କଟକ: ଫୋରମ ଫର ପ୍ରିଭେଣ୍ଟସନ ଅଫ ରୋଡ଼ ଆକ୍ସିଡେଣ୍ଟ (FPRA) ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେଲା ‘ସ୍ମୃତି ଦିବସ’ । ସ୍ଥାନୀୟ ମେରେଟାଇମ ମ୍ୟୁଜିୟମରେ ଏହି ମେଗା ଆୟୋଜନ ଅନୁଷ୍ଠିତ ହୋଇଛି । ଗୋଟିଏ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
କିପରି ସଡ଼କ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁରୁ ଜଣେ ଗାଡି ଚାଳକ ରକ୍ଷା ପାଇବ ଓ ଯଦି କୌଣସି କାରଣ ବଶତଃ ଦୁର୍ଘଟଣା ହେଉଛି ତେବେ କିପରି ସଙ୍ଗେ ସଙ୍ଗେ ଚିକିତ୍ସା ଯୋଗାଇ ଦିଆଯିବ ତାହାକୁ ନେଇ ଏହି ବୈଠକରେ ଆଲୋଚନା କରିଥିଲେ ପୋଲିସ କମିଶନର । ଏହି କିଛି ବର୍ଷ ମଧ୍ୟରେ ଟ୍ବିନ ସିଟିରେ ଅନେକ ଦୁର୍ଘଟଣା ଜନିତ ପ୍ରାଣ ଯାଉଛି । ତେବେ ଏହାକୁ ନଜର ରଖି ଟ୍ରାଫିକ ବ୍ୟବସ୍ଥା ମଧ୍ୟ ସୃଦୃଢ ହୋଇଛି । ତେବେ ଏହା କେବଳ କଟକ ଭୁବନେଶ୍ୱର ନୁହେଁ ବରଂ ସାରା ଓଡ଼ିଶାରେ ଏହି ସଚେତନତା କରାଯିବା ଆବଶ୍ୟକ ବୋଲି କହିଛନ୍ତି କମିଶନର ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ