ETV Bharat / state

ଶୁଦ୍ଧିକ୍ରିୟା ଭୋଜି ଖାଇ ୬୦ ଅସୁସ୍ଥ - ଶୁଦ୍ଧିକ୍ରିୟା ଭୋଜି

ଲକ୍ଷ୍ମୀନାରାୟଣପୁର ଗାଁରେ ଶୁଦ୍ଧିକ୍ରିୟା ଭୋଜି ଖାଇ ୬୦ରୁ ଉର୍ଦ୍ଧ୍ବ ଅସୁସ୍ଥ । ହସ୍ପିଟାଲରେ ଜାରି ରହିଛି ଚିକିତ୍ସା । ଅଧିକ ପଢନ୍ତୁ

many people sick after eating feast in salepur

author img

By

Published : Jan 19, 2023, 7:11 AM IST

Updated : Jan 19, 2023, 7:38 AM IST

many people sick after eating feast in salepur

କଟକ: ସାଲେପୁରରେ ଅଭାବନୀୟ ଘଟଣା । ଶୁଦ୍ଧିକ୍ରିୟା ଭୋଜି ଖାଇବାକୁ ଯାଇ ୬୦ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା । ପାଗା ଲକ୍ଷ୍ମୀନାରାୟଣପୁର ଗାଁରେ ଏପରି ଘଟଣା ଘଟିଥିବା ବେଳେ ଅନେକ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି । ଏବେବି ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୦ ଜଣ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୮ ଜଣ ଶିଶୁ ଥିବା ଜଣାପଡିଛି । ଖାଦ୍ୟରେ ବିଷକ୍ରିୟା କାରଣରୁ ଲୋକେ ଅସୁସ୍ଥ ହୋଇପଡିଥିବା ଡାକ୍ତର ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଲକ୍ଷ୍ମୀନାରାୟଣପୁର ଗାଁରେ ଜଣଙ୍କ ଘରେ ଶୁଦ୍ଧିକ୍ରିୟା ଭୋଜି ଭାତର ଆୟୋଜନ କରାଯାଇଥିଲା । ସମସ୍ତ ଗ୍ରାମବାସୀ ଭୋଜି ଭାତ ଖାଇବାକୁ ଉକ୍ତ ସ୍ଥାନକୁ ଯାଇଥିଲେ । କିନ୍ତୁ ସେଠାରୁ ଭୋଜି ଖାଇ ଫେରିବା ପରେ ଗତକାଲି(ବୁଧବାର) କିଛି ଲୋକ ଝାଡ଼ା,ବାନ୍ତି ଓ ଜ୍ଵରରେ ପୀଡିତ ହୋଇଥିଲେ । ଏଥିସହ ଭୋଜି ଖାଇବାକୁ ଯାଇଥିବା କିଛି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇଥିବା ବେଳେ ଝାଡ଼ା ବାନ୍ତି ହୋଇଥିଲା । ଫଳରେ ଅଭିଭାବକ ମାନେ ସଙ୍ଗେ ସଙ୍ଗେ ସେମାନଙ୍କୁ ଘରକୁ ନେଇ ଆସିଥିଲେ । କିନ୍ତୁ ପିଲାମାନଙ୍କର ସ୍ବାସ୍ଥ୍ୟରେ କୌଣସି ପରିବର୍ତ୍ତନ ଆସିଲା ନାହିଁ । ସମୟ ଗଡିବା ସାଙ୍ଗକୁ ଗ୍ରାମରେ ବଢି ଚାଲିଲା ଆକ୍ରାନ୍ତଙ୍କ ସଂଖ୍ୟା ।

ଶେଷରେ ଗୁରୁତର ଛାତ୍ରଛାତ୍ରୀଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କୁହାଯାଉଛି ସେହି ଗ୍ରାମର କିଛି ଲୋକ ପଦ୍ମପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିବା ବେଳେ କେତେକ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ। ଅପରପକ୍ଷେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲକ୍ଷ୍ମୀ ନାରାୟଣ ପୁର ଗ୍ରାମର ୨୦ରୁ ଊର୍ଦ୍ଧ୍ବ ଚିକିତ୍ସିତ ହେଉଛନ୍ତି । ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ପଙ୍କଜ ତ୍ରିପାଠୀଙ୍କ ସୂଚନା ମୁତାବକ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ଅନେକ ରୋଗୀଙ୍କୁ ଡିସଚାର୍ଜ ମଧ୍ୟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Dakota Aircraft: ପୁଷ୍ପ ବୃଷ୍ଟି କରି ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ, କହିଲେ ବିମାନରେ ବିଜୁ ବାବୁ କରିଥିଲେ ସାହସିକତାର ପ୍ରତିପାଦନ

ଏନେଇ ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି ଯେ, ''ଗ୍ରାମରେ ମଙ୍ଗଳବାର ଦିନ ଜଣଙ୍କ ଶୁଦ୍ଧିକ୍ରିୟା ଭୋଜି ଥିଲା । ପୁଅ ସେଠାକୁ ଖାଇବାକୁ ଯାଇ ଆସିବା ପରେ ଅସୁସ୍ଥ ହୋଇପଡିଥିଲା । ଏବେ ଚିକିତ୍ସା ଜାରି ରହିଥିବା ବେଳେ ସେ ସୁସ୍ଥ ଅଛି । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ପୁଅକୁ, ଝାଡା, ବାନ୍ତି ଓ ଜ୍ବର ହୋଇଥିଲା । ତେବେ ପ୍ରାୟ ଲୋକ ଭୋଜି ଖାଇବାରେ ଅସୁସ୍ଥ ଅଛନ୍ତି ।''

ଇଟିଭି ଭାରତ, କଟକ

Last Updated : Jan 19, 2023, 7:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.