ETV Bharat / state

Death By Manja Thread: ଗୁଡି ବ୍ୟବସାୟୀ ସେକ ଅନଔର ଗିରଫ, ଅତର୍କିତ ରେଡ କଲା ପୋଲିସ

କଟକରେ ମାଞ୍ଜା ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣା । ଗୁଡ଼ି ବ୍ୟବସାୟୀ ସେକ ଅନଔରଙ୍କୁ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ

Death By Manja Thread in Cuttack: ଗୁଡି ବ୍ୟବସାୟୀ ସେକ ଅନଔର ଗିରଫ

author img

By

Published : Dec 27, 2021, 10:21 PM IST

କଟକ: କଟକରେ ମାଞ୍ଜା ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣା । ପିରବଜ଼ାରର ଗୁଡି ବ୍ୟବସାୟୀ ସେକ ଅନଔର ଗିରଫ । ଅନୱରକୁ ଗିରଫ କରିଛି ଜଗତପୁର ଥାନା ପୋଲିସ । ଆସନ୍ତାକାଲି (ମଙ୍ଗଳବାର) ତାଙ୍କୁ କୋର୍ଟ ଚାଲାଣ କରାଯିବ । ଏହି ଘଟଣାରେ ଦୁଇ ଗୁଡି ଉଡାଳିଙ୍କୁ ଅଣ୍ଡରଟେକିଂ ଦେଇ ଛାଡି଼ଛି ପୋଲିସ ।

ମାଁଜା ସୂତା ନେଇଛି ଅମୂଲ୍ୟ ଜୀବନ। କଟକ ପିର ବଜ଼ାର ଅଞ୍ଚଳରେ ରବିବାର ଅପରାହ୍ନରେ ଘଟିଥିବା ହୃଦୟ ବିଦାରକ ଘଟଣାକୁ ନେଇ ସ୍ତବ୍ଧ ହୋଇପଡିଛନ୍ତି ସମସ୍ତେ । ପ୍ଲାଷ୍ଟିକ ସୂତାରେ ବାଇକ ଆରୋହୀ ଜୟନ୍ତଙ୍କ ବେକ କଟିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏକମାତ୍ର ରୋଜଗରିଆ ପୁଆକୁ ହରାଇ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ସାରା ଗାଁ ଓ ସହଯୋଗୀ ତାଙ୍କୁ ଝୁରୁଥିବା ଦେଖିବାକୁ ମିଳିଛି ।

ଏହି ଘଟଣା ପରେ ଚେତିଛି ପ୍ରଶାସନ । ଯୁବକଙ୍କ ମୃତ୍ୟୁ ହେବା ପରେ ଆଜି ଆକ୍ସନ ମୋଡ଼ରେ କଟକ କମିଶନରେଟ ପୋଲିସ ଓ କଟକ ମହାନଗର ନିଗମ । ଆଜି କଟକ ସହରର ବିଭିନ୍ନ ଅଞ୍ଚଳରେ ଥିବା ଗୁଡି ଦୋକାନରେ ଚଢ଼ାଉ କରାଯାଇଥିବା ବେଳେ ମଙ୍ଗଳାବାଗ ଥାନା ପୋଲିସ ପକ୍ଷରୁ କଟକ ରାଣୀହାଟ ଓ ମେରିଆ ବଜାର ଅଞ୍ଚଳରେ ଚଢ଼ାଉ କରି ଶତାଧିକ ପରିମାଣର ଗୁଡି ଓ ନଟେଇ ଜବତ କରାଯାଇଛି । ଏହା ସହ ବ୍ୟବସାୟ କରୁଥିବା ଜଣଙ୍କୁ ଅଟକ ଅଟକ ରଖିଛି ପୋଲିସ । ସେପଟେ କଟକ ମହାନଗର ନିଗମ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ସ୍କୁଆଡ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଥିବା ବେଳେ କଡା ନଜର ରଖାଯାଇଛି ।

ଏହା ବି ପଢନ୍ତୁ: ମାଞ୍ଜା ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣା, ୩ ଅଟକ

କିପରି ଘଟିଥିଲା ଘଟଣା ?

ଭଇରିପୁର ଅଂଚଳର 28 ବର୍ଷର ଯୁବକ ହେଉଛନ୍ତି ଜୟନ୍ତ ସାମଲ । ପେଶାରେ ସେ ସିଭିଲ କଣ୍ଟ୍ରାକ୍ଟର କାମ କରନ୍ତି । 6ମାସ ତଳେ 28 ଜୁନରେ ସସ୍ମିତାଙ୍କୁ ସେ ପ୍ରେମ ବିବାହ କରିଥିଲେ । ରବିବାର 4ଟାରେ ପତ୍ନୀଙ୍କୁ ସାଙ୍ଗରେ ନେଇ ଶ୍ବଶୁର ଘରକୁ ବାଇକରେ ଯାଉଥିବା ବେଳେ ମାଁଜା ସୂତା ବେକରେ ଲାଗିଯିବାରୁ ତଳେ ପଡିଯାଇଥିଲେ । ତାଙ୍କ ବେକ 30 ପ୍ରତିଶତ କଟିଯାଇଥିଲା । ଆଉ ଦେଖୁ ଦେଖୁ ପତ୍ନୀ ସାମ୍ନାରେ ରାସ୍ତା କଡ଼ରେ ତାଙ୍କ ଜୀବନ ଚାଲିଯାଇଥିଲା ।

ବାସ୍ତବିକ ଘଟଣା ଯେତିକି ଅଭାବନୀୟ, ସେତିକି ହୃଦୟବିଦାରକ। ତେବେ ମାଁଜା ସୂତା ପାଇଁ ଜୟନ୍ତଙ୍କ ଜୀବନ ଚାଲିଯାଇଥିବା ଜୟନ୍ତଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଏହାର ବ୍ୟବହାର ଉପରେ ପ୍ରଶାସନ ଯଦି କଟକଣାକୁ କଡାକଡି କରିଥାନ୍ତା, ହୁଏତ ଜୟନ୍ତ ଜୀବନ ରକ୍ଷା ହୋଇପାରିଥାନ୍ତା । ଅନ୍ୟପଟେ ମାଁଜା ସୂତା ବିକ୍ରି ଓ ବ୍ୟବହାର ଅଭିଯୋଗରେ ୩ ଜଣ ଯୁବକଙ୍କୁ ଅଟକ ରଖିଛି ଜଗତପୁର ଥାନା ପୋଲିସ । ବାରଣ ସତ୍ତ୍ବେ ମାଁଜା ସୂତା କେଉଁଠୁ ଆସିଲା ଏବଂ କେଉଁମାନେ ଏହାକୁ ବେଆଇନ ଭାବରେ ବିକ୍ରୟ କରୁଥିଲେ ତାହାର ଛାନଭିନ କରିବା ପରେ ଉକ୍ତ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି ।

ମୃତକଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ରୁଜୁ ହୋଇଥିବା ଏତଲାକୁ ଆଧାର କରି ଅଧିକ ତଦନ୍ତ କରୁଛି ଜଗତପୁର ଥାନା ପୋଲିସ । ଆପିସିର ଧାରା ୩୦୪ (ଏ) ଲଗାଇ ତଦନ୍ତ କରୁଛି ପୋଲିସ । ଜୟନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସେହିପରି ସହରରେ ଯେପରି ମାଁଜା ସୂତା ବିକ୍ରୟ ନହୁଏ, ସେଥିପାଇଁ ଧରପକଡ଼କୁ ଜୋରଦାର କରାଯାଇଛି ।

ଏପଟେ ସନ୍ଧ୍ୟାରେ ସହରରେ ମାଞ୍ଜା ସୂତା ଧରପକଡ । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪୮୦ ଟି ନଟେଇ, ୬୭୨ ଗୁଡି, ୨୧ ବଣ୍ଡଲ ଚାଇନା ସୂତା ଜବତ କରାଯାଇଥିବା ବେଳେ ୪ ଜଣ ଦୋକାନୀ ଓ ଗୁଡି ଉଡାଡିଙ୍କ ମାମଲା ରୁଜୁ କରିଛି କଟକ କମିଶନରେଟ ପୋଲିସ ବୋଲି ଡିସିପିଙ୍କ ସୂଚନା । ତେବେ ଗତକାଲି ଜଗତପୁର ପିରବଜ଼ାର ଅଞ୍ଚଳରେ ଘତିଥିବା ମର୍ମନ୍ତୁଦ ଘଟଣା ପରେ ପୋଲିସ ହୋଇଛି ସଜାଗ ।

କଟକରୁ ନାରାୟଣ ସାହୁ, ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.