ETV Bharat / state

କୋଭିଡ ଲଢେଇ: ଗଛମୂଳେ ଆକ୍ରାନ୍ତଙ୍କ ସମ୍ପର୍କୀୟ, ସାହା ସ୍ବେଚ୍ଛାସେବୀ ସଙ୍ଗଠନ

author img

By

Published : May 28, 2021, 5:38 PM IST

କୋରୋନାର ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହର ବେଶ ଯନ୍ତ୍ରଣାଦାୟକ । ଏବେ କୋରୋନା ଆକ୍ରାନ୍ତଙ୍କୁ ସଠିକ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି । ଏପଟେ ଆକ୍ରାନ୍ତଙ୍କ ଖବର ବୁଝିବା ପାଇଁ ଗଛତଳେ ଏବଂ ମେଡିକାଲ ବାରଣ୍ଡାରେ ପଡି ରହିଛନ୍ତି ସମ୍ପର୍କୀୟ । କିଏ 7 ଦିନ ତ କିଏ 15ରୁ 25 ଦିନ ଧରି ପଡି ରହିଛନ୍ତି । ଅଧିକ ପଢନ୍ତୁ...

କୋଭିଡ ହସ୍ପିଟାଲରେ ହନ୍ତସନ୍ତ ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କ, ସାହା ସ୍ବେଚ୍ଛାସେବୀ ସଙ୍ଗଠନ

କଟକ: କୋରୋନାର ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହର ବେଶ ଯନ୍ତ୍ରଣାଦାୟକ । ପ୍ରଥମ ଲହରରେ କୋରୋନା ଆକ୍ରାନ୍ତଙ୍କୁ ଯେତିକି ସହାୟତା ମିଳୁଥିଲା ଦ୍ବିତୀୟ ଲହରରେ ତାହା ବି ମିଳୁନାହିଁ । ଜଣେ ସାଧାରଣ ଗରିବ ରୋଗୀ ପାଇଁ ସରକାରୀ ହସ୍ପିଟାଲ ହେଉଛି ସାହାଭରସା । ବର୍ତ୍ତମାନ ସମୟରେ ଜଣେ କୋରୋନା ରୋଗୀ ହସ୍ପିଟାଲରେ ଯେତିକି ଯନ୍ତ୍ରଣା ପାଉଛି ହସ୍ପିଟାଲ ବାହାରେ ରୋଗୀ ସମ୍ପର୍କୀୟ ବି କଷ୍ଟରେ ଜୀବନ ବିତାଉଛି। ତେବେ ସରକାର କୋଭିଡ ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କ ଲାଗି କୌଣସି ବ୍ୟବସ୍ଥା କରିବା ଆବଶ୍ୟକ ହୋଇପଡିଛି ।

କୋଭିଡ ହସ୍ପିଟାଲରେ ହନ୍ତସନ୍ତ ଆକ୍ରାନ୍ତଙ୍କ ସମ୍ପର୍କୀୟ, ସାହା ସ୍ବେଚ୍ଛାସେବୀ ସଙ୍ଗଠନ

ଦେଶ ସମେତ ରାଜ୍ୟରେ ତାଣ୍ଡବ ରଚୁଛି ମହାମାରୀର ଦ୍ବିତୀୟ ଲହର । କିଲର ଭାଇରସ କବଳରେ ପଡି ପ୍ରତିଦିନ ସଂକ୍ରମିତ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ । ଏହାରି ମଧ୍ୟରେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ଆକ୍ରାନ୍ତଙ୍କ ସମ୍ପର୍କୀୟ ହେଉଛନ୍ତି ଅଧିକ ପ୍ରଭାବିତ। ସେପଟେ ହସ୍ପିଟାଲ ଭିତରେ ରୋଗୀ ସଂକ୍ରମିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଏପଟେ ହସ୍ପିଟାଲ ବାହାରେ ଖାଦ୍ୟ, ବାସହରା ହୋଇ ଯନ୍ତ୍ରଣା ଭୋଗୁଛି ଆକ୍ରାନ୍ତଙ୍କ ସମ୍ପର୍କୀୟ ।

ଆଉ ଏମାନେ ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଆକ୍ରାନ୍ତଙ୍କ ଖବର ବୁଝିବା ପାଇଁ ଏମାନେ ଏମିତି ଗଛତଳେ ବାରଣ୍ଡାରେ ପଡି ରହିଛନ୍ତି । କିଏ 7 ଦିନ ତ କିଏ 15ରୁ 25 ଦିନ ଧରି ଏମିତି ପଡି ରହିଛନ୍ତି । ଶୌଚାଳୟଠାରୁ ଆରମ୍ଭ କରି ଖାଦ୍ୟ ପାନୀୟ ସବୁ ପାଇଁ ସମସ୍ୟା ଭୋଗୁଛନ୍ତି ଲୋକେ । ଆଶ୍ରୟ ପାଇଁ ସରକାର କୌଣସି ବ୍ୟବସ୍ଥା କରିନଥିବାରୁ ଏମିତି ହନ୍ତସନ୍ତ ହେଉଛନ୍ତି ଆକ୍ରାନ୍ତଙ୍କ ସମ୍ପର୍କୀୟ ।

ହସ୍ପିଟାଲରେ ରୋଗୀ ସମ୍ପର୍କୀୟଙ୍କ ଭୋକିଲା ପେଟରେ ଖାଦ୍ୟ ଯୋଗାଇବାକୁ ଆଗକୁ ଆସିଛନ୍ତି ସ୍ୱପ୍ନା ଫାଉଣ୍ଡେସନ ସ୍ୱେଚ୍ଛାସେବୀ ସଙ୍ଗଠନ । ପ୍ରତ୍ୟକ ଦିନ ୫୦୦ରୁ ୧ ହଜାରର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଉଛନ୍ତି ଏହି ସଙ୍ଗଠନ । ଦୈନିକ ୩ ଥର ମେଡିକାଲରେ ରୋଗୀ ସମ୍ପର୍କୀୟଙ୍କୁ ଖାଦ୍ୟ ଯୋଗାଉଛନ୍ତି ଏହି ସଙ୍ଗଠନ । କେରୋନା ସମୟରେ ସାମାଜିକ ଦୂରତା ବଜାୟ ରଖି ଏମାନେ ଖାଦ୍ୟ ଯୋଗାଉଛନ୍ତି । କେରୋନାର ପ୍ରଥମ ଲହର ଭଳି ଦ୍ବିତୀୟ ଲହରରେ ଏମାନେ ରୋଗୀ ସମ୍ପର୍କୀୟଙ୍କୁ ଖାଦ୍ୟ ଯୋଗାଉଛନ୍ତି । ଏହି ପ୍ରକ୍ରିୟା ଆଗକୁ ବି ଜାରି ରହିବ ବୋଲି ସଙ୍ଗଠନର ପ୍ରତିଷ୍ଠାତା କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.