେଭେନ୍ସା ବିକାଶ ଅଭିଯାନ - ରେଭେନ୍ସା ବିଶ୍ବ ବିଦ୍ୟାଳୟ

ରାଜ୍ୟ ସରକାରଙ୍କ କ୍ୟାବିନେଟରେ ହୋଇଥିବା ବିଶ୍ବବିଦ୍ୟାଳୟ ପାଇଁ ନୂଆ ନିୟମାବଳୀକୁ ବିରୋଧ କଲା ରେଭେନ୍ସା ବିକାଶ ଅଭିଯାନ । ଏହି ନିୟମ ଯଦି ଲାଗୁ କରାଯାଏ ତେବେ ବିଶ୍ବବିଦ୍ୟାଳୟର ସ୍ବୟଂ ଶାସିତର ମୂଲ୍ୟବୋଧ ଲୋପ ପାଇବ । କାରଣ ସବୁ କିଛି ରାଜ୍ୟ ସରକାରଙ୍କ ନିଷ୍ପତିକୁ ଅପେକ୍ଷା କରିବାକୁ ହେବ ।

ରେଭେନ୍ସାରେ ଗୁଣାତ୍ମକ ଶିକ୍ଷା ଲୋପ ପାଇବ: ରେଭେନ୍ସା ବିକାଶ ଅଭିଯାନ

author img

By

Published : Sep 4, 2020, 4:53 PM IST

କଟକ: ରାଜ୍ୟ ସରକାରଙ୍କ କ୍ୟାବିନେଟରେ ହୋଇଥିବା ବିଶ୍ବ ବିଦ୍ୟାଳୟ ପାଇଁ ନୂଆ ନିୟମାବଳୀକୁ ବିରୋଧ କଲା ରେଭେନ୍ସା ବିକାଶ ଅଭିଯାନ । ଏହି ନିୟମ ଯଦି ଲାଗୁ କରାଯାଏ ତେବେ ବିଶ୍ବବିଦ୍ୟାଳୟର ସ୍ବୟଂ ଶାସିତର ମୂଲ୍ୟବୋଧ ଲୋପ ପାଇବ । କାରଣ ସବୁ କିଛି ରାଜ୍ୟ ସରକାରଙ୍କ ନିଷ୍ପତିକୁ ଅପେକ୍ଷା କରିବାକୁ ହେବ ।

ରେଭେନ୍ସାରେ ଗୁଣାତ୍ମକ ଶିକ୍ଷା ଲୋପ ପାଇବ: ରେଭେନ୍ସା ବିକାଶ ଅଭିଯାନ

ଏହା ଦ୍ବାରା ସବୁ ଦିଗ ବେଶ ଭାବରେ ପ୍ରଭାବିତ ହେବ । ଏପରିକି ଗୁଣାତ୍ମକ ଶିକ୍ଷା ଗୁରୁତର ଭାବରେ ପ୍ରଭାବିତ ହେବ । ତେବେ ଏହାକୁ ଆଖି ଆଗରେ ରଖି ଏହି ନୂଆ ନିୟମବଳୀକୁ ରାଜ୍ୟ ସରକାର ପ୍ରତ୍ୟାହାର କରିବାକୁ ଦାବି କରିଛି ରେଭେନ୍ସା ବିକାଶ ଅଭିଯାନ ।

ଏଠାରେ ସୂଚନା ଥାଉ ଯେ, ଓଡିଶାରେ ଯେଉଁ ବିଶ୍ବବିଦ୍ୟାଳୟ ରହିଛି ତାହାର ପରିଚାଳନା, ନିଯୁକ୍ତି ଓ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଗୁରୁବାର ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁଥିରେ ପ୍ରତ୍ୟେକ ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ ନିଷ୍ପତିକୁ ବିଶ୍ବବିଦ୍ୟାଳୟ ଗୁଡିକ ଅପେକ୍ଷା କରିବାକୁ ପଡିବ । ଯାହାକୁ ବିରୋଧ କରୁଛି ରେଭେନ୍ସା ବିକାଶ ଅଭିଯାନ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.