ETV Bharat / state

64ତମ ଶହୀଦ ସ୍ମୃତି ଦିବସ ପାଳିଲା ଓଡ଼ିଶା ପୋଲିସ

author img

By ETV Bharat Odisha Team

Published : Oct 21, 2023, 11:54 AM IST

Updated : Oct 21, 2023, 2:25 PM IST

କଟକ ପୋଲିସ ମୁଖ୍ୟାଳୟରେ 64 ତମ ଶହୀଦ ସ୍ମୃତି ଦିବସ ପାଳନ କରାଯାଇଛି । ଶହୀଦଙ୍କ ଉଦ୍ଦେଶ୍ୟରେ ପରେଡ଼ ଓ ତୋପ ସଲାମୀ ଦିଆଯାଇଥିଲା । ଅଧିକ ପଢନ୍ତୁ

64 ତମ ସହିଦ ସ୍ମୃତି ଦିବସ ପାଳିଲା ଓଡିଶା ପୁଲିସ
64 ତମ ସହିଦ ସ୍ମୃତି ଦିବସ ପାଳିଲା ଓଡିଶା ପୁଲିସ
64ତମ ଶହୀଦ ସ୍ମୃତି ଦିବସ ପାଳିଲା ଓଡ଼ିଶା ପୋଲିସ

କଟକ: ସାରା ଦେଶରେ ଆଜି ପାଳନ ହେଉଛି 64ତମ ଶହୀଦ ସ୍ମୃତି ଦିବସ । 1959 ମସିହା ଆଜିର ଦିନରେ ଲଦାଖ କ୍ଷେତ୍ରରେ ଚାଇନା ପକ୍ଷରୁ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ସିଆରପିଏଫ 10 ଯବାନ ପ୍ରାଣବଳି ଦେଇଥିଲେ । ସେହି ଦିନଠାରୁ ଅକ୍ଟୋବର 21ତାରିଖରେ ଶହୀଦ ସ୍ମୃତି ଦିବସ ଭାବରେ ସାରା ଦେଶରେ ପାଳିତ ହୋଇ ଆସୁଛି । ଏହି ଅବସରରେ କଟକ ପୋଲିସ ମୁଖ୍ୟାଳୟରେ ମଧ୍ୟ ଏହି ଦିବସ ପାଳନ ହୋଇଯାଇଛି । ପୋଲିସ ଡିଜି ସୁନୀଲ ବଂଶଲଙ୍କ ଉପସ୍ଥିତିରେ ପୋଲିସ ମୁଖ୍ୟାଳୟରେ ପାଳନ କରାଯାଇଥିଲା ।

କଟକ ପୋଲିସ ମୁଖ୍ୟାଳୟରେ 64ତମ ଶହୀଦ ସ୍ମୃତି ଦିବସ ପୋଲିସ ଡିଜି ଉପସ୍ଥିତିରେ ପାଳନ ହୋଇଯାଇଛି । ପୋଲିସ ଡିଜି ସୁନୀଲ ଵଂଶଲ ପ୍ରଥମେ ସମସ୍ତ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଅନ୍ୟାନ୍ୟ ଉଚ୍ଚ ପଦସ୍ତ ପୋଲିସ ଅଧିକାରୀ ସମସ୍ତ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶହୀଦଙ୍କ ଉଦ୍ଦେଶ୍ୟରେ ପରେଡ଼ ଓ ପରେ ତୋପ ସଲାମୀ ଦିଆଯାଇଥିଲା ।

ତେବେ ପୋଲିସ ଡିଜି ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଆଜିର ଦିନ ଏଥିପାଇଁ ଆମ ମାନଙ୍କ ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ । କାରଣ 1959 ମସିହା ଆଜିର ଦିନରେ ଲଦାଖ କ୍ଷେତ୍ରରେ ଚାଇନା ପକ୍ଷରୁ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ସିଆରପିଏଫର 10 ଯବାନ ପ୍ରାଣବଳି ଦେଇଥିଲେ । ସେଥିପାଇଁ ଏହି ଦିନକୁ ଶହୀଦ ସ୍ମୃତି ଦିବସ ଭାବରେ ସାରା ଦେଶରେ ପାଳିତ ହୋଇ ଆସୁଛି ।

ଏହାମଧ୍ୟ ପଢନ୍ତୁ..ପାପଡାହାଣ୍ଡିରେ ଶହୀଦ ସ୍ମୃତି ଦିବସ ପାଳିତ, ଶହୀଦ ମୀନାରକୁ ଜାତୀୟ ସ୍ମାରକୀର ମାନ୍ୟତା ପ୍ରଦାନ ଦାବି

ସେ ଆଉମଧ୍ୟ କହିଥିଲେ ଯେ, 2022-23 ମସିହାରେ ସାରା ଦେଶରେ 188 ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଛନ୍ତି । ତନ୍ମଧ୍ୟରୁ ଓଡିଶା ପୋଲିସର ସୁଶାନ୍ତ ମହାନ୍ତି ଶହୀଦ ହୋଇଥିଲେ । ତେବେ ଓଡ଼ିଶାରେ ସର୍ଵଦା ପୋଲିସ ତାର ସୁଚାର କର୍ତ୍ତବ୍ୟ ପାଳି ଆସୁଛି । ଆତଙ୍କବାଦୀ, ମାଓବାଦୀ ଦମନ କରିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଓ ଲୋକ ମାନଙ୍କ ସୁରକ୍ଷା ପାଇଁ ପୁଲିସ ତାର ଚେଷ୍ଟା ଜାରି ରଖିଥାଏ । ଏମିତିକି ନିଜ ସୁରକ୍ଷାକୁ ଜଳାଞ୍ଜଳି ଦେଇ ସେ ତାର କର୍ମକୁ ସଠିକ ଢ଼ଙ୍ଗରେ ନିଭାଇ ଥାଏ । ଏହି ସମୟରେ ଅନେକ ପ୍ରାଣ ବଳି ମଧ୍ୟ ଦେଇଥାନ୍ତି । ତେଣୁ ଏହି ଦିନ ଯେତିକି ଗୌରବମୟ ସେତିକି ଦୁଃଖ ମଧ୍ୟ ଦେଇଥାଏ ବୋଲି କହିଛନ୍ତି ଓଡିଶା ପୋଲିସ ଡିଜି ସୁନୀଲ ଵଂଶଲ । ଏଥିସହ ଶହୀଦଙ୍କ ପରିବାରଙ୍କୁ ଗଭୀର ସମବେଦନା ଜଣାଇଥିଲେ ପୋଲିସ ଡିଜି ।

ତେବେ ଭାରତରେ ପ୍ରତ୍ୟେକ ବର୍ଷ ପୋଲିସ ଶହୀଦ ସ୍ମୃତି ଦିବସ ପାଳନ କରାଯାଏ । ଏହି ଦିନ ପୋଲିସ ଓ ଅର୍ଦ୍ଧସୈନିକ ବଳ ସହ ଜଡିତ ସମସ୍ତେ ପୋଲିସ ଶହୀଦ ଦିବସ ପାଳନ କରିଥାନ୍ତି । ଏହି ଦିବସ ପୋଲିସ ପରେଡ ଦିବସ ନାଁରେ ବି ପାଳନ କରାଯାଏ ।

ଇଟିଭି ଭାରତ, କଟକ

Last Updated : Oct 21, 2023, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.