କଟକ: ସଫଳ ହେଉଛି ପ୍ଲାଜମା ଥେରାପି । ଏହି ଚିକିତ୍ସା ପଦ୍ଧତି କୋରୋନା ଆକ୍ରାନ୍ତଙ୍କ ପାଇଁ ବେଶ ଫଳପ୍ରଦ ହେଉଥିବାରୁ ଆଜି(ଶୁକ୍ରବାର) 5 ୟୁନିଟ ପ୍ଲାଜମା ଥେରାପି ପରୀକ୍ଷଣ କରାଯାଇଥିଲା ଯାହା ସଫଳ ହୋଇଛି । 5 ୟୁନିଟ ମଧ୍ୟରେ ଗୋଟିଏ ୟୁନିଟ ଅଶ୍ବିନୀ , 2 ୟୁନିଟ କିମ୍ସ , 2 ୟୁନିଟ ଆଇଏମଏସ ଓ ସମ ହସ୍ପିଟାଲକୁ ଦିଆଯିବା ପରେ ଗୁରୁତର କୋରୋନା ଆକ୍ରାନ୍ତ ରୋଗୀ ସୁସ୍ଥ ଦିଗରେ ଅଗ୍ରସର ହେଉଥିବା ଜଣାପଡିଛି ।
ବିଶେଷକରି ଅଶ୍ବିନୀ ହସ୍ପିଟାଲର 5 ଟି କେସରୁ 2 ଜଣ ପ୍ଲାଜମା ଥେରାପି ପରେ ସୁସ୍ଥ ହେଉଛନ୍ତି । ଦୁଇ ଜଣଙ୍କ ଠାରୁ ଅକ୍ସିଜେନ କଢ଼ାଯାଇଛି । ସେହିପରି ତୃତୀୟ ଓ ଚତୁର୍ଥ ରୋଗୀଙ୍କୁ ଅକ୍ସିଜେନ ଆବଶ୍ୟକ ପଡୁନାହିଁ । ଆଉ ଜଣେ ରୋଗୀକୁ ଆଜି ପ୍ଲଜମା ଦିଆଯିବ । ସେହିପରି ସମ ହସ୍ପିଟାଲ କଥା କହିଲେ, 4 ଜଣଙ୍କ ଠାରେ ପ୍ଲାଜମା ପରୀକ୍ଷଣ କରାଯାଇଛି । ସେଥିରୁ 3 ଜଣ ସୁସ୍ଥ ହୋଇ ୱାର୍ଡକୁ ଯାଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ରହିଛନ୍ତି ।
କିମ୍ସରୁ ମଧ୍ୟ ଯେଉଁ ପ୍ଲାଜମା ପରୀକ୍ଷଣ କରାଯାଇଥିଲା, ତାହ ମଧ୍ୟ ସଫଳ ହୋଇଛି । ସମସ୍ତଙ୍କୁ ଅକ୍ସିଜେନ ଆବଶ୍ୟକ ପଡୁନାହିଁ। ସେହିପରି ଗଞ୍ଜାମର ମଧ୍ୟ 3 ପଜେଟିଭ ଆକ୍ରାନ୍ତ ରୋଗୀଙ୍କର ଅକ୍ସିଜେନ ଆବଶ୍ୟକ ପଡୁନାହିଁ । କହିବାକୁ ଗଲେ 28 ୟୁନିଟ ପ୍ଲାଜମାରୁ 14 ଜଣ ରୋଗୀଙ୍କ ଠାରେ ପରୀକ୍ଷଣ କରାଯାଇଥିଲା ।
ଆଜି ପର୍ଯ୍ୟନ୍ତ ଅଶ୍ବିନୀ ମେଡିକାଲ ପାଇଁ 5 ୟୁନିଟ, ସମ ମେଡିକାଲ ପାଇଁ 6 ୟୁନିଟ , କିମ୍ସ ପାଇଁ 3 ୟୁନିଟ ଓ ଗଞ୍ଜାମ ପାଇଁ 6 ୟୁନିଟ ପ୍ଲାଜମା ଧାର୍ଯ୍ୟ କରାଯାଇ ଥିବାବେଳେ ମୋଟ 20 ୟୁନିଟ ପ୍ଲାଜମା ଦିଆଯାଇଥିବା ସୂଚନା ଦେଇଛନ୍ତି କୋଭିଡ-19 ବୈସୟିକ ମୁଖପାତ୍ର ଡ଼ ଜୟନ୍ତ ପଣ୍ଡା ।
କଟକୁ ପ୍ରଭୁକଲ୍ୟାଣ ପାଲ , ଇଟିଭି ଭାରତ