ETV Bharat / state

ହାଇକୋର୍ଟରେ ନବଦାସ ମୃତ୍ୟୁ ମାମଲା, CBI ତଦନ୍ତ ପ୍ରାର୍ଥନା କରି ଜନସ୍ବାର୍ଥ ମାମଲା ରୁଜୁ

author img

By

Published : Feb 6, 2023, 7:35 PM IST

ନବଦାସ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ମାତ୍ର ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲାର ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ

PIL seeks CBI probe
PIL seeks CBI probe
ହାଇକୋର୍ଟରେ ନବଦାସ ମୃତ୍ୟୁ ମାମଲା, CBI ତଦନ୍ତ ପ୍ରାର୍ଥନା କରି ଜନସ୍ବାର୍ଥ ମାମଲା ରୁଜୁ

କଟକ: ହାଇକୋର୍ଟରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣା । ମାମଲାର CBI ତଦନ୍ତ ପ୍ରାର୍ଥନା କରି ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି । ମାମଲାରେ କେନ୍ଦ୍ର ସରକାର, ମୁଖ୍ୟଶାସନ ସଚିବ, ଗୃହସଚିବ, ପୋଲିସ DG ଓ କ୍ରାଇମବ୍ରାଞ୍ଚ ଓ ଓଡ଼ିଶା ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି । ସେପଟେ ଘଟଣା ଉପରୁ ଖୁବଶୀଘ୍ର ପରଦା ଉଠିବ ବୋଲି କହିଛନ୍ତି ତଦନ୍ତ ଉପରେ ନଜର ରଖିଥିବା ହୋଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ।

ନବଦାସ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ଅଭିଯୁକ୍ତ ଗୋପାଳ ଦାସକୁ ଆହୁରି ୪ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ପ୍ରଥମ ୪ ଦିନିଆ ରିମାଣ୍ଡ ଶେଷ ହେବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା କ୍ରାଇମବ୍ରାଞ୍ଚ । ପୁନର୍ବାର ୪ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ଅଭିଯୁକ୍ତ ନିକଟରୁ ଅନେକ ତଥ୍ୟ ହାସଲ କରିବାର ଆଶା ରଖିଛି କ୍ରାଇମବ୍ରାଞ୍ଚ । ପ୍ରଥମ ପର୍ଯ୍ୟାୟରେ ଅଭିଯୁକ୍ତ ନିକଟରୁ ଯେଉଁ ତଥ୍ୟ ହାସଲ କରିଥିଲା ସେଥିରେ ୧୨ ଖଣ୍ଡ (ଅଭିଯୁକ୍ତର ହସ୍ତଲେଖା) କାଗଜ ବେଶ ଗୁରୁତ୍ତ୍ବପୂର୍ଣ୍ଣ ରହିଥିବା ସୂଚନା ମିଳିଛି ।

ଏହି ଜବତ କାଗଜଗୁଡିକୁ ହସ୍ତଲେଖା ବ୍ୟୁରୋକୁ ପଠାଯାଇଛି । ଅତ୍ୟାଧୁନିକ ପଦ୍ଧତିରେ ଅଭିଯୁକ୍ତର ମାନସିକ ଅଵସ୍ଥାର ଯାଞ୍ଚ କରାଯାଇଛି । ସେହିପରି ଗୋପାଳର ମାନସିକ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଗୋଟିଏ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରାଯାଇଥିବା ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଯାଞ୍ଚ ପ୍ରକ୍ରିୟାକୁ ଆହୁରି ତୀବ୍ର କରାଯିବ ବୋଲି ସୂଚନା ମିଳିଛି । ବିଶେଷ କରି କାହିଁକି ଗୋପାଳ ମନ୍ତ୍ରୀଙ୍କୁ ହତ୍ୟା କରିଥିଲା ? କିଏ ପ୍ରବର୍ତ୍ତାଇ ଥିଲା କି ?

ଏହା ବି ପଢନ୍ତୁ-ନବ ଦାସ ହତ୍ୟାକାଣ୍ଡ ଉପରୁ ହଟୁନି ରହସ୍ୟ, ଜମିଜମା ବିବାଦରୁ ହୋଇଛି ନବଙ୍କ ହତ୍ୟା !

ସେହିପରି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଆଜି ଜଷ୍ଟିସ ଜେପି ଦାସଙ୍କ ବାସଭବନରେ ପହଞ୍ଚି ତଦନ୍ତର ସ୍ଥିତି ସମ୍ପର୍କରେ ଅବଗତ କରିଛନ୍ତି । ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିବା ପରେ ଜଷ୍ଟିସ ଜେପି ଦାସଙ୍କ ବାସଭବନରୁ ବାହାରିଥିଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । କଟକ ସ୍ଥିତ ଜଷ୍ଟିସ ଜେପି ଦାସଙ୍କ ବାସଭବନରରେ ପ୍ରାୟ ୧ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ ଏଡିଜି ଆଲୋଚନା କରିଛନ୍ତି । ତେବେ ଗଣମାଧ୍ୟମକୁ କୌଣସି ପ୍ରକାର ପ୍ରତିକ୍ରିୟା ଦେଇନାହାନ୍ତି ଅରୁଣ ବୋଥ୍ରା । ଅନ୍ୟପଟେ ଏହି ହତ୍ୟାକାଣ୍ଡ ଘଟଣାରେ ମନିଟରିଂ କରୁଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ।

ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଜେପି ଦାସ । ନବ ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତ ନେଇ ଅବଗତ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସମ୍ପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରାଯାଇଛି । କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ନେଇ କିଛି ପରାମର୍ଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ଘଟଣାସ୍ଥଳକୁ ନିଜେ ଯିବେ ଜଷ୍ଟିସ ଜେପି ଦାସ । ବର୍ତ୍ତମାନ ତଦନ୍ତ ଠିକ୍ ବାଟରେ ଚାଲିଛି । ଖୁବଶୀଘ୍ର ଘଟଣା ଉପରୁ ପରଦା ଉଠିବ ବୋଲି ଆଶା ରଖା ଯାଇଥିବା କଥା କହିଛନ୍ତି ଜଷ୍ଟିସ ଜେପି ଦାସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.