ETV Bharat / state

Panchayat Polls: ନିଆଳିର ୧୪ଟି ବୁଥରେ ଚାଲିଛି ସାନି ମତଦାନ - ନିଆଳିରେ ସାନି ମତଦାନ

ପାଞ୍ଚଟି ପର୍ଯ୍ୟାୟରେ ସରିଛି ପଞ୍ଚାୟତ ନିର୍ବାଚନ । ମତଦାନ ସମୟରେ ଅନେକ ସ୍ଥାନରେ ଉତ୍ତେଜନା ଏବଂ ହିଂସାକାଣ୍ଡ ଦେଖାଦେଇଥିବାରୁ ମତଦାନକୁ ସ୍ଥଗିତ ରଖାଯାଇଥିଲା । ଏହି ପରିପ୍ରେକ୍ଷୀରେ ନିଆଳିର ୧୪ଟି ବୁଥରେ ଚାଲିଛି ସାନି ମତଦାନ । ଅଧିକ ପଢନ୍ତୁ

Repolling : ନିଆଳିର ୧୪ଟି ବୁଥରେ ଚାଲିଛି ସାନି ମତଦାନ

author img

By

Published : Feb 25, 2022, 11:20 AM IST

ନିଆଳି: ପାଞ୍ଚଟି ପର୍ଯ୍ୟାୟରେ ସରିଛି ପଞ୍ଚାୟତ ନିର୍ବାଚନ । ମତଦାନ ସମୟରେ ଅନେକ ସ୍ଥାନରେ ଉତ୍ତେଜନା ଏବଂ ହିଂସାକାଣ୍ଡ ଦେଖାଦେଇଥିବାରୁ ମଜଦାନକୁ ସ୍ଥଗିତ ରଖାଯାଇଥିଲା । ଏହି ପରିପ୍ରେକ୍ଷୀରେ ଅନେକ ସ୍ଥାନରେ ସାନି ନିର୍ବାଚନ ହେବାକୁ ରାଜ୍ୟ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଥିବାବେଳେ ଆଜି ନିଆଳିର ୧୪ଟି ବୁଥରେ ଚାଲିଛି ସାନି ମତଦାନ ।

ପୋଖରୀ ଗାଁ ପଞ୍ଚାୟତର ୧ ନମ୍ବର,୭ ନମ୍ବର,୮ ନମ୍ବର,୧୧ ନମ୍ବର,୧୨ ନମ୍ବର,୧୩ ନମ୍ବର,୧୪ ନମ୍ବର,୧୫ ନମ୍ବର,୧୬ ନମ୍ବର,୧୭ ନମ୍ବର,୧୮ ନମ୍ବର ଓ ୧୯ ନମ୍ବର ବୁଥରେ ସାନି ମତଦାନ ଚାଲିଥିବା ବେଳେ ଅଲଣା ପଞ୍ଚାୟତର ୧୨ ନମ୍ବରଓ ବିଳାଶୁଣୀ ପଞ୍ଚାୟତର ୧୪ ଓ୍ବାର୍ଡରେ ଭୋଟ ଗ୍ରହଣ ଚାଲିଛି । ସକାଳ ୧୦ଟାରୁ ଏହି ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲୁ ରହିବ । ଗତକାଲି (ଗୁରୁବାର) କଟକ ଜିଲ୍ଲା ନିଆଳି ବ୍ଳକର ୨୩ଟି ଗ୍ରାମ ପଞ୍ଚାୟତ ପାଇଁ ୪୭୨ଟି ବୁଥରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

Repolling : ନିଆଳିର ୧୪ଟି ବୁଥରେ ଚାଲିଛି ସାନି ମତଦାନ

ମତଦାନ ବେଳେ ପୁଣି କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ କରାଯାଇଛି । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ମଧ୍ୟ ନିଆଳିର ବିଭିନ୍ନ ମତଦାନ କେନ୍ଦ୍ର ପରିଭ୍ରମଣ କରି ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ମତଦାନ ସମୟରେ କୌଣସି ପ୍ରକାର ହିଂସାକାଣ୍ଡକୁ ବରଦାସ୍ତ କରାଯିବ ନାହିଁ କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.