କଟକ: ହାଇକୋର୍ଟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ପ୍ରସଙ୍ଗ । ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ । ଜବାବ ଦାଖଲ ପାଇଁ ମୁଖ୍ୟ ଶାସନ ସଚିବ, ଉଚ୍ଚ ଶିକ୍ଷା ଓ ଗଣ ଶିକ୍ଷା ସଚିବଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ସୁଦ୍ଧା ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରାର୍ଥନା କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା ।
ଆବେଦନକାରୀ ଆବେଦନରେ ଉଲ୍ଲେଖ କରିଥିଲେ ଯେ ଗତ ୨୦୧୭ ମସିହାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଯାଇଛି । ଫଳରେ ଛାତ୍ରମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉଛନ୍ତି । ତେଣୁ ନିର୍ବାଚନ କରାଇବା ପାଇଁ ଆବେଦନକାରୀ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି । ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ତେଜୁଛି ଅସନ୍ତୋଷ । ବିଭିନ୍ନ ସଂଗଠନ ପକ୍ଷରୁ ଏନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଉଥିବା ବେଳେ ଏହି କ୍ରମରେ କଟକରେ ମଧ୍ୟ ଏବିଭିପି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା ।
ଏହା ବି ପଢନ୍ତୁ- ଜୋର ଧରିଲାଣି ଛାତ୍ର ସଂସଦ ନିର୍ବାଚନ ଦାବି
ସଂଗଠନ ପକ୍ଷରୁ ରେଭେନ୍ସା ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ଆଗରେ ଏହାର ପ୍ରତିବାଦ କରାଯାଇଥିଲା । ତୁରନ୍ତ ନିର୍ବାଚନ କରିବାକୁ ଆନ୍ଦୋଳନକାରୀମାନେ ଚେତାବନୀ ଦେଇଥିଲା ସଂଘ । ଛାତ୍ର ସଂସଦ ନିର୍ବାଚନ ବନ୍ଦ ହୋଇଗଲେ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ନଷ୍ଟ ହୁଏ ନାହିଁ ବରଂ ଛାତ୍ରଛାତ୍ରୀ ନେତୃତ୍ବ ନେବା ଶିଖିବେ । ଜାଣିଶୁଣି ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବନ୍ଦ କରିଦେଇଥିବା ଆନ୍ଦୋଳନକାରୀ ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ଏହି ନିର୍ବାଚନ କରିବାକୁ ଦାବି କରିଛି ସଂଘ ।
ଉଚ୍ଚଶିକ୍ଷା ବିଭାଗର ଏକାଡେମିକ ତାଲିକାରେ ନିର୍ବାଚନ ନଥିବାରୁ ହେବନାହିଁ ଚଳିତ ବର୍ଷର ନିର୍ବାଚନ । ଏନେଇ ପୂର୍ବରୁ ପ୍ରତିକ୍ରିୟା ରଖିଥିଲେ ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ । ୨୦୧୮ରୁ ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ । ନିର୍ବାଚନ ହେଲେ ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥାଏ । ଏପରିକି ସଠିକ୍ ସମୟରେ ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇବାରେ ବିଳମ୍ବ ହୋଇଥାଏ ବୋଲି ସେ କହିଥିଲେ ।
ଏହା ବି ପଢନ୍ତୁ- Digital Dialogue: ହାରିଯିବା ଭୟରେ ଛାତ୍ର ସଂସଦ ନିର୍ବାଚନ କରୁନାହାଁନ୍ତି: ୟାସିର ନଓ୍ବାଜ
ଇଟିଭି ଭାରତ, କଟକ