ETV Bharat / state

ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲକୁ ରେଭେନ୍ସା ବିକାଶ ପରିଷଦର ବିରୋଧ - ବିଶ୍ବବିଦ୍ୟାଳୟ ବିଲକୁ ବିରୋଧ

ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲକୁ ରେଭେନ୍ସା ବିକାଶ ପରିଷଦର ବିରୋଧ । ନୂତନ ଆଇନ ପ୍ରଚଳନ କରାଗଲେ ଅନେକ ରାଜନୈତିକ ବ୍ୟକ୍ତିଙ୍କର ହସ୍ତକ୍ଷେପ ରହିବ ବୋଲି ଦାବି କରିଛି ସଂଗଠନ । ଅଧିକ ପଢ଼ନ୍ତୁ...

ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲକୁ ରେଭେନ୍ସା ବିକାଶ ପରିଷଦର ବିରୋଧ

author img

By

Published : Oct 14, 2020, 1:22 PM IST

Updated : Oct 14, 2020, 2:01 PM IST

କଟକ: ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲକୁ ରେଭେନ୍ସା ବିକାଶ ପରିଷଦର ବିରୋଧ । ରାଜ୍ୟପାଳ ଏହି ବିଲକୁ ଅନୁମୋଦନ ନ କରିବାକୁ ବୁଧବାର ନିବେଦନ କରିଛି ରେଭେନ୍ସା ବିକାଶ ପରିଷଦ । ବିଶ୍ବବିଦ୍ୟାଳୟ ଆଇନରେ ପରିବର୍ତ୍ତନ କରାଗଲେ ଏହାଦ୍ବାରା ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବ ବୋଲି ଅଭିଯୋଗ କରିଛି ସଂଗଠନ ।

ନୂତନ ଆଇନ ପ୍ରଚଳନ କରାଗଲେ ଅନେକ ରାଜନୈତିକ ବ୍ୟକ୍ତିଙ୍କର ହସ୍ତକ୍ଷେପ ରହିବ । ତେଣୁ ଏହାର ପୁନଃବିଚାର କରିବାକୁ ରାଜ୍ୟପାଳ ଏହି ବିଲକୁ ସରକାରଙ୍କୁ ପଠାଇବାକୁ ରେଭେନ୍ସା ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି ।

ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲକୁ ରେଭେନ୍ସା ବିକାଶ ପରିଷଦର ବିରୋଧ

ଚଳିତ ବିଧାନସଭାର ମୌସୁମୀ ଅଧିବେଶନରେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ ପାରିତ ହୋଇଥିଲା । ତେବେ ଏହି ସଂଶୋଧନକୁ ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ମହଲରେ ବିରୋଧାଭାଷ ଦେଖା ଦେଇଥିଲା । ରାଜ୍ୟବ୍ୟାପୀ ସମସ୍ତ ଶିକ୍ଷାବିତ୍ ଏହାକୁ ବିରୋଧ କରି ରାଜ୍ୟପାଳ ଏହି ନୂଆ ଅଧିନିୟମର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଥିଲେ । ଏହାଦ୍ବାରା ବିଶ୍ବବିଦ୍ୟାଳୟର ସ୍ବତନ୍ତ୍ରତା କ୍ଷୁର୍ଣ୍ଣ ହେବା ସହ ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକୁ ରାଜ୍ୟ ସରକାର ଅଧିକ ପ୍ରୋତ୍ସାହନ ଦେବେ ବୋଲି ଅଭିଯୋଗ ହୋଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 14, 2020, 2:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.