ETV Bharat / state

ତଦନ୍ତ ଆଳରେ ଚପି ଯିବକି ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ !

author img

By ETV Bharat Odisha Team

Published : Jan 12, 2024, 10:23 AM IST

Bali Yatra scam: ଚଳିତ ବର୍ଷ ବାଲିଯାତ୍ରାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ଆଗକୁ ନିର୍ବାଚନରେ ଏହି ଅର୍ଥ ଲଗାଇବାକୁ ଯୋଜନା କରାଯାଇଥିବା ଅଭିଯୋଗ କଲେ ବିରୋଧୀ କର୍ପୋରେଟର ସନ୍ତୋଷ ଭୋଳ । ଅଧିକ ପଢନ୍ତୁ

ବାଲିଯାତ୍ରା ଦୁର୍ନୀତି
Bali Yatra scam
Bali Yatra scam

କଟକ: ଥମୁନି ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗ । 2022 ବାଲିଯାତ୍ରାରେ ହୋଇଥିବା ଅନିୟମିତତା ଅଭିଯୋଗର ତଦନ୍ତ ପ୍ରକ୍ରିୟା ଶେଷ ହୋଇନଥିବା ବେଳେ 2023ରେ ଆୟୋଜିତ ବାଲିଯାତ୍ରାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ବ୍ୟାପକ ଦୁର୍ନୀତି ହେଉଛି ମାତ୍ର ଏହାର ତଦନ୍ତ ସଠିକ ଭାବରେ କରା ଯାଉନାହିଁ। ଜାଣିଶୁଣି ତଦନ୍ତ ଆଳରେ ଦୁର୍ନୀତି ଚପାଇବାକୁ ସିଏମସି ଉଦ୍ୟମ କରୁଥୁବା ଚର୍ଚ୍ଚା ହେଉଛି। ଚଳିତବର୍ଷ ବାଲିଯାତ୍ରାରେ ମଧ୍ୟ ଗତବର୍ଷ ଠାରୁ ଅଧିକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ସିଏମସି କାଉନସିଲ ବୈଠକରେ ମଧ୍ୟ ବିରୋଧୀ ଏନେଇ ହୋହଲ୍ଲା କରିବା ସହ ଆନ୍ଦୋଳନ ମଧ୍ୟ କରିଥିଲେ। ମାତ୍ର ଏହାର କୌଣସି ସଫଳ ମିଲୁନାହିଁ। ଏନେଇ ତଦନ୍ତ ହେଉଛି ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହୁଛନ୍ତି ସିଏମସି ମେୟର ଆଉ କମିଶନର। ତଦନ୍ତ ଆଳ ଦେଖାଇ ସିଏମସି କର୍ତ୍ତୃପକ୍ଷ ଦୁର୍ନୀତିକୁ ଚପାଇବାକୁ ଉଦ୍ୟମ କରୁଥିବା ବିରୋଧୀ କର୍ପୋରେଟର ସନ୍ତୋଷ ଭୋଳ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବାଲିଯାତ୍ରା ଦୁର୍ନୀତି ଝଡ଼, କାଉନସିଲ ବୈଠକ ଅଚଳ

ବରୋଧୀ କର୍ପୋରେଟର ଅଭିଯୋଗ କରିଛନ୍ତି, ''ଚଳିତ ବର୍ଷ ବାଲିଯାତ୍ରାରେ 7ରୁ 8 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏନେଇ କାଉନସିଲ ବୈଠକରେ ପଚାରିବାରୁ ମେୟର ଆଳ ପାସ କହି ଟେବୁଲ ବାଡେଇ ଉଠି ଚାଲିଯାଇଥିଲେ । ଏହାକୁ ଆଉ ସହ୍ୟ କରାଯିବ ନାହିଁ । କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ବିଜେଡି ସରକାର, କଟକ ମେୟର ଓ କମିଶନର ହରିଲୁଟ କରିବା ପାଇଁ ବାଟ ସାଜିଛନ୍ତି । 2 ଲକ୍ଷ ଟଙ୍କା ଅନୁମୋଦନ କରାଯାଉ ନାହିଁ କିନ୍ତୁ 50 ଲକ୍ଷଠୁ ଆରମ୍ଭ କରି 50 କୋଟି ପର୍ଯ୍ୟନ୍ତ କର୍ପୋରେସନ ମାନଙ୍କୁ ଆଡଭାନ୍ସ ଦିଆଯାଉଛି । ଆଗକୁ ନିର୍ବାଚନରେ ଏହି ଅର୍ଥ ଲଗାଇବାକୁ ଯୋଜନା କରାଯାଇଛି ।''

ବାଲିଯାତ୍ରାରେ ବ୍ୟାପକ ଅନିୟମିତତା ଅଭିଯୋଗ: ତ୍ୱରଣ ହେଉ, ବାଣ ଫୁଟା ପାଇଁ ହେଉ ଅବା ବାଲିଯାତ୍ରାର ପ୍ରତ୍ୟେକ କାମ ହେଉ ସବୁଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।ସବୁଠାରୁ ବଡ଼ କଥା ହେଉଛି ଏହି ଘଟଣାର ତଦନ୍ତ ପାଇଁ ଗଠିତ ହୋଇଥିବା କମିଟି ମଧ୍ୟ, ଏହାର ଗନ୍ଧ ବାରି ପାରିଛି। ଟେଣ୍ଡର ପ୍ରକ୍ରିୟାରେ ସମୁଦାୟ ୩ କୋଟି ୩୨ ଲକ୍ଷ ଟଙ୍କାକୁ ଚଞ୍ଚକତା କରି ନେଇଥିଲେ ସମ୍ପୃକ୍ତ ଠିକା ସଂସ୍ଥା। ବିଭିନ୍ନ କାମ କରିବା ଆଳରେ ଅଧିକ ଟଙ୍କା ନେଇଥିଲେ ସଂସ୍ଥା।ଗତବର୍ଷ ଯେଉଁ ଏଜେନ୍ସି କାମ କରିଥିଲା, ଏଥର ଦୁଇଶହ ପ୍ରତିଶତ ଅଧିକରେ ଉକ୍ତ ଏଜେନ୍ସି କାମ କରିବାକୁ ଅନୁକମ୍ପା ଦେଖାଇଥିଲା ସିଏମସି । କେଉଁ ଉଦ୍ଧେଶ୍ୟରେ ଉକ୍ତ ଏଜେନ୍ସି କୁ ସମାନ କାମ କୁ ଅଧିକ ଟଙ୍କାରେ ଦିଆ ଯାଇଥିଲା ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ? ଯାହାକୁ ନେଇ ଅନେକ ଚର୍ଚ୍ଚା ବି ଆରମ୍ଭ ହୋଇଗଲାଣି । ବଡ଼ କଥା ହେଉଛି ଖୋଦ ଶାସକ ଦଳର କର୍ପୋରେଟର ଏନେଇ ଅଭିଯୋଗ କରିଛନ୍ତି ।

୨ ଟି ବାଉଁଶ ଗେଟକୁ ୩୨ ଲକ୍ଷ: ବାଲିଯାତ୍ରା ର ସ୍ୱାଗତ କରିବା ପାଇଁ ଦୁଇଟି ତ୍ୱରଣ କଟକର ଏଣ୍ଟ୍ରି ପାଖରେ ଲଗା ଯାଇଥିଲା । ଯାହାର ମୂଲ୍ୟ ୩୨ ଲକ୍ଷ ଟଙ୍କା । ଟେଣ୍ଡରରେ କିପରି ଏହାକୁ ପାସ କରାଗଲା, ତାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଯଦି ଏହି ଦୁଇଟି ଗେଟ ବାଉଁଶରେ ନିର୍ମାଣ କରାଯାଏ, ଅତିବେଶୀରେ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହେବା କଥା । ମାତ୍ର ସେଥିରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।

୨୦ ହଜାର ଟଙ୍କାର ବାଣ ଫୁଟାଇ ୨୭ ଲକ୍ଷଟଙ୍କାର ବିଲ: ବାଲିଯାତ୍ରାରେ ବାଣ ଫୁଟାଇବା ପାଇଁ ୨୭ ଲକ୍ଷଟଙ୍କାର ବିଲ କରାଯାଇଛି । ମାତ୍ର ୧୦ ମିନିଟ ବାଣ ଫୁଟାଇ ୨୭ ଲକ୍ଷଟଙ୍କାର ବିଲ କରାଯାଇଥିବା ଅଭିଯୋଗ ହୋଇଛି। ଏମିତି କେଉଁ ବାଣ ଫୁଟାଇଲେ ଏତେ ଟଙ୍କା ଖର୍ଚ୍ଚ ହେବ ବୋଲି ତଦନ୍ତ କମିଟି ଏହାର ତଦନ୍ତ କରିଥିଲା। ବିଭିନ୍ନ ବାଣ ଗୋଦାମ ରେ ପଚାରି ବୁଝିବା ସହ ଯେଉଁ ସ୍ଥାନରେ ବାଣ ଫୁଟାଯାଇଥାଏ ,ସେଠାରେ ମଧ୍ୟ ପଚାରି ବୁଝିଥିଲା । ତେବେ ଏଥିରେବି ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।

ପ୍ରୋଜେକ୍ଟର ଲଗାଇ ୯୨ ଲକ୍ଷ ଟଙ୍କାର ବିଲ: ବାଲିଯାତ୍ରାରେ ଲେଜର ଲାଇଟ ସୋ କରାଯାଇଥାଏ। ଗତବର୍ଷ ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ବିଶେଷକରି ମହାନଦୀ କୂଳରେ ଏହି ସୋ କରାଯାଇଥାଏ। ଗତବର୍ଷ ବାଲିଯାତ୍ରାରେ ମଧ୍ୟ ଏହି ସୋ କରାଯାଇଥିଲା। ଏଥିପାଇଁ ୯୨ ଲକ୍ଷଟକାର ବିଲ କରାଯାଇଥିଲା। ତେବେ ୩ ଦିନ ଏହି ସୋ କରାଯାଇଥିଲା ପରେ ଏହାକୁ ବନ୍ଦ କରାଯାଇଥିଲା। ପ୍ରୋଜେକ୍ଟର ଲଗାଇ ଏହି ସୋ କରାଯାଉଥିଲା। କେବଳ ପ୍ରୋଜେକ୍ଟର ଲଗାଇ ଏତେ ଟଙ୍କା କିପରି ଖର୍ଚ୍ଚ ହେବ ବୋଲି ଅଭିଯୋଗ ହେବା ପରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.