କଟକ: ପାଖେଇ ଆସୁଛି ଦୁର୍ଗାପୂଜା । ମାଆଙ୍କ ଆଗମନରେ ଉତ୍ସବମୁଖର ହେବ ପୁରପଲ୍ଲୀ । ଚିକ୍ମିକ୍ ଆଲୁଅରେ ଝଲସିବ କଟକ ସହର । ମଣ୍ଡପଗୁଡିକରେ ପୂଜା ପାଇବେ ମାଆ ଦୁର୍ଗା । ପୂଜା ଆରମ୍ଭ ପୂର୍ବାରୁ କଟକ ଜିଲ୍ଲା ପ୍ରଶାସନ ଦ୍ବାରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂଜାଠୁ ଆରମ୍ଭ କରି ଭସାଣୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତ୍ୟେକ ମଣ୍ଡପରେ ଇଲେକ୍ଟ୍ରିକ୍ ମିଟର ଲଗାଇବା ଓ ଓ୍ବାଟକୋ 24 ଘଣ୍ଟିଆ ଜଳ ଯୋଗାଣ ବ୍ୟବସ୍ଥା ଓ ରାସ୍ତାଘାଟ ସମସ୍ୟାର ସମାଧାନ ଇତ୍ୟାଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।
ଏହାସହ ଭସାଣୀ ପୂର୍ବରୁ ଵିପଦଜନକ ଭାଵେ ଝୁଲି ରହିଥିବା ବିଦ୍ୟୁତ ତାର ସଜାଡ଼ିଵା ପାଇଁ ଅନୁରଧ କରିଥିଲେ ଅନେକ ପୂଜା ମଣ୍ଡପ । ବୈଠକରେ ସହରର ବିଭିନ୍ନ ସାହି ପୂଜା କମିଟିର କର୍ମକର୍ତ୍ତାମାନେ ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ପୂଜା ପୂର୍ବରୁ ସହର ରାସ୍ତାଘାଟ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ପ୍ରଶାସନ ପକ୍ଷରୁ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ମାନଙ୍କୁ ପ୍ରତିଶ୍ରୁତି ଦିଆ ଯାଇଥିଲା ।
ଏହା ମଧ୍ୟ ପଢନ୍ତୁ-ସମ୍ବଲପୁରରେ ଗଣେଶ ପୂଜା ଦୁର୍ଗାପୂଜା ଭସାଣି ଉପରେ ଲାଗିଲା ରୋକ, ନିଷ୍ପତ୍ତିକୁ ବିରୋଧ
ପୂଜା ସମୟରେ 24 ଘଣ୍ଟିଆ ପାନୀୟ ଜଳ ଯୋଗେଇଦେବା ଏବଂ ବିଦ୍ୟୁତ୍ କାଟ ନକରିବା ପାଇଁ ପ୍ରଶାସନକୁ ଅନୁରୋଧ କରା ଯାଇଥିଲା । ସାଂସଦ ଭର୍ତ୍ତୃହରୀ ମହତାବଙ୍କ କହିବା ଅନୁଯାୟୀ, "ପ୍ରତିବର୍ଷ ଦୁର୍ଗା ପୂଜା ଆସିଲେ ରାସ୍ତା ଘାଟ ସମସ୍ୟା କଥା ଉଠେ । ବର୍ଷା ଯୋଗୁଁ ରାସ୍ତା ଘାଟର ମରାମତି କାର୍ଯ୍ୟ ବିଳମ୍ବ ହେଉଛି । ତେଣୁ ସରକାର ଆସନ୍ତା ଅକ୍ଟୋବର 5 ତାରିଖ ପୂର୍ବରୁ ରାସ୍ତା ଘାଟ ଗୁଡ଼ିକ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ। ସାଧାରଣ ପରିଚାଳକ,ଓ୍ବାଟକୋ ଚଵିଶ ଘଣ୍ଟିଆ ଜଳଯୋଗାଣ ଵ୍ୟଵସ୍ଥା ସାରା କଟକରେ ଏଯାବତ ହେଇନାହିଁ ତାହାକୁ ଶୀଘ୍ର କରିବା ପାଇଁ ବୈଠକ ରେ ଦାବି କରିଛନ୍ତି ଅନେକ ପୂଜା କମିଟି ।
ଓ୍ବାଟକୋ ତରଫରୁ ପାଇପଲାଇନ ପଡ଼ିଵା ଯୋଗୁଁ ଯେଉଁ ରାସ୍ତା ଖରାପ ହୋଇଛି, ସେଗୁଡିକୁ ୧୫ ତାରିଖ ଭିତରେ କାମ କରିଦିଆଯିଵ ଓ୍ବାଟକୋ ପକ୍ଷରୁ କୁହାଯାଇଛି । ଏହାସହ ଛକ ଗୁଡ଼ିକରେ ଟ୍ୟାଙ୍କର ରହିବ ଯାହାଦ୍ୱାରା ପୂଜା ସମୟରେ କେହି ଅସୁବିଧାର ସମୁଖୀନ ହେବେନି । ମ୍ୟୁନିସିପାଲିଟି, ସିଏମ୍ସି ଓ ଅନ୍ୟ ବିଭାଗ ରାସ୍ତା କାମ ନ୍ୟସ୍ତ କରାଯାଇଛି । ଯାହା ୧୫ତାରିଖ ଭିତରେ ସାରିଵେ ବୋଲି ବୈଠକ ରେ ନିଷ୍ପତ୍ତି ହୋଇଛି । ବର୍ତ୍ତମାନ ଏସ୍ସିଵି ସମ୍ପ୍ରସାରଣ କାମ ଦୁର୍ଗାପୂଜା ସମୟରେ କଟକରେ ଭାରିଯାନ ଚଳାଚଳ ଵନ୍ଦ ରହିବ । ପୂଜା ପରେ ରିଙ୍ଗ୍ ରୋଡ୍ରେ ଖାନନଗର ଦେଇ ବସ୍ ଯିଵ ବୋଲି କହିଛନ୍ତି ସିଡିଏ ଅଧକ୍ଷ ।
ଇଟିଭି ଭାରତ, କଟକ