ETV Bharat / state

ବ୍ୟବସାୟୀଙ୍କୁ ବି ମିଳିବ ଗାଡି ପାସ୍

author img

By

Published : Apr 8, 2020, 4:12 PM IST

କଟକ ମାଲଗୋଦାମ ଅଞ୍ଚଳକୁ ଆସୁଥିବା ବ୍ୟବସାୟୀମାନଙ୍କୁ ଗୋଟିଏ ଲେଖାଏଁ ପାସ ଵ୍ୟଵସ୍ଥା ନେଇ କମିଶନରେଟ ପୋଲିସ ପକ୍ଷରୁ ହୋଇଛି ଆଲୋଚନା ।

vehicle pass
ଛୋଟ ବ୍ୟବସାୟୀଙ୍କୁ ମିଳିବ ପାସ୍

କଟକ: କୋରୋନା ପାଇଁ ସାରା ରାଜ୍ୟରେ ବଳବତ୍ତର ରହିଛି ଲକଡାଉନ କଟକଣା । ମାତ୍ର ଲକଡାଉନ କାରଣରୁ ଅନେକ ଆବଶ୍ୟକ ନଥାଇ ବି ବାହାରେ ବୁଲିବାରୁ, ଏହାକୁ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ଅତ୍ୟାବଶ୍ୟକ ସେବା ଯୋଗାଉଥିବା କିଛି ନିର୍ଦ୍ଦିଷ୍ଟ ଶ୍ରେଣୀର କର୍ମଚାରୀ ମୁଖ୍ୟତଃ ହସ୍ପିଟାଲ, ମିଡିଆ ଓ ବ୍ୟାଙ୍କ କର୍ମଚାରୀଙ୍କୁ ପାସ ମିଳିଥିଲା । ମାତ୍ର ବ୍ୟବସାୟୀଙ୍କ ପାଇଁ ମଧ୍ୟ ଏବେ ପାସ ଵ୍ୟଵସ୍ଥା ହୋଇଛି ।

ଲକଡାଉନ ଭଳି ଘଡିସନ୍ଧି ମୁହୂର୍ତ୍ତରେ କିଛି ବ୍ୟବସାୟୀଙ୍କ ପାଇଁ ଏହା ଆଶାରେ କରିଣ ଦେଇଛି କମିଶନରେଟ ପୋଲିସ । କଟକ ମାଲଗୋଦାମ ଅଞ୍ଚଳକୁ ଆସୁଥିବା ବ୍ୟବସାୟୀମାନଙ୍କୁ ଗୋଟିଏ ଲେଖାଏଁ ପାସ ଵ୍ୟଵସ୍ଥା ନେଇ କମିଶନରେଟ ପୋଲିସ ପକ୍ଷରୁ ହୋଇଛି ଆଲୋଚନା ।

ଏହି ବ୍ୟବସ୍ଥା ଦ୍ବାରା ଛୋଟ ବ୍ୟବସାୟୀମାନେ ମଧ୍ୟ ସାଧାରଣ ଲୋକଙ୍କ ପାଖରେ ରାସନ ପହଞ୍ଚାଇ ପାରିବେ । ଆଉ ସେମାନଙ୍କ ଅସୁବିଧା ମଧ୍ୟ ଦୂର କରିପାରିବେ । ତେବେ ସେମାନେ ପ୍ରକୃତରେ ବ୍ୟବସାୟୀ କି ନୁହେଁ , କି ବ୍ୟବସାୟ କରନ୍ତି, କେଉଁ କେଉଁ ଅଞ୍ଚଳରେ ସେମାନେ ବ୍ୟବସାୟ କରନ୍ତି, ଏମିତି ସମସ୍ତ ତଥ୍ୟ ନିଜ ଅଞ୍ଚଳରେ ଥିବା ଥାନାରେ ପୈଠ କରିବା ପରେ ଯାଇ ପାସ୍ ମିଳିବ ବୋଲି ଡିସିପି ସୂଚନା ଦେଇଛନ୍ତି । ଏହାଏହିତ କେବଳ ପାସଧାରୀ ବ୍ୟକ୍ତି ଓ ବେପାରୀମାନେ ମାଲଗୋଦାମକୁ ଯାଇପାରିବେ ବୋଲି ମଧ୍ୟ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.