ETV Bharat / state

ବ୍ୟବସାୟୀଙ୍କ ଉପରେ ପେଟ୍ରୋଲ ବୋମା ମାଡ଼, ଦୁର୍ବୃତ୍ତ ଫେରାର

author img

By

Published : Jan 16, 2023, 11:17 AM IST

ବିଡାନାସୀ କୃଷକ ବଜାର ଅଞ୍ଚଳରେ ବ୍ୟବସାୟୀଙ୍କ ଉପରକୁ ପେଟ୍ରୋଲ ବୋମା ମାଡ଼ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

petrol bomb attack
petrol bomb attack

କଟକ: ବିଡାନାସୀ କୃଷକ ବଜାର ଅଞ୍ଚଳରେ ପେଟ୍ରୋଲ ବୋମା ମାଡ଼ । ଦାଦାବଟି ଆଦାୟକୁ କେନ୍ଦ୍ର କରି ଜଣେ ଦୁର୍ବୃତ୍ତ ବ୍ୟବସାୟୀଙ୍କ ଉପରକୁ ପେଟ୍ରୋଲ ବୋମା ମାଡ଼ କରିଛି । ବିଡାନାସୀ ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ତେବେ ସୂଚନା ଅନୁଯାୟୀ, ବିଡାନାସୀ କୃଷକବଜାର ଅଗ୍ନିଶମ କେନ୍ଦ୍ର ନିକଟରେ ତ୍ରିନାଥ ବାରିକଙ୍କ ଭେରାଇଟ ଷ୍ଟୋର ରହିଛି । ରବିବାର ଅପରାହ୍ନରେ ତ୍ରିନାଥ ଦୋକାନରେ ଥିଲେ । ସେହି ସମୟରେ ଏକ ବାଇକରେ ସତୀଚଉରା ଛକ ନିକଟରେ ଥିବା ସତୀଗୁମ୍ଫା ଅଞ୍ଚଳର କାହ୍ନୁ ନାୟକ ପହଞ୍ଚି ହଠାତ୍ ପେଟ୍ରୋଲ ବୋମା ମାଡ କରିଥିଲା । ଏକ ମଦ ବୋତଲରେ ପେଟ୍ରୋଲ ଓ ଗୋଡ଼ି ପୁରାଇ ତ୍ରିନାଥଙ୍କ ଉପରକୁ କାହ୍ନୁ ଫିଙ୍ଗିଥିଲା । ସୌଭାଗ୍ୟ ବଶତଃ ପେଟ୍ରୋଲ ବୋମା ଫୁଟି ନଥିଲା । ପେଟ୍ରୋଲ ବୋମା ଯଦିଓ ଫୁଟି ନଥିଲା ହେଲେ କାହ୍ନୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

ଅନ୍ୟପଟେ ଏ ସମ୍ପର୍କରେ ତ୍ରିନାଥଙ୍କ ପୁଅ ପିଣ୍ଟୁ ବିଡ଼ାନାସୀ ଥାନା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପେଟ୍ରୋଲ ବୋମା ଜବତ କରିଛି । ଏଥିରେ ପେଟ୍ରୋଲ ଓ ଗୋଡ଼ି ଥିବା ଦେଖିବାକୁ ମିଳିଥିଲା । ପୋଲିସ ଟିମ୍ କାହ୍ନୁର ଘର ଉପରେ ଚଢଉ କରିଛି । କିନ୍ତୁ ସେଠାରୁ ବି କାହ୍ନୁ ଫେରାର ହୋଇଯାଇଥିଲା । ତ୍ରିନାଥଙ୍କୁ ପୂର୍ବରୁ ଅନେକ ଥର ସେ ଦାଦାବଟି ମାଗି ଆସୁଥିଲା । କିନ୍ତୁ ସେ ଦେବାକୁ ମନା କରିଦେବାରୁ ରବିବାର ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ତ୍ରିନାଥଙ୍କ ପୁଅ ପିଣ୍ଟୁ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.