ETV Bharat / state

ଧାନ କେବଳ ଖାଦ୍ୟ ନୁହେଁ, ଆମର ସଂସ୍କୃତି ପରମ୍ପରା ସହ ଜଡିତ: ରାଷ୍ଟ୍ରପତି

author img

By

Published : Feb 11, 2023, 6:20 PM IST

Updated : Feb 11, 2023, 7:21 PM IST

ରାଷ୍ଟ୍ରପତି ୨ଦିନିଆ ଓଡ଼ିଶା ଗସ୍ତରେ କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଭାରତୀୟ ରାଇସ କଂଗ୍ରେସରେ ଯୋଗ ଦେଇଛନ୍ତି । ଏହି ଅବସରରେ ଧାନର ଗୁରୁତ୍ବ ସମ୍ପର୍କରେ କହିବା ସହ ଇକୋଫ୍ରେଣ୍ଡଲି ଚାଷ ପାଇଁ ବୈଜ୍ଞାନିକଙ୍କୁ ସେ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

President Droupadi Murmu
President Droupadi Murmu
କାର୍ଯ୍ୟକ୍ରମରେ ଯୋଗଦେଇଥିବା ବୈଜ୍ଞାନିକଙ୍କ ପ୍ରତିକ୍ରିୟା

କଟକ: ଜିଲ୍ଲାର ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (NRRI)ଠାରେ ଆଜିଠାରୁ ୩ଦିନ ବ୍ୟାପୀ ଦ୍ଵିତୀୟ ଭାରତୀୟ ରାଇସ କଂଗ୍ରେସ ଆରମ୍ଭ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ୨ଦିନିଆ ଓଡ଼ିଶା ଗସ୍ତରେ ଏହି କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବେ ଯୋଗଦେଇ ଅଧିବେଶନକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଧାନ କେବଳ ଖାଦ୍ୟ ନୁହେଁ, ଏହା ଆମର ସଂସ୍କୃତି ପରମ୍ପରା ସହିତ ଜଡ଼ିତ । କାରଣ ଧାନ ବିନା ଆମର ପର୍ବପର୍ବାଣି ମଧ୍ୟ ଅଧୁରା । ଏହାସହିତ ଇକୋଫ୍ରେଣ୍ଡଲି (ପରିବେଶ ଅନୁକୂଳ) ଚାଷ ପାଇଁ ରାଷ୍ଟ୍ରପତି ଯୁବ ବୈଜ୍ଞାନିକମାନଙ୍କୁ ଆହ୍ବାନ ଦେଇଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସାମ୍ପ୍ରତିକ ବିଶ୍ଵରେ ଦେଖାଯାଇଥିବା ଖାଦ୍ୟ ସଙ୍କଟକୁ ଏଡ଼ାଇବା ଉପରେ ଆଲୋଚନା କରିଛନ୍ତି । ଭାରତ ଖାଦ୍ୟ ଶସ୍ୟ ରପ୍ତାନି କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ଦିନକୁ ଦିନ ପ୍ରାକୃତିକ ବିପର୍ଯ୍ୟୟ ବଢ଼ୁଥିବାର ଦେଖାଯାଉଛି । ଏଣୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ସହ ଦେଶର ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆଧୁନିକ ପ୍ରଣାଳୀ ବ୍ୟବହାର କରି ବୈଜ୍ଞାନିକମାନେ ଦେଶକୁ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ନମ୍ବର କରିପାରିବେ ବୋଲି ରାଷ୍ଟ୍ରପତି ଆଶା ପ୍ରକଟ କରିଥିଲେ । NRRI ବୈଜ୍ଞାନିକମାନେ ବିଭିନ୍ନ କିସମର ପୃଷ୍ଟିକର ଚାଉଳ ଉଦ୍ଭାବନ କରି ଦେଶରେ କୁପୋଷଣକୁ ଦୂର କରିପାରିଛନ୍ତି ।

ରାଷ୍ଟ୍ର ଉଦ୍ଦେଶ୍ୟରେ ମୁର୍ମୁ କହିଥିଲେ ଯେ ଧାନ ବା ଚାଉଳ କେବଳ ଖାଦ୍ୟ ସାର ନୁହେଁ, ଆମ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଧାନ ବିନା ଆମ ପର୍ବପର୍ବାଣି ଅସମ୍ପୂର୍ଣ୍ଣ । ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହାର ହିଁ ଏହାର ଗୁରୁତ୍ଵ ଦର୍ଶାଉଛି । ଏବେ ଧାନ ଉତ୍ପାଦନରେ ପ୍ରାକୃତିକ ବିପର୍ଯ୍ୟୟ ବାଧା ସାଜୁଛି । ଏଭଳି କ୍ଷେତ୍ରରେ ବୈଜ୍ଞାନିକମାନେ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି ରାଷ୍ଟ୍ରପତି । ଏହାସହିତ ଚାଷ ବେଳେ ଅଧିକ ସାର ପ୍ରୟୋଗ ନ କରିବାକୁ ମଧ୍ୟ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ ।

ଏହା ବି ପଢନ୍ତୁ- କଟକ NRRIରେ ରାଷ୍ଟ୍ରପତି, ଭାରତୀୟ ଦ୍ବିତୀୟ ଧାନ କଂଗ୍ରେସର କଲେ ଉଦଘାଟନ

ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ ଯେ ସାଢେ ୮ବର୍ଷ ଶାସନ କାଳରେ ମୋଦି ସରକାର କୃଷକଙ୍କ ପାଇଁ ବହୁ ଉନ୍ନତିମୂଳକ ଯୋଜନା କରିଛନ୍ତି । କୃଷକମାନଙ୍କ ସୁରକ୍ଷା ଓ କ୍ଷତିଭରଣ ଯୋଜନା ଯୋଗୁଁ ଚାଷୀ ଭାଇମାନେ ବେଶ ଉପକୃତ ହେଉଛନ୍ତି । ଏଥର ବଜେଟରେ ମଧ୍ୟ କୃଷି କ୍ଷେତ୍ର ପାଇଁ ଅଧିକ ବ୍ୟୟ ବରାଦ କରାଯାଇଛି । ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆମ ଦେଶ ଯେ କେବଳ ଆତ୍ମନିର୍ଭର ହୋଇପାରିଛି ତାହା ନୁହେଁ ଅନ୍ୟ ଦେଶକୁ ଖାଦ୍ୟ ରପ୍ତାନି କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ଦେଶଗୁଡ଼ିକୁ ଖାଦ୍ୟ ସହାୟତା ଦେଇପାରିଛି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡ଼ିଶା ସରକାରଙ୍କ କୃଷି ମତ୍ସ୍ୟ ପଶୁ ପାଳନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଅତିଥି ଭାବରେ ଯୋଗଦେଇଥିଲେ । ବୈଜ୍ଞାନିକମାନଙ୍କର ଗବେଷଣା ଓ ନିଷ୍ଠା ଫଳରେ ଭାରତ ଖାଦ୍ୟ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିଛି । ତେଣୁ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଅଧିକରୁ ଅଧିକ ଧାନ କିସମ ଉତ୍ପାଦନ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। ଭାରତୀୟ କୃଷି ଅନୁସନ୍ଧାନର ମହାନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ ସ୍ଵାଗତ ଭାଷଣ ଦେଇ ଏହି ଅଧିବେଶନର ମୂଳ ଲକ୍ଷ୍ୟ ଉପରେ ଗୁରୁତ୍ବଆରୋପ କରିଥିଲେ।

ଜାତୀୟ ଖାଦ୍ୟ ନିରାପତ୍ତା ବିଶ୍ବ ଖାଦ୍ୟ ସଙ୍କଟ ପରିବର୍ତ୍ତନଶୀଳ ଜଳବାୟୁରେ ଧାନ ଉତ୍ପାଦନ ବୃଦ୍ଧି ଏବଂ ଅତ୍ୟାଧୁନିକ ପ୍ରଣାଳୀରେ ଭାରତରେ ଧନ କିସମର ବିଷୟ ବସ୍ତୁକୁ ନେଇ ବୈଜ୍ଞାନିକମାନେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ NRRIର ନିର୍ଦ୍ଦେଶକ ଡ. ଏ.କେ ନାୟକ, ଏ.ଆର.ଆର.ଡବ୍ଲ୍ୟୁ ସଭାପତି ପି.କେ ଅଗ୍ରୱାଲ ପ୍ରମୁଖ ଉପସ୍ଥିତି ଥିଲେ। ଏହି ସମ୍ମିଳନୀରେ ଯୋଗଦେଇ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ଦେଶ ତଥା ଦେଶ ବାହାରୁ ଆସିଥିବା ଯୁବ ଓ ଅଭିଜ୍ଞ ବୈଜ୍ଞାନିକ। ଦେଶ ବିଦେଶରୁ ବିଭିନ୍ନ କୃଷି ଓ ଧାନ ଗବେଷଣା ପ୍ରତିଷ୍ଠାନରୁ ୩୦୦ରୁ ଊର୍ଦ୍ଧ୍ବ ପ୍ରତିନିଧିମାନେ ଏହି ଅଧିବେଶନରେ ଯୋଗ ଦେଇଛନ୍ତି । ପ୍ରତି ୨ବର୍ଷକୁ ଥରେ ଏହି ଅଧିବେଶନ ଅନୁଷ୍ଠିତ ହୋଇଥାଏ । କାର୍ଯ୍ୟକ୍ରମରେ ଏକାଧିକ ବୈଜ୍ଞାନିକ ଜ୍ଞାନ ଆଧାରିତ ଅଧିବେଶନ ଅନୁଷ୍ଠିତ ହୋଇଥାଏ ।

ଇଟିଭି ଭାରତ, କଟକ

Last Updated : Feb 11, 2023, 7:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.