ନିଆଳି: ଦୀର୍ଘ ଦିନ ଧରି ସ୍ୱଳ୍ପ ଦରମା ଓ ଅସ୍ଥାୟୀ ଭାବେ କାର୍ଯ୍ୟ କରିବା ପରେ ପାଚିକା ସଂଘର ଚେତାବନୀ । ଚାକିରି ନିୟମିତ କରି ମାସିକ ୧୪ଶହ ଟଙ୍କା ବଦଳରେ ୨୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିିବାକୁ ସରକରାଙ୍କୁ ଦାବି । ନିର୍ବାଚନ ପୂର୍ବରୁ ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ । ଏଭଳି ଦାବି କରି ଏକାଠି ହୋଇଛନ୍ତି ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ।
ଅଧିକ ପଢନ୍ତୁ...ଆନିକଟ ପାଲଟିଛି ମରଣଯନ୍ତା, ରୋଗୀଙ୍କୁ ଷ୍ଟ୍ରେଚର୍ ବୋହି ନିଆରା ଢଙ୍ଗରେ ସୁବାସ ସଙ୍ଗଠନର ପ୍ରତିବାଦ
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକର ଦୁଲ୍ଲାଦେବୀ ପରିସରରେ ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ତଥା ଅଲ ଇଣ୍ତିଆ ୟୁନାଇଟେଡ୍ ଟ୍ରେଡ୍ ୟୁନିୟନ୍ କ୍ୟାନଣ୍ଟର ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପାଚିକାମାନଙ୍କ ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଦୀର୍ଘ ବର୍ଷ ଧରି ପାଚିକାମାନେ ବିଦ୍ୟାଳୟରେ ମାସିକ ୧୪ ଶହ ଟଙ୍କାରେ କାର୍ଯ୍ୟ କରି ଆସୁଛନ୍ତି । ଫଳରେ ଏତେ କମ୍ ଟଙ୍କାରେ ପରିବାର ପ୍ରତିପୋଷଣ କରିବା ଦୂରର କଥା ନିଜର ମାସିକ ଖର୍ଚ୍ଚ ବାବଦକୁ କମ ପଡିଥିବା ସଂଘ ପକ୍ଷରୁ କୁହାଯାଇଛି । ବଜାରରେ ସରକାର ସବୁ ଦରଦାମ ବୃଦ୍ଧି କରିଦେଲେ କିନ୍ତୁ ପାଚିକା ସହାୟିକାମାନଙ୍କ ଭବିଷ୍ୟତ ଓ ବେତନ କଥା ରାଜ୍ୟ ସରକାର ଚିନ୍ତା ଟିକିଏ କରୁନାହାନ୍ତି ବୋଲି ଅଭିଯୋଗ କରିଛି ସଂଘ । ଏହାକୁ ନେଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ସହ ଦାବି ପୂରଣ ନହେଲେ କାର୍ଯ୍ୟବନ୍ଦ ସହ ଆନ୍ଦୋଳନର ଚେତାବନୀ ଦେଇଛି ସଂଘ ।
ଅଧିକ ପଢନ୍ତୁ...ଦୁର୍ଦ୍ଦିନରେ ପାଚିକା, ଦାବି ପୂରଣ ପାଇଁ ଚୂଲି ବନ୍ଦ ଆନ୍ଦୋଳନ ଡାକରା
ଓଡିଶା ମିଳିତ ପାଚିକା ସହାୟିକା ସଂଘ ଆବାହକ ନିରଞ୍ଜନ ମହାନ୍ତି କହିଛନ୍ତି, ‘‘ସରକାର ଦରଦାମ ବୃଦ୍ଧି କରିଛନ୍ତି । ପ୍ରତ୍ୟେକ ଦିନ ହାଣ୍ଡିଶାଳକୁ ଚଡ଼କ ପଡୁଛି । ହେଲେ ପାଚିକାମାନଙ୍କ ଦରମାରେ ପରିବର୍ତ୍ତନ ହେଉ ନାହିଁ । ତେବେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ହେବା ସହ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ । ମାସକୁ ୧୪ଶହ ଟଙ୍କା ପରିବର୍ତ୍ତେ 26 ହଜାର ଟଙ୍କା ଦରମା ବୃଦ୍ଧି କରିବା ପାଇଁ ଆମେ ସରକାରଙ୍କ ନିକଟରେ ଦାବି କରିଛୁ । ନିର୍ବାଚନ ପୂର୍ବରୁ ପାଚିକା ସହାୟିକାଙ୍କ ସଂଘର ଦାବି ରାଜ୍ୟ ସରକାର ଯଦି ନମାନନ୍ତି ତେବେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବ ସଂଘ ।’’
ଇଟିଭି ଭାରତ, ନିଆଳି