ETV Bharat / state

Ratna Bhandar Issue: ହାଇକୋର୍ଟଙ୍କ ନିର୍ଦ୍ଦେଶ, 2 ମାସ ଭିତରେ ଗଠନ ହେବ ଉଚ୍ଚସ୍ତରୀୟ କମିଟି - High Court directs SJTA

ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ମାମଲା । ରାଜ୍ୟ ସରକାରଙ୍କୁ 2 ମାସ ମଧ୍ୟରେ ଉଚ୍ଚସ୍ତରୀୟ କମିଟି କମିଟି ଗଠନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ପଢନ୍ତୁ

high level committee to be formed
2 ମାସ ଭିତରେ ଗଠନ ହେବ ହାଇପାୱାର କମିଟି
author img

By ETV Bharat Odisha Team

Published : Sep 29, 2023, 4:25 PM IST

Updated : Sep 29, 2023, 6:05 PM IST

କଟକ: ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ମାମଲା । ଆବେଦନକାରୀ ତଥା ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ଆଗତ ମାମଲା ଉପରେ ରାୟ ପ୍ରଦାନ କରିଛନ୍ତି କୋର୍ଟ । ରାଜ୍ୟ ସରକାରଙ୍କୁ 2 ମାସ ମଧ୍ୟରେ ହାଇ ପାୱାର(ଉଚ୍ଚସ୍ତରୀୟ) କମିଟି ଗଠନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବ । ରତ୍ନଭଣ୍ଡାର ଖୋଲି ମରାମତି କରିବା ପାଇଁ ଗଠନ କମିଟି ହେବ । ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ସୁବାସିସ ତାଳପତ୍ର ଏବଂ ଜଷ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରି ଆଜି ଏହି ରାୟ ପ୍ରଦାନ କରିଛନ୍ତି ।

ପୂର୍ବରୁ ରତ୍ନଭଣ୍ଡାର ଅସୁରକ୍ଷିତ ଅଛି ବୋଲି କହିଥିଲା ASI । ଏନେଇ ଆବେଦନକାରୀଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଆବେଦନକାରୀ ସମୀର ମହାନ୍ତିଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ରତ୍ନଭଣ୍ଡାର ଅସୁରକ୍ଷିତ ରହିଥିବା ନେଇ ASI ଅବଗତ କରିଥିଲେ ବି ଏହାର ସୁରକ୍ଷା ପାଇଁ ରାଜ୍ୟ ସରକାର କିମ୍ବା ମନ୍ଦିର ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ନେଉନାହାନ୍ତି । ତେବେ ଏହାର ସୁରକ୍ଷା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ କୋର୍ଟଙ୍କୁ ପାର୍ଥନା କରିଛନ୍ତି ।

ASI ସତ୍ୟପାଠରେ କ'ଣ ଦର୍ଶାଇ ଥିଲା ?

ରତ୍ନ ଭଣ୍ଡାରର ସଂରକ୍ଷଣ ନିହାତି ଆବଶ୍ୟକ ବୋଲି ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଇଛି ଏଏସଆଇ । ତେବେ ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି । ମରାମତି ପାଇଁ କୋର୍ଟ ଅନୁମତି ଦେଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏଏସଆଇ ଅଧିକ୍ଷଣ ଯନ୍ତ୍ରୀ ଡକ୍ଟର ବି ବି ସାତ ଗଡ଼ନାୟକ । ୨୦୧୮ରେ ଶେଷ ଥର ପାଇଁ ରତ୍ନ ଭଣ୍ଡାରର ଅନୁଧ୍ୟାନ ହୋଇଥିଲା ବୋଲି ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି । ପୂର୍ବରୁ ରତ୍ନଭଣ୍ଡାରରୁ ପାଣି ଝରୁଥିଲା, ରତ୍ନଭଣ୍ଡାରର ଚଟାଣରେ କିଛି ପଥର ପଡିଥିଲା, କାନ୍ଥ ମଝିରେ ଫାଟ ଥିଲା ।

"ଏହାର ଶୀଘ୍ର ମରାମତି କରାଯିବ" ବୋଲି କହିଛନ୍ତି ASI ପୁରୀ ମଣ୍ଡଳ ଅଧିକ୍ଷକ ଡକ୍ଟର ଦିବିସାଦ ଗଡ଼ନାୟକ । ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ, ASI ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ୪ ପକ୍ଷଙ୍କୁ ନୋଟିସ ଜାରି କରିଥିଲେ ଓଡିଶା ହାଇକୋର୍ଟ । ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ଏଏସଆଇ ଡିଜି ଓ ଅଧିକ୍ଷକଙ୍କୁ ନୋଟିସ ଜାରି କରିଥିଲେ କୋର୍ଟ । ଅଗଷ୍ଟ ୭ ତାରିଖ ସୁଦ୍ଧା ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସତ୍ୟପାଠ ଦାଖଲ କରିଛି ASI। ସୂଚନା ଅନୁସାରେ, ରତ୍ନଭଣ୍ଡାର ଖୋଲି ତାର ବିପଦସଙ୍କୁଳ ଅଂଶ ମରାମତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ପୂର୍ବତନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଢାଞ୍ଚାରେ ରାଜ୍ୟପାଳ କିମ୍ବା ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଗଠନ କରାଯାଇ ରତ୍ନ ଅଳଙ୍କାର ତାଲିକା ପ୍ରସ୍ତୁତ କରିବା ପାଇଁ ଆବେଦନ କରାଯାଇଛି ।

ଏହା ବି ପଢନ୍ତୁ...ଅସୁରକ୍ଷିତ ନାଟମଣ୍ଡପ, କୌଣସି ମୁହୂର୍ତ୍ତରେ ଘଟିପାରେ ଅଘଟଣ !

ରତ୍ନଭଣ୍ଡାର ଚାବି ହଜାଇଥିବା ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରିବା ସହ ସିବିଆଇ ଦ୍ବାରା ତଦନ୍ତ କରିବା ପାଇଁ ଆବେଦନକାରୀ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି। ହାଇକୋର୍ଟର ବୈଷୟିକ କମିଟି ଏବଂ ASI ଚିଠି ସତ୍ତ୍ଵେ ରତ୍ନଭଣ୍ଡାର ମରାମତି ନକରି ଏହାକୁ ବିପଦସଙ୍କୁଳ ଅବସ୍ଥାରେ ରଖିବା ହେତୁ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ସିବିଆଇ ଦ୍ଵାରା ତଦନ୍ତ କରିବା ପାଇଁ ପ୍ରାର୍ଥନା କରିଛନ୍ତି ଆବେଦନକାରୀ । ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ, ପୁରୀ ଗଜପତି ମହାରାଜା, ଗୃହ ସଚିବ, ପୁରୀ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ ସଚିବ, ପୁରୀ ଜିଲ୍ଲାପାଳ, ASI, ସିବିଆଇ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଇଟିଭି ଭାରତ, କଟକ

Last Updated : Sep 29, 2023, 6:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.