ETV Bharat / state

ଗଡୁନି ଘରୋଇ ବସ, ଖାଁ ଖାଁ ନେତାଜୀ ବସ୍‌ ଟର୍ମିନାଲ

author img

By ETV Bharat Odisha Team

Published : Oct 20, 2023, 11:50 AM IST

Updated : Oct 20, 2023, 3:01 PM IST

ଘରୋଇ ବସ ଧର୍ମଘଟ ଯୋଗୁଁ ଖାଁ ଖାଁ ନେତାଜୀ ବସ ଟର୍ମିନାଲ । ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ

ଖାଁ ଖାଁ ନେତାଜୀ ବସ ଟର୍ମିନାଲ
ଖାଁ ଖାଁ ନେତାଜୀ ବସ ଟର୍ମିନାଲ
ଗଡୁନି ଘରୋଇ ବସ, ଖାଁ ଖାଁ ନେତାଜୀ ବସ୍‌ ଟର୍ମିନାଲ

କଟକ: ଖାଁ ଖାଁ କଟକର ନବନିର୍ମିତ ବସଷ୍ଟାଣ୍ଡ୍ ନେତାଜୀ ଟର୍ମିନାଲ । ଘରୋଇ ବସ ଧର୍ମଘଟ ଯୋଗୁଁ ଏହାର ସିଧାସଳଖ ପ୍ରଭାବ ଯାତ୍ରୀ ପରିବହନ ଉପରେ ପଡିଛି । ବସ୍‌ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘଣ୍ଟା ଘଣ୍ଟା ଧରି ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିବା ଯାତ୍ରୀମାନେ ଧୀରେଧୀରେ ଘରମୁହାଁ ହେଉଛନ୍ତି ।

ଆଜିଠୁ ରାଜ୍ୟରେ ବନ୍ଦ ରହିଛି ଘରୋଇ ବସ୍‌ ଚଳାଚଳ । ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ସାରା ରାଜ୍ୟରେ ବସ୍‌ ଧର୍ମଘଟ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ । ଫଳରେ ସକାଳୁ ସକାଳୁ ଘରୋଇ ବସ ରାସ୍ତାରେ ଚଳାଚଳ କରୁନଥିବା ଦେଖିବାକୁ ମିଳିଛି । କଟକର ନବନିର୍ମିତ ବସଷ୍ଟାଣ୍ଡ ନେତାଜୀ ଟର୍ମିନାଲ ବି ଖାଁ ଖାଁ ରହିଛି । ଧର୍ମଘଟ ବିଷୟରେ ସୂଚନା ପାଇନଥିବା କିଛି ଯାତ୍ରୀଙ୍କୁ ଟର୍ମିନାଲରେ ଦେଖିବାକୁ ମିଳିଛି । ହେଲେ ବସ୍‌ ନଥିବାରୁ ଦୂରଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ଏହାମଧ୍ୟ ପଢନ୍ତୁ..ଆଜିଠୁ ବସ ମାଲିକ ସଂଘର ଧର୍ମଘଟ, ରାଜ୍ୟରେ ଗଡୁନି ଘରୋଇ ବସ୍‌

ସକାଳ 6ଟାରୁ ଘରୋଇ ବସ୍‌ ଧର୍ମଘଟ ଆରମ୍ଭ ହୋଇଛି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ ଧର୍ମଘଟ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ନମିଳିବାରୁ ଧର୍ମଘଟ କରିଛି ଘରୋଇ ବସ୍‌ ମାଲିକ ସଂଘ । ଲକ୍ଷ୍ମୀ ଯୋଜନା ନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଆଲୋଚନା ହୋଇଥିଲା । ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ୍‌ ଚାଲିବ ନାହିଁ ବୋଲି ସରକାର କହିଥିଲେ । କିନ୍ତୁ ଯୋଜନା ଆରମ୍ଭ ଦିନରୁ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଚଳାଚଳ କରିଥିଲା । ତେଣୁ ବସ୍‌ ଧର୍ମଘଟ ନେଇ ଜେନେରାଲ ବଡି ମିଟିଂ ଡାକି ସଂଘ ଘୋଷଣା କରିଥିଲା ।

ଏହାମଧ୍ୟ ପଢନ୍ତୁ..ଆସନ୍ତାକାଲି ବସ ଧର୍ମଘଟ, ନେତାଜୀ ବସ ଟର୍ମିନାଲରେ ଲାଗିଛି ଯାତ୍ରୀଙ୍କ ଭିଡ

ଲକ୍ଷ୍ମୀ ବସ୍‌ ଚଳାଚଳକୁ ନେଇ ଚଳିତ ମାସ 31 ତାରିଖରୁ ଧର୍ମଘଟ ଡାକରା ଦେଇଥିଲା ଘରୋଇ ବସ ମାଲିକ ସଂଘ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଗତ 9 ତାରିଖରେ ଧର୍ମଘଟକୁ ସ୍ଥଗିତ ରଖାଯାଇଥିଲା । 31 ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରହିଲା ବୋଲି ସଂଘର କର୍ମକର୍ତ୍ତା ଘୋଷଣା କରିଥିଲେ । କିନ୍ତୁ ସରକାର ତାଙ୍କ ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ ଆଣି ପୁଣି ଥରେ ଧର୍ମଘଟକୁ ଓହ୍ଲାଇଛି ଘରୋଇ ବସ୍‌ ମାଲିକ ସଂଘ । ବସ ଧର୍ମଘଟ ଗୋଟିଏ ଦିନ ପୂର୍ବରୁ କଟକ ନେତାଜୀ ବସ୍‌ ଟର୍ମିନାଲରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଧର୍ମଘଟ ଖବର ଶୁଣିବା ପରେ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଟର୍ମିନାଲରେ ଯାତ୍ରୀଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା । ରାତ୍ରିକାଳୀନ ବସ୍‌ ତୁଳନାରେ ଯାତ୍ରୀଙ୍କ ସଂଖ୍ୟା ବହୁ ଗୁଣିତ ହୋଇଥିବାରୁ ଅନେକ ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ପାରି ନଥିଲେ । ଏହା ବ୍ୟତୀତ ବସ୍‌ର ଅହେତୁକ ଭଡ଼ା ବୃଦ୍ଧି କରାଯାଇଥିବା ଅଭିଯୋଗ କରିଥିଲେ ଯାତ୍ରୀ ।

ଇଟିଭି ଭାରତ, କଟକ

Last Updated : Oct 20, 2023, 3:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.