ETV Bharat / state

ରେଭେନ୍ସାକୁ ମିଳିଲା A++, ନାଚଗୀତରେ ଝୁମୁଛି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍

author img

By ETV Bharat Odisha Team

Published : Nov 25, 2023, 8:21 PM IST

Ravenshaw University gets A++ grade: ରେଭେନ୍ସା ବିଶ୍ୱବିଦ୍ୟାଳୟ ହେଲା ରାଜ୍ୟର ସର୍ବଶ୍ରେଷ୍ଠ ସରକାରୀ ବିଶ୍ବବିଦ୍ଯାଳୟ । ରେଭେନ୍ସାକୁ ମିଳିଛି A++ ମାନ୍ୟତା । ଅଧିକ ପଢନ୍ତୁ

ରେଭେନ୍ସାକୁ ମିଳିଲା A++ , ନାଚଗୀତରେ ଝୁମୁଛି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍

କଟକ: ପୁଣି ରେଭେନ୍ସା ବିଶ୍ୱବିଦ୍ୟାଳୟ ସହ ଯୋଡି ହୋଇଛି ସଫଳତାର ଆଉ ଏକ ଫର୍ଦ୍ଦ । ରେଭେନ୍ସା କୁ ମିଳିଛି A++ ମାନ୍ୟତା । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଠାରୁ କୁଳପତି ଓ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀ ସମସ୍ତେ ଆଜି ଖୁସି ରେ ବିଭୋର । ୨୦ ନଭେମ୍ବର ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ୫ ଜଣିଆ ନାକ୍ ଟିମ୍ ରେଭେନ୍ସା ବିଶ୍ୱବିଦ୍ୟାଳୟର ଉଭୟ କ୍ୟାମ୍ପସକୁ ପରିଭ୍ରମଣ କରିଥିଲେ । ଏହି ଟିମରେ ଅଧକ୍ଷ ଦୀପକ କୁମାର ଶର୍ମା, ବିଜୟ ଫୁଲାରୀ, ମେଥିଲି କେଥାଭରାପୁ, ପ୍ରଫେସର ଅରିନ୍ଦମ ଗୁପ୍ତା ଓ ଜ୍ୟୋତି କିସପୋଟା ରହିଥିଲେ ନାକ୍ ଟିମ ପହଂଚିବା ପରେ ରେଭେନ୍ସାରେ ଏହି ଟିମକୁ ପ୍ରଥମେ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ କୁଳପତିଙ୍କ ସହ ଆଲୋଚନା କରିବା ପରେ ଆରମ୍ଭ ହୋଇଥିଲା ବିଭିନ୍ନ ବିଭାଗ ଗସ୍ତ । ଗୋଟିଏ ପରେ ଗୋଟିଏ ପାଠ୍ୟ ବିଭାଗ ବୁଲି ବିଭିନ୍ନ ଦିଗ ଉପରେ କରିଥିଲେ ଆଲୋଚନା ।

ଏହା ମଧ୍ୟ ପଢନ୍ତୁ... ପୁନଃଯାଞ୍ଚ ହେବ ଉତ୍କଳ ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ମାନ, 26ରେ ଆସୁଛି ନାକ୍ ଟିମ୍‌

ବିଶେଷକରି ଭିତ୍ତିଭୂମି ସହ,ସ୍ୱାସ୍ତ୍ୟ ,ଶିକ୍ଷା,ଖାଦ୍ୟ,ପରିମଳ ଓ ବିଭିନ୍ନ ବିଭାଗ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲା ନାକ ଟିମ ।ଅନ୍ୟ ପକ୍ଷରେ କୁଳପତି ଙ୍କ ସମେତ ,ବିଭିନ୍ନ ବିଭାଗ ର ଫ୍ୟାକେଲଟି ଓ ଛାତ୍ର ଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲା କରିକୁଲାର୍ ଆସପେକ୍ଟ , ଟିଚିଂ , ଲର୍ଣିଂ , ରିସର୍ଚ୍ଚ ଆଣ୍ଡ ଇନୋଭେଶନ , ଲିଡରସିପ ଆଣ୍ଡ ମ୍ୟାନେଜମେଣ୍ଟ, ଭିତ୍ତିଭୂମି, ବ୍ରେଲି ଲାଇବ୍ରେରୀ ଓ ରେଭେନ୍ସା କମ୍ୟୁନିଟି ରେଡ଼ିଓକୁ ନାକ୍ ଟିମ୍ ଖୁବ୍ ପ୍ରଶଂସା କରିଥିଲେ। ଫଳରେ ସମୁଦାୟ ୩.୫୮ ମାର୍କ ପାଇଁ ରେଭେନସା ନାକ୍ ଏ ପ୍ଲସ ପ୍ଲସ ମାନ୍ୟତା ପାଇଛି ।

ଏହା ମଧ୍ୟ ପଢନ୍ତୁ...ରେଭେନ୍ସାରେ NAAC ଟିମ, A+ଗ୍ରେଡ ଆଶାରେ ବିଶ୍ୱବିଦ୍ୟାଳୟ

୨୦୧୬ ମସିହା ଡିସେମ୍ବର ରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାକ ମାନ୍ୟତାର ବୈଧତା ଶେଷ ହେଇଥିଲା । ଏନେଇ ପୁନ ମାନ୍ୟତା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନାକ୍ ସାମ୍ନାରେ ଆବେଦନ କରିଥିଲେ । ଆବେଦନର ୬ବର୍ଷ ପରେ ନାକ୍ ଟିମ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆସିଥିଲା । ଗତ ୨୦୧୬ ରେ ନାକ୍ ଟିମ୍ ରେଭେନ୍ସା କୁ ନାକ୍ ଟିମ୍ ଏ ଗ୍ରେଡ ମାନ୍ୟତା ଦେଇଥିଲା ଆଉ ଏବେ ପୁଣି ଏ ପ୍ଲସ ପ୍ଲସ ମାନ୍ୟତା ପାଇଛି । ତେବେ ଆଜି ନାକ୍ A++ ଗ୍ରେଡ ଦେବା ପରେ ରେଭେନ୍ସା ରେ ଖେଳିଯାଇଛି ଖୁସିର ଲହରୀ । ବାଜା ବାଣରେ କମ୍ପୁଛି ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.