ETV Bharat / state

ବିଶିଷ୍ଟ ଲେଖକ ଓ ରାଜନେତା ହୁସେନ ରବି ଗାନ୍ଧୀଙ୍କ ପରଲୋକ, ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ - ହୁସେନ ରବି ଗାନ୍ଧିଙ୍କ ପରଲୋକ

୭୫ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ବିଶିଷ୍ଟ ଲେଖକ ଓ ରାଜନେତା ହୁସେନ ରବି ଗାନ୍ଧୀ । ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Hussain Rabi Gandhi Passes Away
Hussain Rabi Gandhi Passes Away
author img

By

Published : Jan 28, 2023, 4:42 PM IST

Updated : Jan 28, 2023, 5:33 PM IST

Hussain Rabi Gandhi Passes Away

କଟକ: ପରଲୋକରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀ । ଚିକିତ୍ସାଧୀନ ଅବସ୍ଥାରେ ଆଜି କଟକ ଏସସିବିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ହୁସେନ ରବି ଗାନ୍ଧୀ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିବା ସୂଚନା । ହୁସେନ ରବିଙ୍କ ଦେହାନ୍ତକୁ ନେଇ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ହୁସେନ ରବି ଗାନ୍ଧୀ ଏକାଧାରରେ ଜଣେ ସାହିତ୍ୟିକ ଏବଂ ରାଜନେତା ଥିଲେ । ୨୦୦୮ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ଓଡିଆ ସାହିତ୍ୟ ଏକାଡେମୀର ସଭାପତି ଦାୟିତ୍ବ ତୁଲାଇଥିଲେ । ରାଜନୀତି ଜୀବନରେ ସେ ପ୍ରଥମେ ୧୯୮୮ ମସିହାରେ ବିଜୁ ଜନତା ଦଳ(ବିଜେଡି)ରେ ଯୋଗ ଦେଇଥିଲେ । ଏହାପରେ ୧୯୯୮ ମସିହାରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ୧୯୯୩ ମସିହାରେ ତାଙ୍କୁ ପୂର୍ବତନ ରାଷ୍ଟ୍ରପତି ଜିଆନି ଜାୟସ ସିଂଙ୍କ ଦ୍ବାରା ଇଣ୍ଡିଆ ହାରମୋନି ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା । ଏହାସହ ୧୯୯୪ ମସିହାରେ କଟକ ମେୟରଙ୍କ ଦ୍ବାରା ତାଙ୍କୁ ବିପ୍ଳବ ଲୋକ କବିର ଆଖ୍ୟା ପ୍ରଦାନ କରାଯାଇଥିଲା । ୧୯୯୬ ମସିହାରେ ସ୍ୱାଧୀନତା ସଂଗ୍ରାମୀ ସଙ୍ଗଠନ ପକ୍ଷରୁ ଓଡ଼ିଶାର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ୱାଳ ତାଙ୍କୁ ଉତ୍କଳ ଜ୍ୟୋତି ଆଖ୍ୟା ପ୍ରଦାନ କରିଥିଲେ । ଏହାପରେ ୨୦୧୫ ମସିହାରେ ସେ ଗଙ୍ଗାଧର ମେହେର କବିତା ଆଓ୍ବାର୍ଡରେ ସମ୍ମାନିତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ଅଘଟଣ, ଦୀପରୁ ନିଆଁ ଲାଗି ମହିଳା ଭକ୍ତ ଆହତ

ପ୍ରକାଶଥାଉକି, ହୁସେନ ରବି ଗାନ୍ଧୀ ଯାଜପୁର ଜିଲ୍ଲାର ହାଲଡିଗଡିଆ ଗ୍ରାମରେ ଏକ ଶାସକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୪୮ ମସିହାରେ ତାଙ୍କର ଜନ୍ମ ହୋଇଥିଲା । ସେ ମହମ୍ମଦ ମୋଜାମିଲ ହୁସେନଙ୍କ ପୁତ୍ର ଥିଲେ । ହୁସେନ କଟକର ଜଣେ ସ୍ବାଧିନତା ସଂଗ୍ରାମୀ ସୟୀଦ ମହମ୍ମଦଙ୍କ ନାତୁଣିକୁ ବିବାହ କରିଥିଲେ ।

  • ପ୍ରସିଦ୍ଧ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜୁ ବାବୁଙ୍କ ସହଯୋଗୀ ତଥା ବରିଷ୍ଠ ରାଜନେତା ଭାବେ @bjd_odisha କୁ ମଜବୁତ କରିବାରେ ତାଙ୍କର ଯୋଗଦାନ ସବୁବେଳେ ମନେ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।

    — Naveen Patnaik (@Naveen_Odisha) January 28, 2023 " class="align-text-top noRightClick twitterSection" data=" ">

ହୁସେନ ରବି ଗାନ୍ଧୀ ବିଜେଡିର ଜଣେ ତୁଙ୍ଗ ନେତା ରହିଥିବା ବେଳେ ତାଙ୍କ ପରଲୋକକୁ ନେଇ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ବିଟ କରି ଲେଖିଛନ୍ତି, "ପ୍ରସିଦ୍ଧ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜୁ ବାବୁଙ୍କ ସହଯୋଗୀ ତଥା ବରିଷ୍ଠ ରାଜନେତା ଭାବେ ବିଜେଡି ଦଳକୁ ମଜବୁତ କରିବାରେ ତାଙ୍କର ଯୋଗଦାନ ସବୁବେଳେ ମନେ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି ।"

ଇଟିଭି ଭାରତ,କଟକ

Last Updated : Jan 28, 2023, 5:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.