ETV Bharat / state

ଆସିଲା ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ - ସୌମ୍ୟରଂଜନଙ୍କ ପୋଷ୍ଟମଟମ ରିପୋର୍ଟ

ଆସିଲା ACF ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ। ନିଆଁରେ ପୋଡି ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି । ଦେହର 95 ପ୍ରତିଶତ ପୋଡିଯିବାରୁ ମୃତ୍ୟୁ ଘଟିଛି। ଅଧିକ ପଢନ୍ତୁ...

_post-mortem report of ACF Soumyaranjan death case
ଆସିଲା ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ
author img

By

Published : Jul 26, 2021, 5:44 PM IST

କଟକ: ଆସିଲା ACF ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ। ନିଆଁରେ ପୋଡି ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି । ଦେହର 95 ପ୍ରତିଶତ ପୋଡି ହେବାରୁ ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମର 6 ଘଣ୍ଟା ପୂର୍ବରୁ ମୃତ୍ୟୁ ଘଟିଛି। ପାକସ୍ଥଳୀ ସମ୍ପୂର୍ଣ୍ଣ ଖାଲିଥିବା ରିପୋର୍ଟରେ ଦର୍ଶାଯାଇଛି ।

ଆସିଲା ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ

ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ ପାଇବା ପରେ ପରିବାର ଲୋକଙ୍କ ପ୍ରତିକ୍ରିୟା ରଖିଛନ୍ତି ଏବଂ ଏପର୍ଯ୍ୟନ୍ତ ଆମକୁ ନ୍ୟାୟ ମିଳିନି ବୋଲି କହିଛନ୍ତି । ପୋଲିସ ତଦନ୍ତରେ ଆମେ ସନ୍ତୁଷ୍ଟ ନୁହେଁ। ବିଦ୍ୟାଭାରତୀଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ସୌମ୍ୟରଞ୍ଜନ ବାପା ଅଭିରାମ ମହାପାତ୍ର ପ୍ରଶ୍ନ କରିଛନ୍ତି । ଯଦି ସୌମ୍ୟ ନିଆଁରେ ପୋଡି ହୋଇ ମୃତ୍ୟୁବରଣ କରିଥିଲେ ତେବେ ପତ୍ନୀ ବିଦ୍ୟାଭାରତୀ କି ଭଳି ବଞ୍ଚିଲେ ବୋଲି ସୌମ୍ୟଙ୍କ ପିତା କହିଛନ୍ତି ।

ସୂଚନାଥାଉକି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା । ପୋଲିସ ଏ ପର୍ଯ୍ୟନ୍ତ ଏହି ଘଟଣାରେ କାହାକୁ ଗିରଫ କରିନାହିଁ । ବର୍ତ୍ତମାନ ମଧ୍ୟ ତଦନ୍ତ ଜାରୀ ରଖିଛି । ଏବଂ ମୃତ ଏସିଏଫଙ୍କ ପତ୍ନୀ ବିଦ୍ୟା ଭାରତୀକୁ ମଧ୍ୟ ଜେରା କରିଛି ପୋଲିସ । ସେହିପରେ ଗଜପତି ଡିଏଫଓକୁ ମଧ୍ୟ ଜେରା କରି ପୋଲିସ କ୍ଲିନଚିଟ ଦେଇଛି ଏଥିରେ ତାଙ୍କ ସଂପୃକ୍ତି ନାହିଁ ବୋଲି କହିଛି । ସେପଟେ ଏହି ଘଟଣାରେ କିନ୍ତୁ ବୋହୂ ବିଦ୍ୟା ଭାରତୀର ସଂପୃକ୍ତି ରହିଥିବା ମୃତ ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.