ETV Bharat / state

କୋରୋନା ଲଢେଇ: ଲିଙ୍କରୋଡ ଓ ବାଦାମବାଡିରେ ବସିବ ପରିବା ମାର୍କେଟ

author img

By

Published : Mar 26, 2020, 10:34 PM IST

ପରିବା ମାର୍କେଟରେ ଭିଡ ଯେପରି ନହେବ ସେନେଇ ପଦକ୍ଷେପ ନେଇଛନ୍ତି କଟକ ଡିସିପି । ଶୁକ୍ରବାର ଠାରୁ ଲିଙ୍କରୋଡ ଓ ବାଦାମବାଡିର ରାଜରାସ୍ତାରେ ବସିବ ପରିବା ମାର୍କେଟ ।

police-arrangements-for-vegetable-market-at-badambadi-and-link-road
କୋରୋନା ଲଢେଇ: ଲିଙ୍କରୋଡ ଓ ବାଦାମବାଡି ରାଜରାସ୍ତାରେ ବସିବ ପରିବା ମାର୍କେଟ

କଟକ: ଲିଙ୍କରୋଡ ଓ ବାଦାମବାଡିର ରାଜରାସ୍ତାରେ ବସିବ ପରିବା ମାର୍କେଟ । ଶୁକ୍ରବାର ଠାରୁ ଛତ୍ର ବଜାରର ୩ ଶହ ରିଟେଲର୍ ବ୍ୟବସାୟୀଙ୍କୁ ଉକ୍ତ ସ୍ଥାନରେ ପରିବା ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭିଡ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

ପରିବା ବ୍ୟବସାୟ ପାଇଁ ଚିହ୍ନଟ ହୋଇଥିବା ଏହି ରାଜରାସ୍ତାରେ ଗୋଲାକୃତ କରାଯାଇଛି । ଏହି ଗୋଲାକୃତ ମଧ୍ୟରେ ରହି ଖାଉଟିମାନଙ୍କୁ ବ୍ୟବସାୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଜେ କଟକ ଡିସିପି ଉକ୍ତ ଜାଗାକୁ ଚିହ୍ନଟ କରିବା ସହ ଭିଡ ଯେପରି ନହେବ ସେଥିପାଇଁ ପଦକ୍ଷେପ ନେଇଛନ୍ତି ।

ସେହିପରି କଟକ ଲିଙ୍କ ରୋଡରେ ଥିବା ମାଛ ଗୋଦାମ ସିଫ୍ଟ ଅନୁଯାୟୀ ଖୋଲିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତାକାଲି ଠାରୁ ମାଛ ଗୋଦାମକୁ ପର୍ଯ୍ୟାୟ କ୍ରମେ ଖୋଲିବାକୁ ଗୋଦାମ ମାଲିକମାନଙ୍କୁ ପରାମର୍ଶ ଦେଇଛନ୍ତି କଟକ ଡିସିପି । ତେବେ ଉକ୍ତ ଆଇନକୁ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.