ETV Bharat / state

ସ୍ବାଧୀନ ପ୍ରାର୍ଥୀପତ୍ର ପ୍ରତ୍ୟାହାରରେ ଚଞ୍ଚକତା ଅଭିଯୋଗ, CMC ଆଗରେ ସମର୍ଥକଙ୍କ ଗଣଧାରଣା - କଟକ ମହାନଗର ନିଗମ ଆଗରେ ଗଣଧାରଣା

କଟକ ୩୯ ନମ୍ବର ୱାର୍ଡରେ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାରରେ ଚଞ୍ଚକତା ହୋଇଥିବା ସେ ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ

ସ୍ବାଧୀନ ପ୍ରାର୍ଥୀପତ୍ର ପ୍ରତ୍ୟାହାରରେ ଚଞ୍ଚକତା ଅଭିଯୋଗ, CMC ଆଗରେ ସମର୍ଥକଙ୍କ ଗଣଧାରଣା

author img

By

Published : Mar 14, 2022, 7:54 PM IST

Updated : Mar 14, 2022, 8:10 PM IST

କଟକ: ୩୯ ନମ୍ବର ୱାର୍ଡ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ସ୍ବାଧୀନ ପ୍ରାର୍ଥୀ ଲୋକନାଥ ଲେଙ୍କାଙ୍କୁ ନେଇ ସୃଷ୍ଟି ହୋଇଛି ବିବାଦ। ଲୋକନାଥ ୨ଟି ସେଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବିଜେଡି ଲୋକନାଥକୁ ଦେଇଥିବା ଟିକେଟ ପ୍ରତ୍ୟାହାର କରିଦେବା ପରେ ସ୍ବାଧୀନ ଭାବେ ସେ ଦାଖଲ କରିଥିବା ପ୍ରାର୍ଥୀପତ୍ରକୁ ମଧ୍ୟ ପ୍ରତ୍ୟାହାର ପାଇଁ ଆବେଦନ କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି । ଏହା ବିରୋଧରେ ତାଙ୍କ ପରିବାର ଲୋକ ଅଭିଯୋଗ କରି ସିଏମସି ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ କରିଛନ୍ତି।

ସ୍ବାଧୀନ ପ୍ରାର୍ଥୀପତ୍ର ପ୍ରତ୍ୟାହାରରେ ଚଞ୍ଚକତା ଅଭିଯୋଗ, CMC ଆଗରେ ସମର୍ଥକଙ୍କ ଗଣଧାରଣା

ବିଜେଡ଼ି ଟିକେଟରୁ ଗୋଟିଏ ଆଉ ସ୍ବାଧୀନରୁ ଆଉ ଗୋଟିଏ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଲୋକନାଥ । ବିଜେଡି ଲୋକନାଥକୁ ଦେଇଥିବା ଟିକେଟ ପ୍ରତ୍ୟାହାର କରିଦେବା ପରେ ସ୍ବାଧୀନ ଭାବେ ସେ ଦାଖଲ କରିଥିବା ପ୍ରାର୍ଥୀପତ୍ରକୁ ମଧ୍ୟ ପ୍ରତ୍ୟାହାର ପାଇଁ ଆବେଦନ କରାଯାଇଛି। ସେପଟେ ଲୋକନାଥ ପ୍ରାର୍ଥୀପତ୍ର ଦାଖଲ କରିଥିବା ଦିନଠାରୁ କେଉଁଆଡକୁ ଚାଲିଯାଇଥିବା ବେଳେ ଜାଣିଶୁଣି ଷଡ଼ଯନ୍ତ୍ର କରି ତାଙ୍କ ପ୍ରାର୍ଥୀପତ୍ରକୁ ପ୍ରତ୍ୟାହାର ପାଇଁ ଆବେଦନ ହୋଇଥିବା ନେଇ ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

ଏହା ବିରୋଧରେ ସିଏମସି ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ କରିଛନ୍ତି । ସେପଟେ ସିଏମସି ନିର୍ବାଚନ ପାଇଁ ଆଜି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ । ଆଜି ମେୟର ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି । ସେହିଭଳି କର୍ପୋରେଟର ପଦ ପାଇଁ ଯାଞ୍ଚ ପରେ ୨୬୮ଟି ପ୍ରାର୍ଥୀପତ୍ର କାୟମ ଥିବା ବେଳେ ସେଥିମଧ୍ୟରୁ ୧୩ଟି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଆବେଦନ ହୋଇଛି । ତେବେ ଆଜି ରାତିସୁଦ୍ଧା ଚୂଡାନ୍ତ ପ୍ରାର୍ଥୀପତ୍ର ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ ବିଜୟ କୁମାର ଖଣ୍ଡାୟତରାୟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 14, 2022, 8:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.