କଟକ: ଆପୋଲୋ ହସ୍ପିଟାଲର ଲାଇସେନ୍ସକୁ ଜାତୀୟ ମାନବାଧିକାର କମିଶନ ରବ୍ଦ କରିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଆସନ୍ତା 4 ସପ୍ତାହ ପର୍ଯ୍ୟନ୍ତ କମିଶନଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କହିଛନ୍ତି କୋର୍ଟ।
ସେହିପରି 4 ସପ୍ତାହ ମଧ୍ୟରେ ଆପୋଲୋ କର୍ତ୍ତୃପକ୍ଷ ଜାତୀୟ ମାନବାଧିକାରଙ୍କ ପାଖରେ ନିଜର ପକ୍ଷ ରଖି ପାରିବେ। ତେବେ ଆପୋଲୋ କର୍ତ୍ତୃପକ୍ଷଙ୍କ ପକ୍ଷ ଶୁଣିବା ପରେ ପୁନର୍ବାର ନିଷ୍ପତ୍ତି ନେବାକୁ ଜାତୀୟ ମାନବାଧିକାର କମିଶନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜାତୀୟ ମାନବାଧିକାର କମିଶନ ଆପୋଲୋ ହସ୍ପିଟାଲର ଲାଇସେନ୍ସକୁ ରବ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ କମିଶନଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଆପୋଲୋ କର୍ତ୍ତୃପକ୍ଷ ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ