କଟକ: ପିପିଲି ଉପନିର୍ବାଚନ ଘୁଞ୍ଚାଇବାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜ୍ଜୁ ହୋଇଛି । ଆସନ୍ତା 7 ତାରିଖରେ ପରବର୍ତ୍ତୀ ଶୁଣାଣି ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ରୁଜ୍ଜୁ ହୋଇଥିବା ଜନସ୍ବାର୍ଥ ମାମଲାକୁ ଗ୍ରହଣ କରଛନ୍ତି ହାଇକୋର୍ଟ । 7 ତାରିଖ ସୁଦ୍ଧା ପକ୍ଷ ରଖିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିର୍ବାଚନ ହେଲେ ଏଥିରେ ଜଡ଼ିତ ଥିବା ଶତାଧିକ ଲୋକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ନିର୍ବାଚନରେ ସୁପର ସ୍ପ୍ରେଡ଼ର ହେବାର ଆଶଙ୍କା ଦର୍ଶାଇଛନ୍ତି ଆବେଦନକାରୀ ।
ଆବେଦନରେ ଭାରତୀୟ ନିର୍ବାଚନ ଆୟୋଗ, ରାଜ୍ୟ ନିର୍ବାଚନ ଆୟୋଗ, ରାଜ୍ୟ ସରକାର,ସିନିୟର ଆଡଭୋକେଟ୍ ସୂର୍ଯ୍ୟକାନ୍ତ ପାଢିଙ୍କ ପକ୍ଷରୁ ଜନସ୍ବାର୍ଥ ମାମଲାରେ ପକ୍ଷଭୂକ୍ତ କରିଛନ୍ତି । ମେ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ।
ପ୍ରକାଶ ଥାଉ କି, ମେ 16ତାରିଖରେ ପିପିଲ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ଫଳ 19ରେ ଆସିବ । ପୂର୍ବରୁ ଏପ୍ରିଲ 13ରେ ନିର୍ବାଚନ ହୋଇଥାନ୍ତା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ତାରିଖ ପରିବର୍ତ୍ତନ ହୋଇଥିଲା ।
କଟକରୁ ନରାୟଣ ସାହୁ, ଇଟିିିଭି ଭାରତ