ETV Bharat / state

ଧାନ ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ, ଛତିଶଗଡ଼ ଓ ଆନ୍ଧ୍ର ଯାଉଛି ଓଡ଼ିଶା ଧାନ - farmers problem

Paddy Procurement Irregularities: ଧାନ ମଣ୍ଡି ଖୋଲୁନଥିବାରୁ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି ଚାଷୀ । ବାହାର ରାଜ୍ୟର ଧାନ ବ୍ୟବସାୟୀଙ୍କୁ ବାଧ୍ୟ ହୋଇ ଓଡ଼ିଶାର ଚାଷୀମାନେ ଧାନ ବିକ୍ରି କରୁଥିବା ଜଣାପଡିଛି । ଅଧିକ ପଢନ୍ତୁ

Paddy Procurement Irregularities
ଧାନ ମଣ୍ଡି ସମସ୍ୟା
author img

By ETV Bharat Odisha Team

Published : Jan 5, 2024, 7:25 AM IST

ଧାନ ମଣ୍ଡି ସମସ୍ୟା

ନିଆଳି: ଧାନ ମଣ୍ଡି ଖୋଲୁନଥିବାରୁ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି ଚାଷୀ । ସେପଟେ ବାହାର ରାଜ୍ୟର ଧାନ ବ୍ୟବସାୟୀ ଓଡ଼ିଶା ଧାନ ନେଇ ଛୁ ମାରିଥିବା ଅଭିଯୋଗ ହୋଇଛି । କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି । ଡିସେମ୍ବର ମାସ ଯାଇ ଜାନୁଆରୀ ମାସର ପ୍ରଥମ ସପ୍ତାହ ବିତିବାକୁ ବସିଲାଣି । ହେଲେ ଧାନ ମଣ୍ଡି ଖୋଲୁନାହିଁ । ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ବ୍ଳକରେ ୧୧ଟି ସେବା ସମବାୟ ସମିତି ରହିଥିବାବେଳେ କଣ୍ଟାପଡ଼ା ବ୍ଲକ ଅଞ୍ଚଳରେ ୭ଟି ସେବା ସମବାୟ ସମିତି ରହିଛି । ମାତ୍ର ନିଆଳି ବ୍ଳକର ଅଁଳୋ ସେବା ସମବାୟ ଏବଂ କଣ୍ଟାପଡ଼ା ବ୍ଲକର ବ୍ରାହ୍ମଣ ସାଇଲୋ ଗୋଟିଏ ଲେଖାଏଁ ସରକାରୀ ଧାନ ମଣ୍ଡି ବୁଧବାର ଦିନ ଉଦଘାଟନ ହୋଇଥିବା ସୂଚନା ମିଳିଛି ।

ଚଳିତ ବର୍ଷ ସରକାରୀ ଧାନ ମଣ୍ଡି ଖୋଲିବାରେ ବହୁ ବିଳମ୍ବ ଯୋଗୁଁ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ଦଲାଲମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଆସି ଧାନ କ୍ରୟ କରି ନେଉଥିବା ଧାନ ଚାଷୀ କହିଛନ୍ତି । ଶହେ ଟଙ୍କା କମରେ ବାହାର ରାଜ୍ୟରୁ ଦଲାଲ ଧାନ ବ୍ୟବସାୟୀ ଧାନ କ୍ରୟ କରୁଥିବା କାରଣରୁ ଚାଷୀମାନେ ଧାନ ଦେବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ଧାନ ଚାଷୀ । ଏଭଳି ଘଟଣା ନିଆଳି, କଣ୍ଟାପଡ଼ା ଏବଂ ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ।‌ ନିଆଳି ବ୍ଳକର ବିଳାଶୁଣୀ ସେବା ସମବାୟ ସମିତିର ସଭାପତି ପ୍ରଭାତ କୁମାର ଜେନା କହିଛନ୍ତି, "ସରକାରୀ ଗାଇଡଲାଇନ ଅଛି, ସବୁଥିରେ ବିଳମ୍ବ ଘଟିଛି । ଯେଉଁଥିପାଇଁ ଚାଷୀ ବାହାର ରାଜ୍ୟର ଧାନ ବ୍ୟବସାୟୀଙ୍କୁ ଧାନ ବିକୁଛି ।"

ଏହା ମଧ୍ୟ ପଢନ୍ତୁ...ଧାନ କ୍ରୟରେ ଅବ୍ୟବସ୍ଥା ଅଭିଯୋଗ, ଆନ୍ଦୋଳନ ଚେତାବନୀ ଦେଲେ ଚାଷୀ

ସେହିପରି ବାଲିଅନ୍ତା ବ୍ଲକର ପ୍ରତାପରୁଦ୍ରପୁର ସେବା ସମବାୟ ସମିତି ସମ୍ପାଦକ ବିଶ୍ବନାଥ ପଣ୍ଡା କହିଛନ୍ତି, "ଟୋକନ ମିଳିଛି, କିନ୍ତୁ ଧାନ କ୍ରୟ ପାଇଁ ସେବା ସମବାୟ ସମିତିଙ୍କୁ ଏପର୍ଯ୍ୟନ୍ତ କୌଣସି ଚିଠି ଆସିନାହିଁ କିମ୍ବା କେଉଁ ରାଇସମିଲ ଧାନ ଉଠାଇବ ସେନେଇ କୌଣସି ସୂଚନା ମିଳିପାରିନାହିଁ । ଯାହାଫଳରେ ଧାନ କ୍ରୟ ବିଳମ୍ବ ହେଉଛି । ଗ୍ରାମାଞ୍ଚଳରୁ ୪୦ ପ୍ରତିଶତ ବାହାର ରାଜ୍ୟର ଦଲାଲ ଧାନ ବ୍ୟବସାୟୀ ଧାନ କ୍ରୟ କରି ନେଇ ଗଲେଣି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।"

ତେବେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ୧୩ଟି ସେବା ସମବାୟ ସମିତି ରହିଥିବାବେଳେ ବାଲିଅନ୍ତା ବ୍ଲକରେ ୧୨ଟି ସେବା ସମବାୟ ସମିତି ରହିଛି । ଏପର୍ଯ୍ୟନ୍ତ ଗୋଟିଏ ବି ସେବା ସମବାୟ ସମିତି ପକ୍ଷରୁ ଧାନ କ୍ରୟ କରାଯାଇନଥିବା ସୂଚନା ମିଳିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.