କଟକ: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ ମହକିଲ ଭେଟିବା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇ ରାୟକୁ ସଂରକ୍ଷିତ ରଖାଯାଇଛି । ପ୍ରଦୀପ ନିଜ ଓକିଲଙ୍କୁ ଜେଲରେ ଭେଟି ପାରିବେ ବୋଲି ପୂର୍ବରୁ ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।
ସମ୍ବିଧାନର ୨୨(୧) ଅନୁଯାୟୀ ମୌଳିକ ଅଧିକାର ପାଇଁ ପ୍ରଦୀପ ଆବେଦନ କରିଥିଲେ । ଜେଲ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶନାମାକୁ ଚାଲେଞ୍ଜ କରିଛନ୍ତି ପ୍ରଦୀପ । ପ୍ରଦୀପଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି । ତେବେ ପ୍ରଦୀପ ଜେଲରେ ସଜା କାଟୁଥିବା ବେଳେ ନିଜର ଓକିଲଙ୍କୁ ଭେଟିବା ପାଇଁ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ।
ସୂଚନା ଥାଉ କି ତେବେ ଜନ ବିରୋଧି କାର୍ଯ୍ୟ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ପ୍ରଦୀପଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କୃତ କରିଥିଲେ । ଏହାପରେ ପାଠକ ଲିଙ୍କ, ବେଆଇନ ଅର୍ଥ କାରବାର ଓ ଚାକିରି ଜାଲିଆତି ନେଇ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ