ETV Bharat / state

ଦୁଷ୍କର୍ମର 6 ବର୍ଷ ପରେ ଆସିଲା ରାୟ; ଦୋଷୀକୁ ୨୦ ବର୍ଷ ଜେଲ ଶୁଣାଇଲା ପୋକ୍ସୋ କୋର୍ଟ

ଦୀର୍ଘ 6 ବର୍ଷ ପରେ ଜଣେ ନାବାଳିକା ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ ପାଇଛି । ଦୋଷୀକୁ 20 ବର୍ଷ ଜେଲ ଦଣ୍ଡାଦେଶ ସଉଣାଇଛନ୍ତି ପୋକ୍ସୋ କୋର୍ଟ ।

rape accused
ଦୁଷ୍କର୍ମ ମାମଲା
author img

By

Published : Oct 5, 2020, 3:36 PM IST

Updated : Oct 5, 2020, 7:17 PM IST

କଟକ: ସମାଜରେ ମହିଳାଙ୍କ ପ୍ରତି ବଢୁଥିବା ଅପରାଧିକ ଘଟଣାରେ ଦୁଷ୍କର୍ମ ମାମଲା ବଢିବଢି ଚାଲିଥିବାବେଳେ ଦୋଷୀକୁ ଦଣ୍ଡ ମିଳିବା ପରେ ମଧ୍ୟ ଦୁଷ୍କର୍ମ ଭଳି ଘୃଣ୍ୟକାର୍ଯ୍ୟ କମିବାର ନାଁ ଧରୁନି । ଆଜି(ସୋମବାର) ଦୀର୍ଘ 6 ବର୍ଷ ପରେ ଜଣେ ନାବାଳିକା ଦୁଷ୍କର୍ମ ଘଟଣାର ରାୟ ପ୍ରକାଶ ପାଇଛି । ଯେଉଁଥିରେ ଦୋଷୀକୁ 20 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ପୋକ୍ସୋ କୋର୍ଟ ।

ଦୁଷ୍କର୍ମର 6 ବର୍ଷ ପରେ ଆସିଲା ରାୟ

କଟକର ଜଣେ ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ କରୁଣାକର କାଣ୍ଡିକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ 10 ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି ପୋକ୍ସୋ କୋର୍ଟ। ୨୦୧୪ ମସିହାରେ କଟକରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୀଡିତା ଜଣକ ନିଜର ଜଣେ ସମ୍ପର୍କୀୟ ଘରକୁ ଯାଇଥିଲେ। ମାତ୍ର ସେହି ସମୟରେ ଘରେ କେହି ନଥିବା ସମୟରେ ନାବାଳିକା ଜଣଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ନିଶ୍ଚିତକୋଇଲି ଥାନାରେ ଅଭିଯୋଗ ହୋଇଥିଲା।

ତେବେ ଘଟଣାର ୬ ବର୍ଷ ପରେ ଆଜି ପୋକ୍ସ କୋର୍ଟ, ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡାଦେଶ ସହ ୧୦ ହଜାର ଟଙ୍କାର ଜୋରିମାନା ଶୁଣାଇଛନ୍ତି। ଗତ ଏପ୍ରିଲ ୧୩ , 2014 ମସିହାରେ ଏହି ଘଟଣା ଘଟିଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 5, 2020, 7:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.