ETV Bharat / state

ହାଇକୋର୍ଟରେ ବେଆଇନ ବାଲି ଉଠାଣ ମାମଲା, ପୂର୍ବତନ କଟକ ଜିଲ୍ଲାପାଳଙ୍କୁ କୋର୍ଟଙ୍କ ଭର୍ତ୍ସନା - ପୂର୍ବତନ କଟକ ଜିଲ୍ଲାପାଳଙ୍କୁ କୋର୍ଟଙ୍କ ଭର୍ତ୍ସନା

ହାଇକୋର୍ଟରେ ବେଆଇନ ବାଲି ଉଠାଣ ମାମଲା । ପୂର୍ବତନ କଟକ ଜିଲ୍ଲାପାଳଙ୍କୁ କୋର୍ଟଙ୍କ ଭର୍ତ୍ସନା । ଅଧିକ ପଢନ୍ତୁ

Orissa High Court
Orissa High Court
author img

By ETV Bharat Odisha Team

Published : Dec 2, 2023, 4:25 PM IST

କଟକ: ଜିଲ୍ଲାର ବିଭିନ୍ନ ବାଲି ଘାଟରୁ ବାଲି ଉତ୍ତୋଳନ ମାମଲାରେ ପୂର୍ବତନ କଟକ ଜିଲ୍ଲାପାଳଙ୍କୁ କଡା ଭର୍ତ୍ସନା କରିଛନ୍ତି ଓଡ଼ିଶା ହାଇକୋର୍ଟ । ବେଆଇନ ବାଲି ଉଠାଣକୁ ନେଇ ରୁଜୁ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଆଜି (ଶନିବାର) ଶୁଣାଣି କରି ପୂର୍ବତନ କଟକ ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚୟନୀଙ୍କ ଉପରେ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ବେଆଇନ ବାଲି ଉତ୍ତୋଳନକାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ କେତେ ଜରିମାନା ଆଦାୟ କରାଯାଇଛି ସେନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା ।

ପ୍ରଶାନ୍ତ ଜେନା ନାମକ ଜଣେ ବ୍ୟକ୍ତି ଏହି ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ଆବେଦନକାରୀ ଆବେଦନରେ ଦର୍ଶାଇଥିଲେ ଯେ କାଠଯୋଡ଼ିରୁ ବେଆଇନ ବାଲି ଉଠାଯାଉଛି । ଏପରିକି ବେଆଇନ ବାଲି ଉଠାଯିବା ଦ୍ବାରା ରାସ୍ତାରେ ପଡି ରାସ୍ତା ଖରାପ ହେଉଛି । ଯେଉଁ କାରଣରୁ ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି । ତେବେ ଏନେଇ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବତନ ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନୀ ଏନେଇ ଗତ ଜୁଲାଇ ୧୯ ତାରିଖରେ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ ।

ଏହା ବି ପଢନ୍ତୁ- ବେଆଇନ ବାଲି ଉଠାଣ ବିରୋଧରେ ଗ୍ରାମବାସୀଙ୍କ ଗଣଧାରଣା

ଦାଖଲ ପିଆଇଏଲ ଉପରେ କଟକ ଜିଲ୍ଲା ପ୍ରଶାସନ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଆବେଦନକାରୀ କୋର୍ଟଙ୍କୁ ଅବଗତ କରିଥିଲେ । ତେବେ ଜିଲ୍ଲା ପ୍ରଶାସନର ମିଥ୍ୟା ସତ୍ୟପାଠ ଉପରେ ହାଇକୋର୍ଟ ଖପ୍ପା ହୋଇଥିଲେ । ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ବିରୋଧରେ କାହିଁକି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ମାମଲାର ଶୁଣାଣି ସମୟରେ କୋର୍ଟ କହିଥିଲେ । ଜଣେ ଜିଲ୍ଲାର ମୁଖ୍ୟ ଏପରି ମିଥ୍ୟା ସତ୍ୟପାଠ ଦାଖଲ କରିବାକୁ କୋର୍ଟ କଡା ଭାଷାରେ ସମାଲୋଚନା ମଧ୍ୟ କରିଥିଲେ । ତେବେ ଆସନ୍ତା ୧୫ ଦିନ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଗତ ନଭେମ୍ବର ମାସରେ ସରିଚୁଆ ନଦୀ ନିକଟରୁ ପ୍ରତିଦିନ ବେଆଇନ ଭାବେ ଶହଶହ ଟ୍ରକ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା । ଶହଶହ ବାଲି ବୋଝେଇ ହାଇଓ୍ବା ଯୋଗୁଁ କୋଟି କୋଟି ଟଙ୍କାରେ ନିର୍ମିତ ରାସ୍ତା ଘାଟ ନଷ୍ଟ ହେବା ସହିତ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ରାସ୍ତାରେ ଯିବା ଆସିବା କରିବା ପାଇଁ ଅସୁବିଧା ଭୋଗୁଛନ୍ତି । ଏପରି କି ବାଲି ବୋଝେଇ ଟ୍ରକ୍‌ ଧକ୍କାରେ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ କୋରକରାଠାରେ ଥିବା ବାଲିଘାଟକୁ ବିରୋଧ କରି ଗ୍ରାମବାସୀମାନେ ଧାରଣାରେ ବସିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.