ETV Bharat / state

କୋରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ପାଇଁ କଟକରେ ଚାପା ଉତ୍ତେଜନା

author img

By

Published : Aug 25, 2020, 9:28 AM IST

ଦିନକୁ ଦିନ ବଢୁଥିବା କୋରୋନା ସଂକ୍ରମଣର ସଂଖ୍ୟା ସହ ବଢି ଚାଲିଛି କୋରୋନା ସଂକ୍ରମିତଙ୍କ ପ୍ରତି ଭେଦଭାବର ମାତ୍ରା । ଏମିତିରେ କୋରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟା ନେଇ ସିଲଭର ସିଟିରେ ଦେଖା ଦେଇଛି ଚାପା ଉତ୍ତେଜନା ।

cuttack latest news, corona update in cuttack, corona in cuttack, protest in cuttack, covid ptient's cremation, କଟକରେ କୋରୋନା ଅପଡେଟ, କଟକରେ କୋରୋନା, କଟକରେ ଚାପା ଉତ୍ତେଜନା, କୋରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର, କଟକ ଲାଟେଷ୍ଟ ନ୍ୟୁଜ୍‌
କୋରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ପାଇଁ କଟକରେ ଚାପା ଉତ୍ତେଜନା

କଟକ: ଦିନକୁ ଦିନ ବଢୁଥିବା କୋରୋନା ସଂକ୍ରମଣର ସଂଖ୍ୟା ସହ ବଢି ଚାଲିଛି କୋରୋନା ସଂକ୍ରମିତଙ୍କ ପ୍ରତି ଭେଦଭାବର ମାତ୍ରା । ଏମିତିରେ କୋରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟା ନେଇ ସିଲଭର ସିଟିରେ ଦେଖା ଦେଇଛି ଚାପା ଉତ୍ତେଜନା । ଏନେଇ ସ୍ଥାନୀୟ ଶିଖରପୁର କାଳିଆବୁଦା ଶ୍ମଶାନ ସମ୍ମୁଖରେ ସ୍ଥାନୀୟ ଅଞ୍ଚଳବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖାଯାଇଛି ।

କୋରୋନା ସଂକ୍ରମିତଙ୍କ ଅନ୍ତିମ ସଂସ୍କାର ସମୟରେ କୋଭିଡ ନିୟମ ପାଳନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏଥିସହିତ ମୃତଦେହ ସହ ଆସୁଥିବା ଲୋକେ ଶ୍ମଶାନରେ ସାମାଜିକ ଦୂରତା ବଜାୟ ରଖୁନଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏନେଇ ସିଏମସି କମିଶନର ଲୋକଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ସ୍ଥିତି ନିୟନ୍ତ୍ରଣ ହୋଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.